Apple-1 computer: ୧୦.୯ କୋଟିରେ ନିଲାମ ହେଲା ଆପଲ୍‌-୧ କମ୍ପ୍ୟୁଟର

5 days ago 6
ARTICLE AD BOX

ଟେକ୍ନୋଲୋଜି ଦୁନିଆରେ ଇତିହାସ ରଚିଥିବା ଆପଲ୍‌ କମ୍ପାନିର ପ୍ରଥମ ଉତ୍ପାଦ ‘ଆପଲ୍‌-୧’ କମ୍ପ୍ୟୁଟର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ନିକଟରେ ଅନୁଷ୍ଠିତ ଏକ ନିଲାମରେ ଏହି ବିରଳ ଓ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଆପଲ୍‌-୧ କମ୍ପ୍ୟୁଟରଟି ୧.୧୫ ନିୟୁତ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୧୦.୯ କୋଟି ଟଙ୍କାରେ ବିକ୍ରି ହୋଇଛି। ନିଲାମ ସଂସ୍ଥା ‘ବୋନ୍‌ହାମ୍‌ସ’ ଅନୁଯାୟୀ, ଦୁଇଜଣ କ୍ରେତାଙ୍କ ମଧ୍ୟରେ ପ୍ରାୟ ୨୮ ମିନିଟ୍‌ର କଡ଼ା ପ୍ରତିଦ୍ୱନ୍ଦ୍ୱିତା ପରେ ଏହି ରେକର୍ଡ ମୂଲ୍ୟ ଧାର୍ଯ୍ୟ ହୋଇଥିଲା। ସଂଗ୍ରାହକମାନଙ୍କ ଗହଣରେ ‘ହ୍ୟାଟ୍‌ଫିଲ୍‌ଡ ଆପଲ୍‌-୧’ ନାମରେ ପରିଚିତ ଏହି କମ୍ପ୍ୟୁଟରଟି ଏତେ ମୂଲ୍ୟବାନ୍‌ ହେବାର ଅନେକ କାରଣ ରହିଛି।

Elephant: ଦି’ଦିନ ନାକେଦମ୍‌ କଲାଣି ଦନ୍ତା; ବାଜା-ବାଣ-ନିଆଁହୁଳାକୁ ଫୁ…

କମ୍ପ୍ୟୁଟରର ମଦରବୋର୍ଡରେ ଆପଲ୍‌ର ସହ-ସଂସ୍ଥାପକ ଷ୍ଟିଭ୍ ୱୋଜନିଆକ୍‌ ନିଜେ ଦସ୍ତଖତ କରିଛନ୍ତି। ଏହା ସହିତ ୧୯୭୮ ମସିହାର ଏକ ଚିଠି ମଧ୍ୟ ରହିଛି, ଯେଉଁଥିରେ ଷ୍ଟିଭ୍ ଜବ୍‌ସ ସ୍ୱାକ୍ଷର କରିଛନ୍ତି। ଏହି ଚିଠିଟି କମ୍ପ୍ୟୁଟରର ମୂଳ କ୍ରେତା ଫ୍ରେଡ୍ ହ୍ୟାଟଫିଲ୍‌ଡଙ୍କୁ ପଠାଯାଇଥିଲା। ଏହା ସହିତ ଅସଲି ଅପରେଟିଂ ମାନୁଆଲ୍, ହାର୍ଡୱେର୍ ପାର୍ଟସ୍ ଓ ଏକ୍ସକ୍ଲୁସିଭ୍ ‘ଆପଲ୍‌-୧ ଓନର୍‌ କ୍ଲବ୍‌’ର ଏକ ନିମନ୍ତ୍ରଣ ପତ୍ର ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଆପଲ୍‌ ରେଜିଷ୍ଟ୍ରିରେ ଏହି ମେସିନ୍‌ଟି ନଂ. ୪୮ ଭାବରେ ପଞ୍ଜୀକୃତ। ବର୍ତ୍ତମାନ ସାରା ବିଶ୍ୱରେ ପ୍ରଥମ ସଂସ୍କରଣର ସେଭଳି ୭୫ରୁ କମ୍ କମ୍ପ୍ୟୁଟର ଅଛି।

Education: ଛଅ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.