ARTICLE AD BOX
ଘସିପୁର: କେନ୍ଦୁଝରଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବିରଗୋବିନ୍ଦପୁର ଜଗନାଥ ମନ୍ଦିର ସାମ୍ନାରେ ଏକ ଦୁର୍ଘଟଣା ଘଟିଛି। କେନ୍ଦୁଝର ଆଡୁ ଆନନ୍ଦପୁର ଅଭିମୁଖେ ଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଉପରେ ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ବିରଗୋବିନ୍ଦପୁର ଗ୍ରାମର ଚକୁଆସାହିର ରମେଶ ନାଇକ ((୫୫)।
ସୂଚନା ଅନୁସାରେ, ରମେଶ ଆଜି ସନ୍ଧ୍ୟା ସମୟରେ ମଜୁରି ଲାଗି ଫେରୁଥିବା ସମୟରେ ରାସ୍ତା ଉପରେ ଏକ ନାଲି କାର ଧକ୍କା ଦେଇ ପଳାଇଯିବା ପରେ ଏକ ଧଳା କାର ତାଙ୍କ ଉପରେ ଚଢାଇ ଦେଇଥିବା ଉପସ୍ଥିତ ବ୍ୟକ୍ତି ମାନେ ପ୍ରକାଶ କରିଛନ୍ତିl
ଘଟଣାସ୍ଥଳରୁ ଦୁଇଟି କାର ଫେରାର ହୋଇଯାଇଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଜନତା କୋଡିଏ ନମ୍ବର ଜାତୀୟ ରାଜପଥ ଅବରାଧ କରିଛନ୍ତି l ଦ୍ରୁତ ଗାଡ଼ି ଚାଳନା ଯୋଗୁ ରାସ୍ତା ଅନ୍ଧକାର ଥିବାରୁ ଆଲୋକର ବ୍ୟବସ୍ଥା ନାହିଁ ତା ସହ ସିସିଟିଭି କ୍ୟାମେରା ନଥିବାରୁ ଚାଳକମାନେ ଦ୍ରୁତ ଗତିରେ ଚଳାଇବା ଯୋଗୁ ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।
ଘଟଣାସ୍ଥଳରେ ଘସିପୁରା ଥାନା ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ ପହଂଚି ଉତ୍ତକ୍ତ ଲୋକଙ୍କୁ ବୁଝାସୁଝା ସହ ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ରେ ପତ୍ନୀ ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଥିବା ବେଳେ ସେମାନେ ଅତ୍ୟନ୍ତ ଗରିବ ମଜୁରିଆ ଶ୍ରେଣୀ ର ବୋଲି ସରକାରୀ ପ୍ରୋତ୍ସାହଣ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରମୁଖ ଦାବି କରିଛନ୍ତିl

1 month ago
19


