Anti-social elements: ‘ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଶୂନ୍ୟ ସହନଶୀଳ ହୁଅ’: ଡିଜିପି-ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ମାର୍ଗଦର୍ଶନ

1 hour ago 1
ARTICLE AD BOX

ଭୁବନେଶ୍ୱର: ରାଜ୍ୟ ପୁଲିସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି-ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ମାର୍ଟ ପୁଲିସିଂ ଉପରେ ଏକ ନୀଳ ନକ୍‌ସା ଉପସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁଲିସକୁ ୧୦ ସୂତ୍ରୀ ମାର୍ଗଦର୍ଶନ ଦେଇଛନ୍ତି। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳ ନୀତି, ଦଣ୍ଡବିଧାନ ହାର ବୃଦ୍ଧି, ନିଶାମୁକ୍ତ ଓଡ଼ିଶା, ତଟରେଖା ଓ ସାମୁଦ୍ରିକ ସୁରକ୍ଷା, ସାଇବର ସୁରକ୍ଷା ଓ ଡାର୍କୱେବ୍ ଉପରେ ନଜର, ଗୁଇନ୍ଦା ବ୍ୟବସ୍ଥାର ସୁଦୃଢ଼ୀକରଣ, ଥାନା ଆଧୁନିକୀକରଣ, ଜନସାଧାରଣଙ୍କ ପ୍ରତି ନମ୍ର ବ୍ୟବହାର, ଦାଦାବଟି ଓ ଚାନ୍ଦା ଆଦାୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଦୁର୍ନୀତିମୁକ୍ତ ସମର୍ପିତ ପୁଲିସିଂ ପାଇଁ ପରାମର୍ଶ ଦେଇଛନ୍ତି।

Neglect: ନବରଂଗପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ କଟିଲେ ସବୁ ଅନ୍ଧାର

ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ମହିଳା ବିରୋଧୀ ହିଂସାରେ ରାଜ୍ୟର ଦଣ୍ଡବିଧାନ ହାର ଏବେ ୪୦%କୁ ବୃଦ୍ଧି ପାଇଛି। ଏହାକୁ ଅତିକମ୍‌ରେ ୭୫%କୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତଦନ୍ତ ପ୍ରକ୍ରିୟାରେ ବୃତ୍ତିଗତ ଦକ୍ଷତା ଓ ଟେକ୍ନୋଲୋଜିର ବ୍ୟବହାର ବଢ଼ାଇବାକୁ ହେବ। ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଦାଦାବଟି ଓ ଜୋରଜବରଦସ୍ତ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଡିଜିପି-ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ମାର୍ଗଦର୍ଶନ
ସ୍ମାର୍ଟ ପୁଲିସିଂ ଉପରେ ଗୁରୁତ୍ୱ
ମହିଳା ହିଂସାରେ ଦଣ୍ଡବିଧାନ ହାର ୭୫%କୁ ବୃଦ୍ଧି କର

ସେହିଭଳି ୨୦୨୯ ସୁଦ୍ଧା ଓଡ଼ିଶାକୁ ନିଶାମୁକ୍ତ କରିବାକୁ ସରକାର ଯେଉଁ ସଂକଳ୍ପ ନେଇଛନ୍ତି, ତାହାକୁ ସଫଳ କରାଇବାରେ ପୁଲିସ ଦୃଢ଼ ପଦକ୍ଷେପ ନେବାକୁ ଏବଂ ନିଶା କାରବାରର ମୂଳ ସିଣ୍ଡିକେଟ୍ ଓ ଆର୍ଥିକ ନେଟ୍‌ୱର୍କକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୫୭୫ କିମି ତଟରେଖା ସୁରକ୍ଷା ପାଇଁ ଭୁବନେଶ୍ୱରେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ୧୦ଟି ଡ୍ରୋନ୍, ୫ଟି ଟ୍ରଲର୍‌, ୧୦ଟି ଆଧୁନିକ ଇଣ୍ଟରସେପ୍ଟର୍ ବୋଟ୍‌ ଏବଂ ଏଟିଭି ମାଧ୍ୟମରେ ବେଳାଭୂମି ପାଟ୍ରୋଲିଂକୁ ଅଧିକ କ୍ରିୟାଶୀଳ କରିବା ଉପରେ ପ୍ରାଧାନ୍ୟ ଦେବାକୁ ସେ କହିଛନ୍ତି। ସାଇବର ଅପରାଧ ଓ ଡାର୍କୱେବ୍‌ ଉପରେ ନଜର ରଖିବା ସହ ଏନ୍‌ଏଟିଜିଆର୍‌ଆଇଡି ଓ ସିସିଟିଏନ୍‌ଏସ୍ ମାଧ୍ୟମରେ ଗୁଇନ୍ଦା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଥାନା ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କାର ସ୍ୱତନ୍ତ୍ର ଫଣ୍ଡ ଯୋଗାଇ ଦିଆଯାଇଛି।

Weekly Horoscope 2026 August 30 to September 05: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜନସାଧାରଣଙ୍କ ପ୍ରତି ପୁଲିସ ଉଚିତ ବ୍ୟବହାର ପ୍ରଦର୍ଶନ କରିବା ଉପ‌ରେ ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି। ସେ କହିଛନ୍ତି, ‘ପୁଲିସକୁ ଦେଖି ଅପରାଧୀ ଛାନିଆ ହେବେ, ନିର୍ଦ୍ଦୋଷ ନାଗରିକ ନୁହନ୍ତି’। ତେଣୁ ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କ ପ୍ରତି ସମ୍ମାନ ଓ ନମ୍ର ବ୍ୟବହାର କରିବାକୁ ସେ ପୁଲିସକୁ ଚେତାଇ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର୍‌ପି କୋଚେ, ଏଡିଜି ନକ୍ସଲ ବିରୋଧୀ ଅଭିଯାନ ସଞ୍ଜୀବ ପଣ୍ଡା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ମାଓ ହିଂସା ନିୟନ୍ତ୍ରଣକୁ ଆସିଥିବାରୁ ଓଡ଼ିଶାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମ୍ମାନିତ କରିଛି। ୨ ବର୍ଷରେ ପୁଲିସ ବିଭାଗରେ ୧୭,୭୯୪ ନୂଆ ପଦବି ସୃଷ୍ଟି କରାଯାଇଛି ଓ ୫,୮୧୭ ପଦବି ପୂରଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.