Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_36hpv4sf220vvbgv4daee5rqut, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Accident: ରାସ୍ତାକଡ଼ ଦେକାନକୁ ଧକ୍କା ଦେଲା କାର୍: ଯୁବକ ଗୁରୁତର - CGPT.IN

Accident: ରାସ୍ତାକଡ଼ ଦେକାନକୁ ଧକ୍କା ଦେଲା କାର୍: ଯୁବକ ଗୁରୁତର

49 minutes ago 1
ARTICLE AD BOX

ସୋର: ଜାତୀୟ ରାଜପଥକଡ଼ରେ ହୋଇଥିବା ଦୋକାନଗୁଡିକ ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ମାତ୍ର ପ୍ରଶାସନର କୌଣସି ପଦକ୍ଷେପ ନଥିବାରୁ ଅମାନିଆ ଦୋକନୀମାନେ  ଦିନକୁ ଦିନ ରାସ୍ତା ଉପରକୁ ମାଡିବସୁଥିବା ଦେଖିବାକୁ ମିଳିଛି। ଗତକାଲି ଅପରାହ୍ଣରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟ ହୋଟେଲ ଶ୍ରୀ କ୍ରିଷ୍ଣା  ସମ୍ମୁଖରେ ଜଣେ ଯୁବକ ବିଲରୁ ଘାସ ନେଇ ଫେରୁଥିବା ବେଳେ ଏକ କାର ଧକ୍କା ଦେବାରୁ ଯୁବକ ଜଣଙ୍କ ଗୁରୁତର ହୋଇଥିବା ଜଣାପଡିଛି।  ଯୁବକ ଜଣଙ୍କ ଘର ତଳନଗର ଗ୍ରାମରେ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ।

ଦେକାନୀଙ୍କର କ୍ଷତି ହୋଇନାହିଁ

ମିଳିଥିବା ସୂଚନା ମୁତାବକ; ଅପରାହ୍ଣରେ କେଏ ୦୧ଏମଟି ୦୦୮୪ ନମ୍ବର ବିଶିଷ୍ଟ ଏକ କାରରେ ବିଦେଇପୁର ଅଞ୍ଚଳର ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ବାରିପଦାରୁ ଧାମରା ଅଭିମୁଖେ ଫେରୁଥିଲେ। ଏହି ମସୟରେ କାରଟି ଭାରସାମ୍ୟ ହରାଇ ରାସ୍ତାରେ ଘାସ ନେଇ ଚାଲିଚାଲି ଯାଉଥିବା ତଳନଗର ଗ୍ରାମର ଜଣେ ଯୁବକଙ୍କୁ ଧକ୍କା ଦେଇ ରାସ୍ତା କଡରେ ଥିବା ଏକ ଚାହା ଦୋକାନ ଓ ଏକ ପମ୍ପଚର ଦେକାନ ଭିତରକୁ ମାଡିଯାଇଥିଲା। ସୌଭାଗ୍ୟବଶତଃ ଦୋକାନ ଦୁଇଟି ବନ୍ଦ ଥିବାରୁ କୌଣସି ଦେକାନୀଙ୍କର କ୍ଷତି ହୋଇନାହିଁ। ମାତ୍ର ଉକ୍ତ ଯୁବକ ଜଣଙ୍କ ଗୁରୁତର ଆହତ ହେବା ସହିତ କାରରେ ଥିବା ୫ଜଣଙ୍କ ମଧ୍ୟରୁ ତିନିଜଣ ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ  ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Rourkela Circuit house Case ପ୍ରକାଶ ପାଶୱାନଙ୍କ ଆଉ ୨ ସହଯୋଗୀ ଗିରଫ, ଡିଲ୍‌ କରୁଥିଲେ ବଟି

Read Entire Article
LEFT SIDEBAR AD

Hidden in mobile, Best for skyscrapers.