ARTICLE AD BOX
ନାଗୋୟା: ଭାରତୀୟ ଆଥ୍ଲେଟ୍ ସନ୍ଦୀପ ଓ ହାନେ ଏଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାରେ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଶୁକ୍ରବାର ସନ୍ଦୀପ ପୁରୁଷ ୪୦୦ ମିଟର ଟି୪୭ରେ ଏବଂ ହାନେ ଜାଭଲିନ୍ ଥ୍ରୋ ଏଫ୍୩୭/୩୮ ଇଭେଣ୍ଟ୍ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୪୦୦ ମିଟର ଫାଇନାଲ୍ରେ ସନ୍ଦୀପ ୫୨.୨୮ ସେକେଣ୍ଡରେ ରେସ୍ ଶେଷ କରି ବିଶ୍ବ ରେକର୍ଡ କରିବା ସହ ପୋଡ଼ିୟମ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ସାଉଦି ଆରବର ନୁର ଆଲ୍ସାନା (୫୩.୧୩ ସେକେଣ୍ଡ) ଋତୁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ମଧ୍ୟ ସନ୍ଦୀପଙ୍କ ପଛରେ ପଡ଼ି ରୌପ୍ୟ ପାଇଥିଲେ। ଭାରତର ଆଉ ଜଣେ ଧାବିକା ଅଜୟ କୁମାର (୫୩.୬୧ ସେକେଣ୍ଡ) କାଂସ୍ୟ ଜିତିଥିଲେ। ଜାଭ୍ଲିନ୍ରେ ହାନି ବିଶ୍ବ ରେକର୍ଡ ଥ୍ରୋ ୬୦.୪୯ ସହ ୧୧୧୬ ରାଜା ପଏଣ୍ଟ ପାଇ ସ୍ବର୍ଣ୍ଣ କରାୟତ୍ତ କରିଥିଲେ।
ଇରାନର ହର୍ମୋଜ ସେଦିକାଜପୌଞ୍ଜି (୫୦.୬୮ ମିଟର, ୧୦୦୯ ପଏଣ୍ଟ୍) ରୌପ୍ୟ ଓ ଚୀନ୍ର ୟୁ ଚେଙ୍ଗଜି (୫୩.୬୬ ମିଟର, ୯୪୩ ପଏଣ୍ଟ୍) କାଂସ୍ୟ ପାଇଥିଲେ। ମହିଳା ଲଙ୍ଗଜମ୍ପ୍ ଟି୪୭ ଓ ପୁରୁଷ ୧୫୦୦ ମିଟର ଟି୪୬ରେ ଯଥାକ୍ରମେ ନିମିଶା ଚାକୁଙ୍ଗାଲପାରାମ୍ବିଲ (୫.୩୭ ମିଟର) ଓ ପ୍ରମୋଦ ବିଜାର୍ନିଆ (୪ ମିନିଟ୍ ୦୯.୬୫ ସେକେଣ୍ଡ) ରୌପ୍ୟ ଜିତିଥିଲେ।
Anahat Singh: ଇତିହାସ ରଚିଲେ ଅନାହତ: ଗୋଲ୍ଡ ଲେବଲ୍ ସେମିଫାଇନାଲ୍ରେ ପହଞ୍ଚିବାରେ ପ୍ରଥମ ଭାରତୀୟ

4 days ago
4


