ARTICLE AD BOX
ଭୁବନେଶ୍ବର: ଚଳିତ ପାରା ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ପାୟଲ ନାଗ ଓ ତାଙ୍କ ସାଥୀ ଶୀତଲ ଦେବୀ ତୀରନ୍ଦାଜିରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ମହିଳା କମ୍ପାଉଣ୍ଡ ଯୁଗଳରେ ଏହି ଭାରତୀୟ ଯୋଡ଼ି ଫାଇନାଲ୍ରେ ଚୀନ୍ର ଜୁଏକ୍ବିଙ୍ଗ ଜୁ ଓ ଜିଙ୍ଗ ଝାଓଙ୍କଠୁ ହାରି ସ୍ବର୍ଣ୍ଣରୁ ବଞ୍ଚିତ ହୋଇଥିଲେ। ଶୀତଲ ଓ ପାୟଲ (୩୬, ୩୫, ୩୪, ୩୬) ମୋଟ ୧୪୧ ପଏଣ୍ଟ କରିଥିଲା ବେଳେ ଜୁ ଓ ଝାଓ (୩୬, ୩୮, ୩୮, ୩୮) ମୋଟ ୧୫୦ ପଏଣ୍ଟ୍ସହ ଆଗରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ରୌପ୍ୟ ସହ ପାୟଲ ନାଗ ଚଳିତ ଏସୀୟ କ୍ରୀଡ଼ାରେ ଓଡ଼ିଶାକୁ ପଦକ ଭେଟି ଦେଇଛନ୍ତି।
Advertisment
Ranji Trophy: ଇତିହାସ ରଚିଲେ ଚିନ୍ମୟ: ୪୦୦ ରନ୍ କରିବାରେ ଦ୍ବିତୀୟ ଭାରତୀୟ

6 days ago
5


