Asian Games: ଇତିହାସ ରଚିଲେ ପ୍ରଣବୀ: ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ଗଲ୍‌ଫର

3 weeks ago 5
ARTICLE AD BOX

ନାଗୋୟା:ମହିଳା ଗଲ୍‌ଫରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଛନ୍ତି ୨୩ ବର୍ଷୀୟା ପ୍ରଣବୀ ଉର୍ସ। ଶନିବାର ଅନ୍ତିମ ରାଉଣ୍ଡରେ ମାତ୍ର ଗୋଟିଏ ଷ୍ଟ୍ରୋକ୍‌ର ଅଗ୍ରଣୀ ବଜାୟ ରଖି ସେ ଏସୀୟ କ୍ରୀଡ଼ାରେ ପ୍ରଥମ ଭାରତୀୟ ମହିଳା ଗଲ୍ଫର ଭାବେ ସ୍ବର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଛନ୍ତି। ପ୍ରଣବୀଙ୍କ ଏହି ସଫଳତା ବଳରେ ଭାରତୀୟ ମହିଳା ଦଳ ରୌପ୍ୟ ଜିତିବାକୁ ସକ୍ଷମ ହୋଇଛି। ତୃତୀୟ ହୋଲ୍‌ରେ ଟ୍ରିପଲ୍‌ ବୋଗି କରି ପ୍ରଣବୀ ରାତିରୁ ରହିଥିବା ତିନି ଷ୍ଟ୍ରୋକ୍‌ର ଅଗ୍ରଣୀ ହରାଇଥିଲେ। ତେବେ ଚାପରେ ଭାଙ୍ଗି ନ ପଡ଼ି ସେ ୩ଟି ବର୍ଡି କରି ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ତିମ ରାଉଣ୍ଡରେ ପ୍ରଣବୀ ପାର୍-ସ୍କୋର ୭୦ କରିଥିଲେ। ୪ଦିନିଆ ଏହି ମ୍ୟାଚ୍‌ରେ ସେ ମୋଟ ୧୫-ଅଣ୍ଡର-ପାର୍‌ ୨୬୫ ସ୍କୋର୍‌ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।

୨୦୦୨ପରେ ଗଲ୍‌ଫରେ ଭାରତର ପ୍ରଥମ ସ୍ବର୍ଣ୍ଣ

୨୦୦୨ରେ ଶିବ କପୁର (ପୁରୁଷ ବ୍ୟକ୍ତିଗତ)ଙ୍କ ପରେ ଏହା ଗଲ୍‌ଫରେ ଭାରତର ପ୍ରଥମ ସ୍ବର୍ଣ୍ଣ। ପ୍ରଣବୀଙ୍କ ପଛକୁ ଚୀନ୍‌ର ୟିନ୍‌ ରୁଓନିଙ୍ଗ ଓ ସିଙ୍ଗାପୁରର ସାନନ୍‌ ଟାନ୍‌ ସମାନ ୨୬୬ ସ୍କୋର୍‌ କରି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲେ। ଅଲିମ୍ପିଆନ୍‌ ଅଦିତି ଅଶୋକ (୨୮୨) ୧୪ତମ ଓ ଦୀକ୍ଷା ଡାଗର (୨୯୨) ୨୩ତମ ସ୍ଥାନରେ ରହିଥିଲେ। ତେବେ ପ୍ରଣବୀ, ଅଦିତି ଓ ଦୀକ୍ଷାଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ମୋଟ ୧୪-ଅଣ୍ଡର-ପାର୍‌ ୫୪୬ ସ୍କୋର ସହ ଦଳଗତ ବର୍ଗରେ ରୌପ୍ୟ ଜିତିଥିଲା। ଚୀନ୍‌ ୨୨-ଅଣ୍ଡର-ପାର୍‌ ୫୩୮ ସହ ସ୍ବର୍ଣ୍ଣ ଏବଂ ଚାଇନିଜ୍‌ ତାଇପେ ୧୦-ଅଣ୍ଡର-୫୫୦ ସ୍କୋର୍‌ ସହ କାଂସ୍ୟ ପଦକ ପାଇଥିଲା। ୧୯୮୨ ପରେ ଗଲ୍‌ଫରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ପ୍ରଥମ ସଂସ୍କରଣରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ମିଳିଥିଲା। ବ୍ୟକ୍ତିଗତ ବର୍ଗରେ ଲକ୍ଷ୍ମଣ ସିଂହ ସ୍ବର୍ଣ୍ଣ ଓ ରାଜୀବ ମେହଟା ରୌପ୍ୟ ଜିତିଥିଲେ। ଦଳଗତରେ ଏହି ଦୁଇ ଜଣଙ୍କ ସହ ଋଷି ନାରାୟଣ ଓ ଅମିତ ଲୋଥ୍ରାଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ସ୍ବର୍ଣ୍ଣ ଜିତିଥିଲା।

Indian football: ଭାରତୀୟ ଫୁଟ୍‌ବଲ ପାଇଁ ବଡ଼ ଦିନ: କୋଲକାତାରେ ବ୍ରାଜିଲ ମାନିଆ

Read Entire Article
LEFT SIDEBAR AD

Hidden in mobile, Best for skyscrapers.