ARTICLE AD BOX
ବାରିପଦା (ବଟକୃଷ୍ଣ ବିହାରୀ): ଖାକିରେ ଲାଗିଲା କଳଙ୍କର ଛିଟା। ପୁଲିସ ସବ୍ ଇନ୍ସପେକ୍ଟରଙ୍କ ନାଁରେ ମାମଲା ରୁଜୁ ହେଲା। ମୟୂରଭଂଜ ଜିଲ୍ଲା ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ସବ୍ ଇନ୍ସପେକ୍ଟର ପ୍ରଭାତ ନାୟକଙ୍କ ନାମରେ ଜଣେ ମହିଳା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ପୁଲିସ ସବ୍ ଇନ୍ସପେକ୍ଟର ଶ୍ରୀ ନାୟକ ଥାନାରେ ଅଟକ ଅଛନ୍ତି।
ଅନ୍ୟପଟେ ସବ୍ ଇନ୍ସପେକ୍ଟର ଶ୍ରୀ ନାୟକ କହିଛନ୍ତି ଅଭିଯୋଗକାରୀ ମହିଳାଙ୍କୁ ସେ ବିବାହ କରିଥିଲେ। ହେଲେ ମହିଳା ଜଣଙ୍କ ସବୁବେଳେ ତାଙ୍କ ସହ ଝଗଡା କରିବା ସହ ଆତ୍ମହତ୍ୟାର ଧମକ ଦେଉଥିଲେ, ଯାହା ଫଳରେ ସେ ବାଧ୍ୟ ହୋଇ ତାଙ୍କ ସହ ସମ୍ପର୍କ ରଖି ନଥିଲେ। ସବ୍ ଇନ୍ସପେକ୍ଟର ଶ୍ରୀ ନାୟକ ଏବେ ବାରିପଦା ଟାଉନ ଥାନାରେ କାର୍ଯ୍ୟରତ। ଅଭିଯୋଗକାରୀ ମହିଳାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର।
ପ୍ରଭାତ କୁଆଡ଼େ ଅଭିଯୋଗକାରିଣୀଙ୍କ ସହ ଦୀର୍ଘ ବର୍ଷ ଧରି ସମ୍ପର୍କରେ ରହିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ସେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ପରେ ସେ ସମ୍ପର୍କ କାଟି ଦେଇଥିଲେ। ମହିଳା ଜଣଙ୍କ ପ୍ରଭାତଙ୍କୁ ବାରମ୍ବାର ନିବେଦନ କରିଥିଲେ ଏବଂ କାକୁତି ମିନତି ହୋଇଥିଲେ। ହେଲେ ପ୍ରଭାତ ତାଙ୍କୁ ଜମାରୁ ଧରାଛୁଆଁ ଦେଉନଥିଲେ। ମହିଳା ଜଣଙ୍କ ଏ ନେଇ ପ୍ରଭାତଙ୍କ ପରିବାର ସହ ମଧ୍ୟ ଯୋଗାଯୋଗ କରିଥିଲେ। ହେଲେ ସହାୟତା ବଦଳରେ ଧମକ ଚମକ ମିଳିଥିଲା।
Minor Assault Case ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ
ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ବାରିପଦାର କିଛି ବ୍ୟକ୍ତି ନିଜକୁ ସମାଜସେବୀ କହି ମହିଳାଙ୍କୁ ପ୍ରଭାତଙ୍କ ସହ ଏକ ମନ୍ଦିରରେ ବିବାହ କରାଇଥିଲେ। ହେଲେ ସେମାନେ ପରବର୍ତ୍ତୀ ସମୟରେ ଧୋକ୍କା ଦେଇ ପ୍ରଭାତଙ୍କ ସପକ୍ଷରେ ବାହାରି ନିର୍ଯାତନା ଦେଇଥିଲେ। ଏ ନେଇ ପୁଲିସ୍ ପ୍ରଭାତଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପ୍ରଭାତଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ବାରିପଦା ଏସଡିପିଓ ପ୍ରଭାତ ମଲ୍ଲିକ କହିଛନ୍ତି। ଏହି ଘଟଣାରେ ମହିଳା ଜଣଙ୍କ ପୂର୍ବରୁ ସବ୍ ଇନ୍ସପେକ୍ଟର ପ୍ରଭାତଙ୍କ ଗାଁ କେନ୍ଦୁଝର ଥାନାରେ ଅଭିଯୋଗ କରିଥିଲେ। ଆପୋଷ ସମାଧାନ ହୋଇଥିଲା। ପୁଣି ମହିଳା ଜଣଙ୍କ ଏନେଇ ମୟୂରଭଞ୍ଜ ଏସପିଙ୍କ ନିକଟରେ ଅଭିଯୋଗ କରିବା ପରେ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି।

5 days ago
4


