Amit Shah: ଡ୍ରଗ୍ସ ମାଫିଆଙ୍କୁ ମୂଳପୋଛ କରିବୁ: ଅମିତ ଶାହ

2 days ago 7
ARTICLE AD BOX

ନୂଆଦିଲ୍ଲୀ: ଦେଶରେ ନିଶାଦ୍ରବ୍ୟ ଚୋରାଚାଲାଣ କରୁଥିବା ମାଫିଆଙ୍କୁ ମୂଳପୋଛ କରିବା ପର୍ଯ୍ୟନ୍ତ ଭାରତର ଅଭିଯାନ ଜାରି ରହିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଆସାମ, ମିଜୋରାମ ଓ ମଣିପୁରର ୩୮ଟି ସ୍ଥାନରେ ଏକକାଳୀନ ଚଢ଼ଉ ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଚଢ଼ଉରେ ଏକ ଆନ୍ତର୍ଜାତିକ ନିଶାଦ୍ରବ୍ୟ ଚୋରାଚାଲାଣ ନେଟ୍‌ୱର୍କର ପର୍ଦ୍ଦାଫାସ୍ କରାଯାଇଛି। ଏହି ଅଭିଯାନରେ ୧୮ ଜଣ ଗିରଫ ହୋଇଥିବାବେଳେ ୧୦୦ କୋଟି ଟଙ୍କାର ହାୱାଲା କାରବାର ସମ୍ପର୍କିତ ତଥ୍ୟ ମିଳିଛି।

ଅକ୍ଟୋବର ୨୩ରେ ଏହି ତିନି ଉତ୍ତର-ପୂର୍ବ ରାଜ୍ୟରେ ‘ଅପରେସନ୍ ଟ୍ରାଇଡେଣ୍ଟ’ ନାମରେ ଚଢ଼ଉ କରାଯାଇଥିଲା। ଏଥିରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଓ ତିନି ରାଜ୍ୟର ପୁଲିସ ମିଳିତ ଭାବେ ସାମିଲ ହୋଇଥିଲେ। ଏହି ଅଭିଯାନରେ ୧୭.୮୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଥିବାବେଳେ ୧୨ ଲକ୍ଷ ଟଙ୍କା ନଗଦ ଅର୍ଥ ଓ ୫୦୦ଟି ଡିଟୋନେଟର୍ ଜବତ ହୋଇଛି। ଏହା ସହ ୧୪୨୪ଟି ବ୍ୟାଙ୍କ ଖାତାକୁ ଅଚଳ କରାଯାଇଛି ବୋଲି ଶାହ ସୂଚନା ଦେଇଛନ୍ତି। ଶାହ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ୍‌ରେ କହିଛନ୍ତି ଯେ, ଏହି ନିଶାଦ୍ରବ୍ୟ ଚୋରାଚାଲାଣ ନେଟ୍‌ୱର୍କ ଭାରତ, ମ୍ୟାମାର ଓ ବାଂଲାଦେଶ ମଧ୍ୟରେ ସକ୍ରିୟ ଥିଲା। 

ସୀମାପାର ନିଶାଦ୍ରବ୍ୟ ଚାଲାଣ ପାଇଁ ଏହି ନେଟ୍‌ୱର୍କ ଏକ ରାସ୍ତା ବ୍ୟବହାର କରୁଥିଲା, ଯାହାକୁ ସେ ‘ଡେଥ୍ ଟ୍ରାଙ୍ଗଲ୍ କରିଡର୍’ ବୋଲି ଅଭିହିତ କରିଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ କେବଳ ଆଇନଶୃଙ୍ଖଳା ସମସ୍ୟା ନୁହେଁ, ଏହା ଦେଶର ଯୁବପିଢ଼ି ଓ ଭବିଷ୍ୟତ ପାଇଁ ମଧ୍ୟ ବିପଦ ବୋଲି ଶାହ କହିଛନ୍ତି। ଏହି କାରବାର ଦେଶବିରୋଧୀ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଯୋଗାଇବା ସହ ଅର୍ଥନୀତି ଉପରେ ଚାପ ସୃଷ୍ଟି କରୁଛି। ତେଣୁ ନିଶାଦ୍ରବ୍ୟ ବିରୋଧୀ ଅଭିଯାନକୁ ଅଧିକ ତୀବ୍ର କରାଯିବ। ୨୦୨୯ ଡିସେମ୍ବର ୩୧ ସୁଦ୍ଧା ଦେଶରୁ ନିଶାଦ୍ରବ୍ୟ ଚୋରାଚାଲାଣ ନେଟ୍‌ୱର୍କକୁ ମୂଳପୋଛ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ଗୃହମନ୍ତ୍ରୀ କହିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ପୁଲିସ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Amit Shah: ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନରେ ବିପୁଳ ବିଜୟ ଲାଗି ‘ଏବିଭିପି’କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
 

Read Entire Article
LEFT SIDEBAR AD

Hidden in mobile, Best for skyscrapers.