Aashirvaad Atta: ଆପଣ ବି ଆଶୀର୍ବାଦ ଅଟା ଖାଉଛନ୍ତି କି? ଏହି ଖବର ନିଶ୍ଚିତ ପଢନ୍ତୁ

2 days ago 4
ARTICLE AD BOX

ନୂଆଦିଲ୍ଲୀ: ଆପଣ ବି ଅନେକ ସମୟରେ ବଜାରରୁ 'ଆଶୀର୍ବାଦ ଅଟା' କିଣୁଥିବେ | ତେବେ ଏହି କମ୍ପାନୀର ଅଟାକୁ ନେଇ ଏବେ ଏକ ଖବର ସାମ୍ନାକୁ ଆସିଛି | ବାସ୍ତବରେ ଏହି ଅଟାର ନିର୍ମାତା କମ୍ପାନୀଆଇଟିସିକୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ରିହାତି ମିଳିଛି। ବାସ୍ତବରେ ଖାଦ୍ୟ ସୁରକ୍ଷା ନିୟାମକ FSSAI (Food Safety and Standards Authority of India) କମ୍ପାନୀର "୧୦୦% ଅଟା" ଦାବିକୁ ନେଇ ସୁରକ୍ଷା ନିୟମାବଳୀ ଅନୁଯାୟୀ କମ୍ପାନୀର ଲାଇସେନ୍ସ ବାତିଲ କରିବା ପାଇଁ ପଦକ୍ଷେପ ନେଉଥିବାବେଳେ, ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି।

ଆହୁରି ପଢନ୍ତୁ :Cricket: ସଂଜୟ ବାଙ୍ଗରଙ୍କ ଝିଅଙ୍କୁ କ୍ରିକେଟ୍‌ ଖେଳିବାକୁ ଅନୁମତି ଦେଲା ଏହି ଦେଶ

କ’ଣ ଥିଲା ପୂରା ମାମଲା?
ବାସ୍ତବରେ ଏଫଏସଏସଏଆଇ ପ୍ୟାକେଟ୍‌ ଗୁଡ଼ିକରେ "୧୦୦ ପ୍ରତିଶତ" ଲେଖି ଦାବି କରାଯାଉଥିବା ନିୟମ ଉପରେ ଏକ ନୂଆ ଆଡଭାଇଜରୀ/ଗାଇଡ୍‌ଲାଇନ୍ ଜାରି କରିଥିଲା। ଏହି ଆଧାରରେ ଆଇଟିସିକୁ ନୋଟିସ୍ ପଠାଯାଇ ତାଙ୍କ ଆଶୀର୍ବାଦ ଅଟା ପ୍ୟାକେଟ୍‌ର ଲେବୁଲ୍, ବିଜ୍ଞାପନ ଏବଂ ୱେବସାଇଟ୍‌ରେ ଥିବା ତଥ୍ୟ ବଦଳାଇବାକୁ କୁହାଯାଇଥିଲା। ଏହାପରେ ଏଫଏସଏସଏଆଇ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା।

ଆହୁରି ପଢନ୍ତୁ :Climate Panchayat: ଶିଶୁଙ୍କ ନାମରେ ଗଛ ଲଗାଇବାକୁ ବିଧାୟକଙ୍କ ଆହ୍ୱାନ


ଏଫଏସଏସଏଆଇର ଏହି ନୋଟିସ୍‌କୁ ଚ୍ୟାଲେଞ୍ଜ କରି ଆଇଟିସି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କମ୍ପାନୀ କହିଥିଲା ଯେ, ଏଫଏସଏସଏଆଇର ୧୦୦% ଦାବି ସମ୍ପର୍କିତ ନୂଆ ଆଡଭାଇଜରୀ ବର୍ତ୍ତମାନର ଆଇନଗତ ପରିସର ବାହାରେ। ମାମଲାର ଶୁଣାଣି କରି ବିଚାରପତି ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ଖଣ୍ଡପୀଠ ଏଫଏସଏସଏଆଇକୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ବର୍ତ୍ତମାନ ଏହି ଆଡଭାଇଜରୀ ଆଧାରରେ ଆଇଟିସିର ଲାଇସେନ୍ସ ବାତିଲ କରାଯାଇପାରିବ ନାହିଁ।

ଆହୁରି ପଢନ୍ତୁ :Hotel Owner Arrested ମହିଳାଙ୍କୁ ଆକ୍ରମଣ କରି ହୋଟେଲ୍‌ ମାଲିକ ଗିରଫ

ଶୁଣାଣି ନହେବା ପର୍ଯ୍ୟନ୍ତ ଆଇଟିସି କମ୍ପାନୀର ଲାଇସେନ୍ସ ବାତିଲ ହେବାର କୌଣସି ଆଶଙ୍କା ନାହିଁ। ସେପ୍ଟେମ୍ବର ୯ ରେ ହେବାକୁ ଥିବା ଶୁଣାଣିରେ ୧୦୦% ଦାବିକୁ ନେଇ ଏଫଏସଏସଏଆଇର ନୀତି ଆଇନଗତ ଭାବେ କେତେ ଗ୍ରହଣୀୟ, ତାହା ସ୍ପଷ୍ଟ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.