ARTICLE AD BOX
କେନ୍ଦ୍ରୀୟ ଟିମ୍ର ନେତୃତ୍ୱ ନେବେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ରବି ଶଙ୍କର
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟଜନିତ କ୍ଷୟକ୍ଷତିର ଆକଳନ ନିମନ୍ତେ କେନ୍ଦ୍ର ସରକାରଙ୍କ ଏକ ୮ ଜଣିଆ ଆନ୍ତଃମନ୍ତ୍ରଣାଳୟସ୍ତରୀୟ କେନ୍ଦ୍ରୀୟ ଟିମ୍ (Inter-Ministerial Central Team) ନଭେମ୍ବର ୨ରେ ଓଡ଼ିଶା ଆସିବେ। ସେମାନେ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସ୍ଥଳଭିତ୍ତିକ ଆକଳନ କରିବେ।
ସରକାରଙ୍କୁ କାରଣ ଜଣାଇଲା କେନ୍ଦ୍ରୀୟ ଟିମ୍: ଦୂଷିତ ପାଣି, ଖାଦ୍ୟରୁ ଡାଇରିଆ, କଟକ, ଯାଜପୁର ଓ ଭଦ୍ରକକୁ ଆଜି ବିଶେଷଜ୍ଞ ଦଳ ଯିବେ
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନାନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କର ଟିମ୍ର ନେତୃତ୍ବ ନେଉଛନ୍ତି। ସେ ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଟିମ୍ର ଅନ୍ୟ ସଦସ୍ୟମାନେ ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା କିମ୍ବା ନଭେମ୍ବର ୩ ତାରିଖ ସକାଳ ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବେ।
କିଏ ଅଛନ୍ତି ଆନ୍ତଃମନ୍ତ୍ରଣାଳୟସ୍ତରୀୟ କେନ୍ଦ୍ରୀୟ ଟିମର ସଦସ୍ୟ
୧. ରବି ଶଙ୍କର, ଯୁଗ୍ମ ସଚିବ (BM-I), କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ନେତୃତ୍ବ)
୨. ଡ. ମାନ୍ ସିଂହ, ନିର୍ଦ୍ଦେଶକ, କୃଷି ଓ କୃଷକ କଲ୍ୟାଣ ବିଭାଗ, ଧାନ ବିକାଶ ନିର୍ଦ୍ଦେଶାଳୟ, ପାଟନା।
୩. ରାହୁଲ ଚୌରାସିଆ, ଉପନିର୍ଦ୍ଦେଶକ (PFS), ବ୍ୟୟ ବିଭାଗ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ, ନୂଆଦିଲ୍ଲୀ।
୪. ଦିଲୀପ କୁମାର ଜେନା, ନିର୍ଦ୍ଦେଶକ, ଜଳଶକ୍ତି ମନ୍ତ୍ରଣାଳୟ, (M&A Directorate), କେନ୍ଦ୍ରୀୟ ଜଳ ଆୟୋଗ, ଭୁବନେଶ୍ୱର।
୫. କରନ ସରିନ୍, ଉପନିର୍ଦ୍ଦେଶକ, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ (CEA), କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ, ନୂଆଦିଲ୍ଲୀ।
୬. ସୁନୀଲ କୁମାର, ଅଧୀକ୍ଷଣ ଯନ୍ତ୍ରୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଭୁବନେଶ୍ୱର।
୭. ଅଜୟ କୁମାର ସାହୁ, ଅନୁଶାସନ ସଚିବ , ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ନୂଆଦିଲ୍ଲୀ।
୮. ସି. ସାଇ କୃଷ୍ଣ, ବୈଜ୍ଞାନିକ ‘ଡି’, ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର (NRSC), ଇସ୍ରୋ, ମହାକାଶ ବିଭାଗ, ହାଇଦ୍ରାବାଦ।
ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଟିମ୍ର ଗସ୍ତ ନିମନ୍ତେ ଆବଶ୍ୟକୀୟ ରହଣି, ପରିବହନ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବା ସହ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି ବୋଲି ପ୍ରେସ୍ ବାର୍ତ୍ତାରେ ସୂଚିତ କରାଯାଇଛି।

52 minutes ago
1


