ARTICLE AD BOX
ମୁମ୍ବାଇ: ଆଜି ହେଉଛି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କର ଜନ୍ମଦିନ। ’ସାତ୍ ହିନ୍ଦୁସ୍ତାନୀ’ ଜରିଆରେ ବଲିଉଡରେ ପାଦ ଥାପିଥିବା ଅମିତାଭ ବଚ୍ଚନଙ୍କ ଅନେକ ସୁପରହିଟ୍ ଓ ବ୍ଲକବଷ୍ଟର୍ ମୁଭି ଦର୍ଶକଙ୍କୁ ଉପହାର ଦେଇଛନ୍ତି। ତେବେ ଆପଣ ଜାଣନ୍ତି କି ତାଙ୍କର କେତୋଟି ସିନେମା ଅଧାରେ ଅଟକି ରହିଛି। ଆସନ୍ତୁ ଜାଣିବା ସେହିସବୁ ସିନେମା ସଂପର୍କରେ ...
ଶିବା(୧୯୭୦): ଲଷ୍ଟ ଆଣ୍ଡ ଫାଉଣ୍ଡ ପ୍ରସଙ୍ଗ ଉପରେ ଆଧାରିତ ଏକ ଫିଲ୍ମ ହେଲା ‘ ଶିବା, ଯାହା ୧୯୭୦ରେ ନିର୍ମିତ ହେଉଥିଲା । ଏଥିରେ ଅମିତାଭ ବଚ୍ଚନ ବଡ଼ ଭାଇର ଭୂମିକାରେ ଅଭିନୟ କରିଥିଲେ । ତେବେ ସେହି ସିନେମା ଆଜି ଯାଏ ରିଲିଜ୍ ହୋଇ ନାହିଁ ।
ୟାର୍ ମେରି ଜିନ୍ଦେଗୀ(୧୯୭୧): ୧୯୭୧ରେ ‘ୟାର୍ ମେରି ଜିନ୍ଦେଗୀ’ ଟାଇଟଲ୍ରେ ଏକ ଫିଲ୍ମର ନିର୍ମାଣ ଆରମ୍ଭ ହୋଇଥିଲା, ଯାହା ଏହି କେବେ ରିଲିଜ୍ ହୋଇପାରିନଥିଲା ।
ଅପ୍ନା ସପ୍ନା(୧୯୭୨): ଅମିତାଭ ବଚ୍ଚନ ଓ ରେଖା ଷ୍ଟାର୍ର ଏକ ମୁଭି ଥିଲା ‘ ଅପନା ସପ୍ନା’ । ଏହାର କିଛି ଅଂଶ ସୁଟିଂ ବି ସରିଥିଲା । ହେଲେ ପରେ ଏହାପରେ ବନ୍ଦ ହୋଇଗଲା । ଏହାପରେ ଏହି ଯୋଡ଼ିକୁ ଦର୍ଶକ ‘ଦୋ-ଅନ୍ଜାନେ’ ରେ ଦେଖିବାକୁ ପାଇଥିଲେ ।
ମନମୋହନ ଦେଶାଇ ନିର୍ମାଣ କରୁଥିଲେ ‘ଖୁଦା ଗବାହ’
ଖୁଦା ଗବାହ(୧୯୭୮): ଅମିତାଭ ବଚ୍ଚନ ଓ ଶ୍ରୀଦେବୀଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ ଖୁଦା ଗବାହ’ ତ ରିଲିଜ୍ ହୋଇଥିଲା। ହେଲେ ୧୯୭୮ ମସିହାରେ ବଲିଉଡର ହିଟ୍ ମେକର୍ ମନମୋହନ ଦେଶାଇ ସେହି ଟାଇଟଲରେ ଅନ୍ୟ ଏକ ସିନେମା ନିର୍ମାଣ କରୁଥିଲେ । ଏଥିରେ ଅମିତାଭ ବଚ୍ଚନଙ୍କ ବିପକ୍ଷରେ କାମ ନଜର ଆସିଥାନ୍ତେ ପରବୀନ୍ ବାବି। କିନ୍ତୁ ଏହି ସିନେମା ଅଧାରେ ଅଟକି ରହିଥିଲା ।
ସରଫରୋସ୍ (୧୯୭୯): ପ୍ରଖ୍ୟାତ ନିର୍ଦ୍ଦେଶକ ମନମୋହନ ଦେଶାଇ ୧୯୭୯ରେ ଅମିତାଭ ବଚ୍ଚନଙ୍କୁ ଲିଡ୍ ରୋଲରେ ନେଇ ‘ସରଫରୋସ୍ ’ ଟାଇଟଲରେ ଏକ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରବୀନ ବାବି, ଋଷି କପୁର, କାଦର ଖାନ୍ ଓ ଶକ୍ତି କପୁର ଅଭିନୟ କରିଥିଲେ। ଏହା ବି ରିଲିଜ୍ ହୋଇପାରିନଥିଲା ।
ତାହା ସଫଳ ହୋଇନଥିଲା
ଠିକ୍ ସେହିପରି ପ୍ରଖ୍ୟାତ ନିର୍ଦ୍ଦେଶକ ସୁଭାଷ ଘାଇ ବି ଅମିତାଭ ବଚ୍ଚନଙ୍କୁ ନେଇ ‘ଦେବା’ ଟାଇଟଲ୍ରେ ଏକ ସିନେମା ନିର୍ମାଣ କରିବାର ଯୋଜନା କରିଥିଲେ, କିନ୍ତୁ, ତାହା ସଫଳ ହୋଇନଥିଲା।

2 weeks ago
7


