ARTICLE AD BOX
ଲକ୍ଷ୍ନୌ: ଆମ୍ ଆଦମୀ ପାର୍ଟି(ଆପ୍) ଆସନ୍ତାକାଲି (ଶନିବାର) ଦିଲ୍ଲୀରେ ହେବାକୁ ଥିବା କକ୍ରୋଚ ଜନତା ପାର୍ଟି (ସିଜେପି) ଆନ୍ଦୋଳନରେ ଯୋଗଦେବ ବୋଲି ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଆପ୍ ସଦସ୍ୟ ଯୋଗଦେବେ। ସିକନ୍ଦରପୁରରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ରାମ ଗୋବିନ୍ଦ ଚୌଧୁରୀଙ୍କ ତ୍ରୟୋଦଶ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଞ୍ଜୟ ସିଂହ କହିଛନ୍ତି, ପ୍ରତିବାଦ ଗଣତନ୍ତ୍ରକୁ ବଞ୍ଚେଇବା ଉଦ୍ଦେଶ୍ୟରେ ଡକାଯାଇଛି। ଭୋଟ ଚୋରି ରୋକିବା, ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ରଦ୍ଦ କରିବା, ସିଇସି ନିଯୁକ୍ତିରେ ଭାରତର ପ୍ରଧାନ ବିଚାରପତିଙ୍କୁ ସାମିଲ କରିବା ଓ ସାରା ଦେଶରେ ବାଲଟ ପେପର୍ରେ ନିର୍ବାଚନ କରିବା ଦାବିରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ତେବେ ଦିଲ୍ଲୀ ଆନ୍ଦୋଳନ ଆପ୍ ଦ୍ବାରା ନୁହେଁ, ସିଜେପି ଦ୍ବାରା ଆହୂତ ବୋଲି ସଞ୍ଜୟ ସିଂହ ସ୍ପଷ୍ଟ କରିଛନ୍ତି। ସମାଜବାଦୀ ପାର୍ଟି, ବାମପନ୍ଥୀ ଦଳ, ବିଜୁ ଜନତା ଦଳ ଓ ଆପ୍ ପରି ସବୁ ଦଳ ପ୍ରତିବାଦରେ ଯୋଗଦେବା କଥା।
ନଦୀରୁ ମିଳିଲା ନବବିବାହିତ ଦମ୍ପତିଙ୍କ ମୃତଦେହ: ଶିକୁଳିରେ ବନ୍ଧା ଗୋଡ଼

2 weeks ago
6


