ARTICLE AD BOX
ଛତିଆ: ଯାଜପୁରଜିଲ୍ଲା ବୈରୀ ପୁଲିସକୁ ମିଳିଛି ବଡ ସଫଳତା। ସୋମବାର ବିଳମ୍ବିତ ରାତିରେ ଅମରାବତୀ ପଡ଼ିଆରେ ଏକ ବଡ଼ ବ୍ୟାଙ୍କ ଡକାୟତି ଯୋଜନା କରୁଥିବା ୬ଜଣ ଯୁବକଙ୍କୁ କାବୁ କରିବା ସହ ବହୁ ମlରନାସ୍ତ୍ର ଜବତ କଲା ବୈରୀ ପୁଲିସ। ଅଭିଯୁକ୍ତମାନେ ହେଲେ ମାହାଙ୍ଗା ଥାନା କଇଥା ଗୋଠମୁଂହ ପାଟଣା ଗ୍ରାମର ଗୋବିନ୍ଦ ନାୟକ (୨୬, ବୈରୀ ଥାନା ବିଦ୍ୟାଧରପୁରର ସୋନୁ ନାୟକ (୨୪), ମଣ୍ଟୁ ବେହେରା (୨୬), ନୟାପଟଣାର ସୁଦାମ ସାହୁ (୨୭), ବିଦ୍ୟଧରପୁରର ନିଗମ ବେହେରା (୧୯)ଓ ସୋଲର ଗ୍ରାମର କେଶବ ବେହେରା (୩୪)।
ବୈରୀ ପୁଲିସ ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଅମରାବତୀ ପଡ଼ିଆରେ କେତେକ ଯୁବକ ବଡ଼ ଧରଣର ଡକାୟତି କରିବାକୁ ଯୋଜନା ସଂପର୍କିତ ସୂଚନା ପାଇଥିଲା। ଖବର ପାଇ ପୁଲିସ ଅତର୍କିତ ଭାବେ ସେଠାରେ ଚଢ଼ଉ କରିଥିଲା। ସଙ୍ଗେ ସଙ୍ଗେ ଥାନା ଅଧିକାରୀ ରଂଜିତ ମହାନ୍ତିଙ୍କ ସହ ବୈରୀ ଓ ଛତିଆ ବିଟ ହାଉସ୍ ପୁଲିସ ସତର୍କତା ସହ ପଡ଼ିଆ ଚାରିପଟକୁ ଘେରାଉ କରି ୫ଜଣକୁ କାବୁ କରିବା ସହ ଜଣେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ କିଛି ଦୂରରୁ ତାକୁ ଧରିବା ସହ ୬ଜଣଙ୍କୁ ଗିରଫ କରି ଥାନାକୁ ନେଇଥିଲେ।
ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୨ଟି ବାଇକ, ଖଣ୍ଡା, ଭୁଜାଲି, ଲୁହାରଡ଼, ଲଙ୍କା ଗୁଣ୍ଡ, ମଦ ବୋତଲ, ଓ ୩ଟା ମୋବାଇଲ ଜବତ କରିଛି। ପୁଲିସ ତଦନ୍ତ ପରେ ସେମାନଙ୍କ ଠାରୁ ଜାଣିଲେ ଯେ ଏକ ବଡ଼ଧରଣର ବ୍ୟାଙ୍କ ଲୁଟ ପାଇଁ ଯୋଜନା କରୁଥିଲେ। ବୈରୀ ଥାନା କେସ ନ -୨୧୫/୨୬ରେ ୟୁ ଏସ ୩୧୦(୫)ବିଏନ୍ଏସ୍ରେ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଚଣ୍ଡିଖୋଲ ଖୋଲ କୋର୍ଟରେ ହାଜର କରାଇ ବାପରେ ଜାମିନ ନା ମଞ୍ଜୁରୀ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି।
ଏହି ଚଢ଼ାଉରେ ଥାନା ଅଧିକାରୀଙ୍କ ସହ ଏସ୍ଆଇ ସଂଗ୍ରାମ କେଶରୀ ରାଉତ, ସରୋଜ କୁମାର ବେହେରା, ଏଏସ୍ଇ ଧୀରେନ୍ଦ୍ର ପଣ୍ଡା ଓ ୬ଜଣ କନେଷ୍ଟ ବଳ ସାମିଲ ଥିଲେ। ଏକ ବଡ଼ ଡକାୟତି ଯୋଜନାକୁ ପୁଲିସ ପଣ୍ଡ କରିଥିବାରୁ ସାଧାରଣରେ ଜନସାଧାରଣ ପୁଲିସକୁ ପ୍ରଶଂସା କରିଛନ୍ତି।
କେନ୍ଦ୍ରାପଡ଼ା: ନାରାୟଣ ଜୁଏଲର୍ସ ପରେ ମର୍ଦ୍ଦରାଜ ଜୁଏଲର୍ସ ଲୁଟ୍ ଯୋଜନା ପଣ୍ତ, ଦୁଇ ଗିରଫ

1 hour ago
3

