Annamalai: ଆମେ କେବେ ବି ସିଜେପିକୁ ସମର୍ଥନ କରୁନୁ: ଆନ୍ନାମଲାଇ ସେମାନଙ୍କ ଏଜେଣ୍ଡା ଭିନ୍ନ

4 days ago 4
ARTICLE AD BOX

ନୂଆଦିଲ୍ଲୀ: କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ଆନ୍ଦୋଳନକାରୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିବାର ଦିନକ ପରେ ପୂର୍ବତନ ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ ଏହା ଉପରେ ସ୍ପଷ୍ଟୀକରଣଦେଇଛନ୍ତି। ତାଙ୍କ ମନ୍ତବ୍ୟକୁ ଅଭିଜିତ୍ ଦୀପକେଙ୍କ ନେତୃତ୍ୱାଧୀନ ସଂଗଠନ ପ୍ରତି ସମର୍ଥନ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ :Cyclone: ଆର୍ଯ୍ୟପଲ୍ଲୀରେ ଭୟ, ସହାୟତା ଦାବି କଲେ ମତ୍ସ୍ୟଜୀବୀ

ଗୁରୁବାର ‘ୱି ଦି ଲିଡର୍ସ’ ଅଭିଯାନ ଅନ୍ତର୍ଗତ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆନ୍ନାମଲାଇ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଥିଲେ। ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥିଲେ। ଏଥିସହ ସିଜେପିର ପ୍ରତିବାଦ ପଛରେ ଥିବା ଉଦ୍ଦେଶ୍ୟକୁ ମଧ୍ୟ ସମର୍ଥନ କରିଥିଲେ। ଏହା ଉପରେ ସ୍ପଷ୍ଟୀକରଣ ଦେଇ ଆନ୍ନାମଲାଇ କହିଛନ୍ତି, “ଆମେ କେବେ ବି କକ୍ରୋଚ୍‌ ଜନତା ପାର୍ଟିକୁ ସମର୍ଥନ କରୁନାହୁଁ। ସେମାନଙ୍କ ଏଜେଣ୍ଡା ଅଲଗା ଏବଂ ଆମର ଏଜେଣ୍ଡା ଅଲଗା।” ଚଳିତ ବର୍ଷ ଆରମ୍ଭରେ ବିଜେପି ଛାଡ଼ିଥିବା ଆନ୍ନାମଲାଇ କହିଛନ୍ତି ଯେ ଗଣତନ୍ତ୍ରରେ ପ୍ରତ୍ୟେକ ରାଜନୈତିକ ଦଳର ନିଜ ଅଧିକାର ପାଇଁ ଲଢ଼ିବାର ଅଧିକାର ରହିଛି।

ଆହୁରି ପଢନ୍ତୁ :Anil Kapoor: "ଯଦି ମୋର କେହି ଯାଆଁଳା ଭାଇ ଥାଆନ୍ତେ, ତେବେ ସେ କେବଳ ସତୀଶ କୌଶିକ": ବନ୍ଧୁଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ଅନିଲ କପୁର

ଅକ୍ଟୋବର ୧୦ରେ ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆନ୍ନାମଲାଇଙ୍କ ମନ୍ତବ୍ୟକୁ ନେଇ ବିଜେପି ତାଙ୍କୁ ସମାଲୋଚନା କରିଥିଲା। ଏହାର ଜବାବରେ ସେ କହିଛନ୍ତି ଯେ ଦେଶପ୍ରେମ ସମ୍ପର୍କରେ ତାଙ୍କୁ କାହାର ଭାଷଣ ଶୁଣିବାର ଆବଶ୍ୟକତା ନାହିଁ। ଦେଶର ବିଭିନ୍ନ ରାଜ୍ୟରେ କାମ କରିବା ଓ ରହିବାର ଅଭିଜ୍ଞତା ଥିବାରୁ ଭାରତର ଏକତା ଓ ସାର୍ବଭୌମତ୍ୱ ସମ୍ପର୍କରେ ସେ ଭଲଭାବେ ଅବଗତ। ଆନ୍ନାମଲାଇ ଆହୁରି କହିଛନ୍ତି ଯେ ସିଜେପି ଆନ୍ଦୋଳନକାରୀମାନେ ଭୁଲ୍‌ କରୁଥିଲେ କର୍ତ୍ତୃପକ୍ଷ ପ୍ରତିଶୋଧପରାୟଣ ନ ହୋଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ଥିଲେ ଗୁଇନ୍ଦା ବ୍ୟୁରୋ (ଆଇବି) ଓ ‘ର’ ଭଳି ସଂସ୍ଥାର ସହାୟତା ନେଇ ଦୋଷୀଙ୍କୁ ଜେଲ୍‌ରେ ରଖାଯାଇପାରିବ। କିନ୍ତୁ ଏକ୍ସରେ ମିଥ୍ୟା ପ୍ରଚାର କରିବା ଉଚିତ ନୁହେଁ। ନିର୍ବାଚନ କମିସନ ଓ ସୁପ୍ରିମ୍‌କୋର୍ଟ ସମେତ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଜନସାଧାରଣଙ୍କ ବିଶ୍ୱାସ ଦୁର୍ବଳ କରିବାର ଉଦ୍ୟମକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଆନ୍ନାମଲାଇ ଜୋର ଦେଇ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.