Asian Para Games 2026: ଏସୀୟ ପାରା କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଲେ ମୋନା ଅଗ୍ରୱାଲ

1 week ago 4
ARTICLE AD BOX

ନୂଆଦିଲ୍ଲୀ: ଏସୀୟ ପାରା କ୍ରୀଡ଼ା-୨୦୨୬ରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛି। ମହିଳା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ମୋନା ଅଗ୍ରୱାଲ ଭଲ ଫର୍ମକୁ ଫେରିଛନ୍ତି। ସେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମୋନା ଫାଇନାଲରେ ୨୫୦ ସ୍କୋର କରିବା ସହିତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ପାଇଁ ୨ଟି ଖୁସି ଖବର ଆସିଛି। କାରଣ ଭାରତ ପାଇଁ ଅବନୀ ଲେଖରା ରୌପ୍ୟ ପଦକ ଆଣିଛନ୍ତି। ତାଙ୍କର ସ୍କୋର ଥିଲା ୨୪୯.୬। 

ଏହା ପୂର୍ବରୁ ମୋନା ଅଗ୍ରୱାଲ ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ ଶୀର୍ଷସ୍ଥାନ ହାସଲ କରିଥିଲେ। ସେ ଯୋଗ୍ୟତା ପର୍ଯ୍ୟାୟରେ ୬୨୯.୧ ସ୍କୋର କରିଥିଲେ। ସେହିପରି ଯୋଗ୍ୟତା ପର୍ଯ୍ୟାୟରେ ଅବନୀ ଲେଖରା ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ସୁଟର ଯୋଗ୍ୟତା ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ମୋନା ଅଗ୍ରୱାଲଙ୍କ ପାଇଁ ଏହି ସ୍ବର୍ଣ୍ଣ ଐତିହାସିକ। କାରଣ ଷ୍ଟେଜ-୨ ପରେ ସେ ପଞ୍ଚମ ସ୍ଥାନରେ ଥିଲେ। ସେ ଅବନୀ ଲେଖରାଙ୍କ ଠାରୁ ଲୟରେ ଅଗ୍ରଣୀ ଥିଲେ। କିନ୍ତୁ ଶେଷରେ ସେ ୨୫୦ ସ୍କୋର କରିବାରେ ସଫଳ ହୋଇଥିଲେ। 

ଏସୀୟ ପାରା କ୍ରୀଡ଼ା ଉଦ୍‌ଘାଟିତ

ଏସୀୟ ପାରା କ୍ରୀଡ଼ା ୨୦୨୬ରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଥିବା ମୋନା ଅଗ୍ରୱାଲଙ୍କ ଜନ୍ମ ରାଜସ୍ଥାନର ସିକରରେ ହୋଇଥିଲା। ସେ ୯ ବର୍ଷ ବୟସରେ ପୋଲିଓର ସାମ୍ନା କରିଥିଲେ। ତାଙ୍କର ଦୁଇ ଗୋଡ଼ ଦୁର୍ବଳ ହୋଇଯାଇଥିଲା। ପାରା ସୁଟିଂରେ ଆସିବା ପୂର୍ବରୁ ମୋନା ପାରା ଏଥଲେଟିକ୍ସ, ପରା ପାୱାରଲିଫ୍ଟିଙ୍ଗ ଏବଂ ମହିଳା ସିଟିଂ ଭଲିଭଲରେ ଅଂଶଗ୍ରହଣ କରୁଥିଲେ। ସେ ୨୦୨୪ରେ ପରା ଅଲମ୍ପିକ୍ସରେ କାଂସ୍ୟ ଏବଂ ଚଳିତ ବର୍ଷ ପାରା ସୁଟିଂ ବିଶ୍ବ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.