ARTICLE AD BOX
କୋରାପୁଟ ବସଷ୍ଟାଣ୍ଡରେ ମଦ୍ୟପାନ କରି ବସ୍ ଚଳାଉଥିବା ଅଭିଯୋଗରେ ଡ୍ରାଇଭର ରାମ ଖିଲ ବୁଡ଼ିଙ୍କୁ ଗିରଫ କରିଛି ଟାଉନ୍ ପୁଲିସ। ବସ୍ଟିକୁ ମଧ୍ୟ ଜବତ କରାଯାଇଛି।
Koraput Town Police arrested bus driver Ram Khil Budi for allegedly driving under the influence of alcohol Photograph: (sambad.in)କୋରାପୁଟ: ମଦ୍ୟ ପାନ କରି ବସ ଚଳାଉଥିବା ବେଳେ ବସ ଡ୍ରାଇଭରଙ୍କୁ ମାଡ଼ିବସିଲା କୋରାପୁଟ ଟାଉନ ପୁଲିସ। ବସଟି ଜଗଦଳପୁରରୁ ଦାମନଯୋଡ଼ି ଯାଉଥିବା ବେଳେ କୋରାପୁଟ ବସଷ୍ଟାଣ୍ଡ ଭିତରେ ମାଡ଼ି ବସିଲା ପୁଲିସ। ବସର ଡ୍ରାଇଭର ମଦ୍ୟ ପାନ କରିଥିବା ଜାଣିବା ପରେ ଯାତ୍ରୀମାନେ ପୁଲିସକୁ ଖବର ଦେଇଥିଲେ।
ବସକୁ ଜବତ କରିଛି ପୁଲିସ
ପୁଲିସ ବସ ନିକଟରେ ପହଞ୍ଚି ଡ୍ରାଇଭରଙ୍କର ପରୀକ୍ଷା କରିବା ପରେ ଡ୍ରାଇଭରଙ୍କୁ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ବସ ଟିକୁ ଜବତ କରିଛି ଟାଉନ୍ ପୁଲିସ। ଗିରଫ ଡ୍ରାଇଭରଙ୍କ ନାମ ରାମ ଖିଲ ବୁଡ଼ି ବୋଲି ଜଣା ପଡିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
5


