Arrest: ୩ ସେନା କର୍ମଚାରୀଙ୍କ ସମେତ ୭ ଜଣ ଗିରଫ

3 weeks ago 7
ARTICLE AD BOX

ହାଇଦ୍ରାବାଦ: ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟର ବୋଲାରାମରେ ସେନାର ୨୦ତମ ବାଟାଲିୟନର ମାଡ୍ରାସ ରେଜିମେଣ୍ଟରୁ ଅଗଷ୍ଟ ୩୧ ତାରିଖ ସକାଳେ ବନ୍ଧୁକ ଓ ଗୁଳିଗୋଳା ଚୋରି ମାମଲାରେ ତେଲେଙ୍ଗାନା ପୁଲିସ ଶନିବାର ଅଧିକ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସେନାରେ କାର୍ଯ୍ୟରତ ୩ କର୍ମଚାରୀ ଅଛନ୍ତି। ମାଲକାଜଗିରି ପୁଲିସ କମିସନର ବି ସୁମଥୀ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ବାଟାଲିୟନର ଜଣେ ଅବସରପ୍ରାପ୍ତ ହାଭିଲଦାର ଉପ୍ପୁଥୋଲ୍ଲା ମାଲ୍ଲେଶ ଓରଫ ରାଜୁ (୩୭) ସେପ୍ଟେମ୍ବର ୧୧ ତାରିଖରେ ଗିରଫ ହୋଇଥିଲା। ଅନ୍ୟମାନଙ୍କୁ ଆଜି ଗିରଫ କରାଯାଇଛି।

ଗିରଫ ବ୍ୟକ୍ତିମାନେ ହେଲେ ସିପାହୀ କୋଣ୍ଡୁରୀ ଶେଷୁଲୁ (୩୬), ଯବାନ ବିନୋଦ କୁମାର (୩୪) ଉଭୟ ଆନ୍ଧ୍ରପ୍ରଦେଶର ମାର୍କାପୁରମ୍ମ ଜିଲ୍ଲାର ବାସିନ୍ଦା, କୁଚରାକାନ୍ଥି ପ୍ରବୀଣ (୩୭) ସେନାରେ ହାବିଲଦାର ଭାବେ କାମ କରୁଥିଲେ ଓ ତାଙ୍କ ଘର ମେହବୁବନଗରରେ ବୋଲି ପୁଲିସ କହିଛି। ଅଭି ଦେ (୩୨), ବୀରବଲ ସ (୨୭) ପଶ୍ଚିମବଙ୍ଗର ବାସିନ୍ଦା, ଉପ୍ପୁଥୋଲା ମଲ୍ଲିକାର୍ଜୁନ (୩୯) ଓ ଚେମ୍ମାକର ନିରଞ୍ଜନ (୩୯) ପାଦରା, ନାଗରକର୍ନୁଲର ବାସିନ୍ଦା। ସମସ୍ତ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର ପରେ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନେ ଚୋରି ହୋଇଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର କରି ବ୍ୟାଙ୍କ, ଅଳଙ୍କାର ଦୋକାନ ଓ ଧନୀ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରି ଡକାୟତି କରିବାକୁ ଯୋଜନା କରିଥିଲେ ବୋଲି ଅଭିଯୋଗ ହୋଇଛି।

Supreme Court: ରାମମନ୍ଦିର ଦାନ ଚୋରି ମାମଲାରେ ରାଜନୀତି ନ କରିବାକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.