ARTICLE AD BOX
ଭଦ୍ରକ (ହରିହର ନାୟକ): ଭଦ୍ରକରେ କାଳୀପୂଜା ଯାତ୍ରା ପେଣ୍ଡାଲ ନିକଟରେ ଜଣେ ଯୁବକଙ୍କୁ ଘେରି ୧୨ରୁ ୧୩ ଜଣ ଆକ୍ରମଣ କରିବା ସହ ତାଙ୍କଠାରୁ ସୁନା ଚେନ୍ ଓ ନଗଦ ୬ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତ ଯୁବକ ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଛି।
ମା’ ଭଦ୍ରକାଳୀଙ୍କ ‘ମହାସରସ୍ୱତୀ’ ବେଶ
ବାଘମାରା ଚରମ୍ପାସ୍ଥିତ ସିଂହବାହିନୀ ଯାତ୍ରା ପେଣ୍ଡାଲ ନିକଟରେ ଗତ ୧୨ ତାରିଖ ରାତିରେ ଏହି ଘଟଣା ଘଟିଛି। କୁଆଁଷ ଅଞ୍ଚଳର ପଞ୍ଚାନନ ଗିରିଙ୍କ ପୁଅ ମନୋରଞ୍ଜନ ଗିରି ରାତି ପ୍ରାୟ ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ଯାତ୍ରା ପେଣ୍ଡାଲ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ୧୨ରୁ ୧୩ ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏପରିକି ଜୀବନରୁ ମାରିଦେବାକୁ ଧମକ ଦେଇ ସୁନା ଚେନ୍ ଓ ୬ ହଜାର ଟଙ୍କା ଛଡ଼ାଇ ନେଇଥିବା ମନୋରଞ୍ଜନ ଏତଲାରେ ଦର୍ଶାଇଛନ୍ତି। ଆକ୍ରମଣରେ ଆହତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ।
Crime: ଡକାୟତଙ୍କ ଟାର୍ଗେଟ୍ରେ ଭଦ୍ରକ ସହର! ଅନ୍ଧାରରେ ଚାଲିଥିଲା ଲୁଟ୍ର ମସୁଧା, ୭ ଗିରଫ
ଏନେଇ ଭଦ୍ରକ ଟାଉନ୍ ଥାନା ପୁଲିସ କେସ୍ ନମ୍ବର ୬୮୯, ତାରିଖ ୧୩.୧୧.୨୦୨୬ରେ ବିଏନ୍ଏସ୍ର ଧାରା ୨୯୬, ୧୧୫(୨), ୧୨୨(୨), ୩୦୩(୨), ୩୫୧(୩) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରିଛି। ଏଏସ୍ଆଇ ସୁରେନ୍ଦ୍ର କୁମାର ରାଉତ ଘଟଣାର ତଦନ୍ତ କରୁଛନ୍ତି।

1 hour ago
2


