Accident: ସାଂସଦଙ୍କ ପୁଅ କାର୍‌ ଧକ୍କାରେ ଓଡ଼ିଆ ଝିଅ ମୃତ

5 days ago 4
ARTICLE AD BOX

ରାଇରଙ୍ଗପୁର/ବିଜାତଳା: ଚାକିରି ପାଇଁ ହାଇଦ୍ରାବାଦ ଯାଇଥିବା ଏବଂ ସେଠାରେ ଏକ ମଲ୍‌ରେ କାମ କରୁଥିବା ମୟୂରଭଞ୍ଜର ଜଣେ ଆଦିବାସୀ ଯୁବତୀ ଆନ୍ଧ୍ରପ୍ରଦେଶର ଜଣେ ସାଂସଦ ପୁଅଙ୍କ କାର୍‌ ଧକ୍କାରେ ପ୍ରାଣ ହରାଇଛନ୍ତି। ମୃତ ଯୁବତୀ ହେଉଛନ୍ତି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ତଳୀ ଗ୍ରାମର ଭାରତୀ ମୁଖୀ (୨୬)। ସୂଚନା ଅନୁଯାୟୀ, ଭାରତୀ କିଛିବର୍ଷ ପୂର୍ବରୁ ଚାକିରି କରିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ସେ ଲାଇଫ୍‌ ଷ୍ଟାଇଲ ଷ୍ଟୋର ଇନୋର୍ବୋର୍ଟ ମଲ୍‌ରେ ସେଲ୍‌ସ ଗାର୍ଲ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୮ ତାରିଖରେ ମଧ୍ୟାହ୍ନଭୋଜନ ପାଇଁ ଭାରତୀ ଓ ତାଙ୍କ ସାଙ୍ଗ ବାହାରକୁ ଯାଇଥିଲେ। ଖାଇ ସାରିବା ପରେ ମଲ୍‌କୁ ଯିବାବେଳେ ଏକ ଦ୍ରୁତଗାମୀ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଭାରତୀଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’

ହାଇଦ୍ରାବାଦରୁ ମୃତଦେହକୁ ଆମ୍ବୁଲାନ୍ସରେ ଅଣାଯିବା ପରେ ରାଇରଙ୍ଗପୁରଠାରେ ତାଙ୍କର ଶେଷକୃତ୍ୟ କରାଯାଇଛି। କାର୍‌ ଚଳାଉଥିବା ଆନ୍ଧ୍ରପ୍ରଦେଶର ରାଜ୍ୟସଭା ସାଂସଦ ଲିଙ୍ଗମନେନି ରମେଶଙ୍କ ୨୧ ବର୍ଷୀୟ ପୁଅ ଲିଙ୍ଗମନେନି ସଞ୍ଜୁଷଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। କମ୍ପାନି ପକ୍ଷରୁ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିବାବେଳେ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରଚାର ପରେ ଏହି ଘଟଣା ଆଜି ଲୋକଲୋଚନକୁ ଆସିଛି। ଭାରତୀଙ୍କ ଅକାଳ ମୃତ୍ୟୁକୁ ନେଇ ରାଇରଙ୍ଗପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ହିଟ୍ ଆଣ୍ଡ ରନ୍ କରିଥିବା ସାଂସଦଙ୍କ ପୁଅ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଭାରତୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

Neglect: ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଭିତ୍ତିଭୂମିର ହେଉନି ସୁଧାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.