Anahat Singh: ସିଲିକନ୍ ଭ୍ୟାଲି ଓପନ୍‌ ସ୍କ୍ବାସ୍‌: ସେମିରେ ଅଟକିଲେ ଅନାହତ

3 days ago 3
ARTICLE AD BOX

ରେଡ୍‌ଉଡ୍ ସିଟି (ଆମେରିକା):ଭାରତୀୟ ସ୍କ୍ୱାସ୍ ତାରକା ଅନାହତ ସିଂହ ଏଠାରେ ଚାଲିଥିବା ପିଏସ୍‌ଏ ଗୋଲ୍‌ଡ ଲେବଲ୍‌ ସ୍କ୍ବାସ୍‌ ପ୍ରତିଯୋଗିତା ‘ସିଲିକନ୍ ଭ୍ୟାଲି ଓପନ୍‌’ ସେମିଫାଇନାଲ୍‌ରେ ଅଟକି ଯାଇଛନ୍ତି। ୧୮ ବର୍ଷୀୟା ଅନାହତ ପ୍ରିକ୍ବାର୍ଟରରେ ୮ଥରର ବିଶ୍ବ ବିଜୟିନୀ ଇଜିପ୍ଟର ନୂର ଏଲ୍‌ ସେରବିନୀଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଏହା ପରେ କ୍ବାର୍ଟରଫାଇନାଲ୍‌ରେ ଷଷ୍ଠ ମାନ୍ୟତାପ୍ରାପ୍ତ ସଲମା ହାନିଙ୍କୁ ମାତ୍‌ ଦେଇ ପିଏସ୍‌ଏ ଗୋଲ୍ଡ ଲେବଲ୍‌ ସେମିଫାଇନାଲ୍‌ରେ ପହଞ୍ଚିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ। ହେ‌ଲେ ଶନିବାର ସେମିଫାଇନାଲ୍‌ରେ ବିଶ୍ବର ୧୫ ନମ୍ବର ଅନାହତ ଏହି ଧାରା ବଜାୟ ରଖି ନପାରି ୧-୩ (୧୧-୫, ୬-୧୧, ୪-୧୧, ୭-୧୧)ରେ ବିଶ୍ବର ୪ ନମ୍ବର ମାଲେସିଆର ଶିବାସଙ୍ଗାରୀ ସୁବ୍ରମଣ୍ୟମଙ୍କଠୁ ହାରିଯାଇଛନ୍ତି।

ଅନାହତ ପ୍ରଥମ ଗେମ୍‌କୁ ଜିତିଥିଲେ

ଅନାହତ ପ୍ରଥମ ଗେମ୍‌କୁ ଜିତିଥିଲେ। ହେଲେ ପରବର୍ତ୍ତୀ ୩ ଗେମ୍‌କୁ ସୁବ୍ରମଣ୍ୟମ ଜିତି ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲେ। ଏହା ସୁବ୍ରମଣ୍ୟମଙ୍କ ବିପକ୍ଷରେ ଅନାହତଙ୍କ ଚତୁର୍ଥ ପରାଜୟ। ନିକଟରେ ଏସୀୟ କ୍ରୀଡ଼ା ମହିଳା ଏକକ ଫାଇନାଲ୍‌ରେ ସୁବ୍ରମଣ୍ୟମଙ୍କଠୁ ହାରି ଅନାହତ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ।

Arrested: ବଡ଼ ଧରଣର ହିଂସାକାଣ୍ଡ ଭିଆଇବାକୁ ଯୋଜନା କରୁଥିବା ବେଳେ ଧରାହେଲେ ପିଏଲଏଫଆଇ ଜୋନାଲ କମାଣ୍ଡର ବିଶ୍ରାମ କୋଙ୍ଗାଡି

Read Entire Article
LEFT SIDEBAR AD

Hidden in mobile, Best for skyscrapers.