ARTICLE AD BOX
ଭୁବନେଶ୍ୱର:ସ୍ମାର୍ଟଫୋନ୍ ବଜାରରେ ଦାମ ବୃଦ୍ଧି ଏବେ ଏକ ନୂଆ ସାଧାରଣ ଧାରାରେ ପରିଣତ ହେଉଛି। ଏଆଇ ଚିପ୍ସେଟ୍ ସମେତ ନୂଆ ଡିଜାଇନ୍, ଟେକ୍ନୋଲୋଜି ଓ ଅତ୍ୟାଧୁନିକ ଫିଚର ଯୋଗ ହେଉଥିବାରୁ ସ୍ମାର୍ଟଫୋନ୍ ତିଆରି ଖର୍ଚ୍ଚ ବଢୁଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଫୋନ୍ର ମୂଲ୍ୟ ବଢିବା ସ୍ୱାଭାବିକ ବୋଲି ସ୍ମାର୍ଟଫୋନ୍ ଶିଳ୍ପର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବର୍ତ୍ତମାନ ସ୍ମାର୍ଟଫୋନ୍ କେବଳ ଯୋଗାଯୋଗର ମାଧ୍ୟମ ହୋଇ ରହିନାହିଁ। ବିଶେଷକରି ଯୁବପିଢ଼ି ନୂଆ ଫୋନ୍ କିଣିବା ବେଳେ ଡିଜାଇନ୍, ବ୍ୟବହାର ସୁବିଧା, ଦୀର୍ଘସ୍ଥାୟୀତ୍ୱ, ଅଧିକ କ୍ଷମତାର ବ୍ୟାଟେରି ଓ ଉନ୍ନତ କ୍ୟାମେରାକୁ ଗୁରୁତ୍ୱ ଦେଉଛନ୍ତି। ନୂଆ ସୁବିଧା ଓ ପ୍ରଯୁକ୍ତି ଆସିବା ସହ ଗ୍ରାହକଙ୍କ ଆଶା ମଧ୍ୟ ବଢୁଛି।
ବଜାରରେ ପ୍ରମୁଖ ଚାହିଦା ସୃଷ୍ଟି
ଡିଜିଟାଲ୍ ସହ ଅଭ୍ୟସ୍ତ ଯୁବପିଢ଼ି ସ୍ମାର୍ଟଫୋନ୍ରେ ଅଧିକ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସୋସିଆଲ୍ ମିଡିଆ, ଅନ୍ଲାଇନ୍ କାମ, ଗେମିଂ, ମନୋରଞ୍ଜନ ଓ ଡିଜିଟାଲ୍ ପେମେଣ୍ଟ ସହିତ ଦୈନନ୍ଦିନ ଜୀବନର ପ୍ରାୟ ସବୁ କ୍ଷେତ୍ରରେ ସ୍ମାର୍ଟଫୋନ୍ର ବ୍ୟବହାର ବଢିଛି। ଏହା ସହିତ କଣ୍ଟେଣ୍ଟ କ୍ରିଏଟରମାନଙ୍କ ପାଇଁ ମଧ୍ୟ ସ୍ମାର୍ଟଫୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ପାଲଟିଛି। ଉନ୍ନତ କ୍ୟାମେରା, ଭିଡିଓ ରେକର୍ଡିଂ ଓ ଏଆଇ ଆଧାରିତ ଫିଚର ଯୋଗୁ ଫୋନ୍ରେ ହିଁ ଭଲ ମାନର କଣ୍ଟେଣ୍ଟ ପ୍ରସ୍ତୁତ କରିବା ସମ୍ଭବ ହେଉଛି। ଓପୋ ଇଣ୍ଡିଆର ଜଣେ ଅଧିକାରୀଙ୍କ କହିବାନୁସାରେ, ଓଡ଼ିଶାରେ ସ୍ମାର୍ଟଫୋନ୍ ବଜାରରେ ୨୦ ହଜାର ଟଙ୍କାରୁ କମ୍ ମୂଲ୍ୟର ଫୋନ୍ର ଚାହିଦା ଅଧିକ ରହିଛି। ଏହା ସହିତ ପ୍ରାୟ ୪୦ ହଜାର ଟଙ୍କା ମୂଲ୍ୟ ଶ୍ରେଣୀର ସ୍ମାର୍ଟଫୋନ୍ ମଧ୍ୟ ରାଜ୍ୟରେ ଭଲ ବିକ୍ରି ହେଉଛି। ଏହି ଦୁଇ ମୂଲ୍ୟ ଶ୍ରେଣୀ ଓଡ଼ିଶାର ସ୍ମାର୍ଟଫୋନ୍ ବଜାରରେ ପ୍ରମୁଖ ଚାହିଦା ସୃଷ୍ଟି କରୁଛି।
Airtel postpaid plans: ୪୯୯ ଟଙ୍କାରେ ବର୍ଷେ ମାଗଣା ରୋମିଂ!
ନୂଆ ପିଢ଼ିର ଗ୍ରାହକମାନେ ଫୋନ୍ କିଣିବା ବେଳେ କେବଳ ଦାମ ନୁହେଁ, ଫୋନ୍ରେ ମିଳୁଥିବା ଫିଚର ଓ ଟେକ୍ନୋଲୋଜିକୁ ମଧ୍ୟ ତୁଳନା କରୁଛନ୍ତି। ଏଆଇ, ଉନ୍ନତ କ୍ୟାମେରା, ଅଧିକ ବ୍ୟାଟେରୀ ବ୍ୟାକ୍ଅପ୍, ଦ୍ରୁତ ପ୍ରୋସେସର ଓ ଆକର୍ଷଣୀୟ ଡିଜାଇନ୍ ଭଳି ବୈଶିଷ୍ଟ୍ୟ ଗ୍ରାହକଙ୍କ କ୍ରୟ ନିଷ୍ପତ୍ତିରେ ବଡ଼ ଭୂମିକା ନେଉଛି।

2 weeks ago
7


