Asian Champions Trophy Hockey: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ଭାରତ ୫-୨ରେ ଚୀନକୁ ହରାଇଲା

49 minutes ago 1
ARTICLE AD BOX

ଜଳନ୍ଧର: ଚଳିତ ଏସୀୟ ପୁରୁଷ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତ ଲଗାତାର ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୧୩-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଗୁରୁବାର ଚୀନକୁ ୫-୨ରେ ପରାସ୍ତ କରିଛି। ଗୁରୁବାର ବିଜୟରେ ଭାରତୀୟ ଅଧିନାୟକ ହରମନ୍‌ପ୍ରୀତଙ୍କ ସହିତ ସୁଖଜିତ୍‌ ସିଂହ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ଯୁଗରାଜ ସିଂହ ପଞ୍ଚମ ଗୋଲଟି ଦେଇ ଚୀନକୁ ପ୍ରତ୍ୟାବର୍ତନର କୌଣସି ସୁଯୋଗ ଦେଇନଥିଲେ। ପ୍ରଥମ କ୍ବାର୍ଟରର ୧୩ତମ ମିନିଟ୍‌ରେ ସୁଖଜିତ୍‌ ସିଂହଙ୍କ ଫିଲ୍ଡ ଗୋଲ୍‌ ବଳରେ ଭାରତ ଅଗ୍ରଣୀ ନେଇଥିଲା। ୟାଙ୍ଗ ପେଙ୍ଗ୍‌ଙ୍କ ୨୬ତମ ମିନିଟ୍‌ ଗୋଲ୍‌ ବଳରେ କିନ୍ତୁ ଚୀନ ୧-୧ ସ୍ଥିତିକୁ ଫେରିଥିଲା। ୨୬ତମ ମିନିଟ୍‌ରେ ଅଧିନାୟକ ହରମନ୍‌ପ୍ରୀତ୍‌ ସିଂହଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍‌ ଭାରତକୁ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ୨-୧ରେ ରଖିଥିଲା। 

Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ

ତୃତୀୟ କ୍ବାର୍ଟର ପ୍ରଥମ ମିନିଟ୍‌ରେ ହରମନପ୍ରୀତ୍‌ଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍‌ (୩୧ ମିନିଟ୍‌) ବଳରେ ଭାରତ ଏହି ଅଗ୍ରଣୀକୁ ୩-୧ କରିଥିଲା। ସୁଖଜିତ୍‌ ମଧ୍ୟ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଫିଲ୍ଡ ଗୋଲ୍ ଦେଇ (୩୪ ମିନିଟ୍‌) ଭାରତ ଅଗ୍ରଣୀକୁ ୪-୧ କରି ଦେଇଥିଲେ। ଛତିଶ ମିନିଟ୍‌ରେ କିନ୍ତୁ ଚେନ୍‌ ଚଙ୍ଗ୍‌ଚେଙ୍ଗ୍‌ ପେନାଲ୍ଟି କର୍ଣ୍ଣର ଗୋଲ୍‌ ଦେଇଥିଲେ। ତେବେ ଅନ୍ତିମ କ୍ବାର୍ଟର ତୃତୀୟ ଶେଷ ମିନିଟ୍‌ରେ ଯୁଗରାଜ ସିଂହଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍‌ ଭାରତକୁ ୫-୨ରେ ବିଜୟ ମଣ୍ଡିତ କରିଥିଲା। ଶୁକ୍ରବାର ଅନ୍ୟତମ ଶକ୍ତିଶାଳୀ ଏସୀୟ ଦଳ ଜାପାନକୁ ଭେଟିବ ହରମନ୍‌ପ୍ରୀତ୍‌ଙ୍କ ଦଳ। ଆଜିର ବିଜୟ ପରେ ଭାରତ ୨ ମ୍ୟାଚ୍‌ରୁ ୨ ବିଜୟ ସହ ୬ ପଏଣ୍ଟ ପାଇଁ ଶୀର୍ଷରେ ରହିଛି। ଗୁରୁବାରର ପ୍ରଥମ ମ୍ୟାଚ୍‌ରେ ମାଲେସିଆ ୩-୧ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚ୍‌ରେ ଜାପାନ ୧-୦ରେ ବାଂଲାଦେଶକୁ ପରାସ୍ତ କରିଥିଲା।

US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା

Read Entire Article
LEFT SIDEBAR AD

Hidden in mobile, Best for skyscrapers.