ARTICLE AD BOX
ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ନାମ୍ପୋ ଫାଣ୍ଡି ଅଧିକାରୀ କରନ ମାରାଣ୍ଡିଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଳେଶ୍ଵର ଆଇଆଇସି ଅଶୋକ କୁମାର ବାରିକଙ୍କୁ ଜ଼ିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଜଳେଶ୍ଵର ଥାନାର ନୂଆ ଆଇଆଇସି ଭାବେ ମୁକୁନ୍ଦ ମୁରାରି ପାତ୍ରଙ୍କୁ ନିୟୋଜିତ କରାଯାଇଛି। ଏହି ମାମଲାକୁ ନେଇ ରାଜନୀତି ତେଜି ଥିବା ବେଳେ ବିଜେଡି, କଂଗ୍ରେସ ର ଟିମ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତ ନାବାଳିକାଙ୍କ ପରିବାରକୁ ଭେଟିଛନ୍ତି।ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଏସ୍ପି ତାଙ୍କ ବିରୋଧରେ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁସାରେ, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯାଇ ନଥିଲା। ଏହାକୁ ନେଇ ଜଳେଶ୍ୱର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିବା ସହ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା କରିଥିଲେ। ସୂଚନା ଅନୁସାରେ, ଗ୍ରାମବାସୀ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଇଥିଲେ।
Woman’s Body: ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
କିନ୍ତୁ ନାମ୍ପ ଫାଣ୍ଡି ଅଧିକାରୀ ତାଙ୍କୁ ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପରେ ଗ୍ରାମବାସୀଙ୍କ ଚାପ ଓ ପଚରାଉଚରା ପରେ ଅଭିଯୁକ୍ତ ସତ ମାନିଥିବା ଦାବି କରାଯାଇଛି। ଏହି ଘଟଣାକୁ ନେଇ ପୁଲିସର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଥିବା ବେଳେ ଫାଣ୍ଡି ଅଧିକାରୀଙ୍କ ବଦଳିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

4 days ago
4


