9 arrested in Jeypore ଜୟପୁରରେ ୪ ପୃଥକ ମାମଲାରେ ୯ ଗିରଫ, ୮ ଚୋରା ବାଇକ୍‌ ସହ ଛୁରୀ ଓ ଚାଉଳ ଜବତ

1 hour ago 1
ARTICLE AD BOX

ଜୟପୁର: ଆଜି (ଶୁକ୍ରବାର) ଜୟପୁର ପୁଲିସ ପୃଥକ ପୃଥକ ୪ଟି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ୮ଟି ଚୋରା ବାଇକ୍‌, ଛୁରୀ, ନଗଦ ଟଙ୍କା ଓ ବାସୁମତୀ ଚାଉଳ ଜବତ ହୋଇଛି।

Cannabis seized: ଗଞ୍ଜେଇ ଚୋରା ଚାଲାଣ, ୪ ଅଭିଯୁକ୍ତ ଗିରଫ

ପୁଲିସ ଠାରୁ ମିଳିଥିବା ସୂଚନାରେ, ବାଇକ୍‌ ଚୋରି ମାମଲାରେ ଟାଉନ ଥାନା କେସ୍‌ ନଂ-୩୨୬ ଆଧାରରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଧିଗୁଡ଼ାର ଦିଲୀପ ଖିଲ(୨୬), ହାଟପଦାର ରାଜୁ ମାଝୀ(୨୩) ଏବଂ ନୂଆଗୁଡ଼ାର ଜଗଦୀଶ ହରିଜନ(୨୮)।

9 accused arrested1

ସେମାନଙ୍କ ନିକଟରୁ ୮ଟି ଚୋରା ବାଇକ୍‌ ଜବତ ହୋଇଛି।  ସେହିପରି ବାସମତୀ ଚାଉଳ ଚୋରି ମାମଲାରେ ଟାଉନ ଥାନା କେସ୍‌ ନଂ-୧୧୮/୨୬ ଆଧାରରେ ଢେପାଗୁଡ଼ାର ଅଭି ରାଓ(୨୧) ଓ ଗାନ୍ଧୀଛକ କେନାଲ ରୋଡ୍‌ର ରାଜେଶ ପାଇକ(୨୫)ଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ବାସମତୀ ଚାଉଳ ପ୍ୟାକେଟ୍‌ ଜବତ କରାଯାଇଛି। 

Spy Link: ପାକିସ୍ତାନ ଗୁପ୍ତଚର ଲିଙ୍କ୍‌ ଅଭିଯୋଗରେ ଦମ୍ପତି ଗିରଫ: ୨୦୨୪ରୁ ଯୋଗାଯୋଗରେ ଥିଲେ

ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରିବା ଓ ଅପରାଧ ଘଟାଇବା ନିମନ୍ତେ ମିଳିମିଶି ଷଡ଼ଯନ୍ତ୍ର ଅଭିଯୋଗରେ ଟାଉନ ଥାନା କେସ୍‌ ନଂ-୩୨୮/୨୬ ଆଧାରରେ ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ହାଟପଦାର ରାଖେଲ ଖୋରା(୧୯), ଢେପାଗୁଡ଼ାର ଉତ୍ତମ ନାଗ(୨୧) ଓ ପି.ଆର୍‌.ପେଟାର ରିଙ୍କୁ ବାଘ (୨୦)। ସେମାନଙ୍କ ନିକଟରୁ ଗୋଟିଏ ଛୁରୀ ଓ ନଗଦ ୫୦୦ ଟଙ୍କା ଜବତ ହୋଇଛି। ଏହାବ୍ୟତୀତ ସହର ଥାନା କେଶ୍ ନଂ-୨୩୭ ଆଧାରରେ ପରଜାସାହିର ଭଗବାନ ମାଳି(୨୧)ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.