Accident: ନାତୁଣୀର ଜନ୍ମଦିନ ପାଳନ କରି ଫେରୁଥିଲେ; ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

2 days ago 3
ARTICLE AD BOX

ତାଳଚେର (ବିକାଶ ଚନ୍ଦ୍ର ସାହୁ): ନାତୁଣୀର ଜନ୍ମଦିନ ପାଳନ କରି ଫେରୁଥିବା ସମୟରେ ଅନୁଗୁଳଜିଲ୍ଲା ତାଳଚେର ଥାନା ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ସ୍କୁଟି ଆରୋହୀ ଦମ୍ପତିଙ୍କୁ ଶକ୍ତ ଧକ୍କା ଦେଇଛି। ଦୁର୍ଘଟଣାର ଶିକାର ହୋଇଥିବା ମହିଳା ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ସ୍ୱାମୀ ଗୁରୁତର ହୋଇଛନ୍ତି। ମୃତ ମହିଳା ସାବିତ୍ରୀ ବେହେରା (୪୫)।

ସ୍କୁଟି ଆରୋହୀ ଦମ୍ପତି ଭୁବନେ ବେହେରା ଏବଂ ସାବିତ୍ରୀଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଧୀନ କଂସରା ଗାଁର ବାସିନ୍ଦା। ଭୁବନେ ବେହେରା କାମାକ୍ଷାନଗରର ପଶୁ ଚିକିତ୍ସାଳୟରେ ସହାୟକ ଭାବେ କାର୍ଯ୍ୟରତ ଅଛନ୍ତି। ଦମ୍ପତି ନାତୁଣୀର ଜନ୍ମଦିନରେ ନିଜ ଗାଁକୁ ଯୋଗଦେବାକୁ ଯାଇ ଫେରୁଥିବା ବେଳେ ଆଜି ଚାଇଁପାଳ ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଳଚେର ଦେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଯାଉଥିବା ବେଳେ ଚାଇଁପାଳ ଠାରେ ଘଟିଥିଲା ଦୁର୍ଘଟଣା। ଘଟଣାସ୍ଥଳରେ ସାବିତ୍ରୀ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଭୁବନ ବେହେରା ଆହତ ହୋଇଛନ୍ତି। 

ତାଳଚେର ପୁଲିସ  ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି  ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ଶବକୁ ଜବତ କରି ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପରପକ୍ଷରେ ଦୁର୍ଘଟଣା ହେବା ପରେ ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଥିଲା। ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। 

Accident: ଗ୍ରାଫାଇଟ କାରଖାନା ସାମ୍ନାରେ ଅଟୋ-ପିକଅପ୍‌ ଭ୍ୟାନ୍‌ ଦୁର୍ଘଟଣା; ୯ ଜଣ ଆହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.