Attacked with Arrow: କକାଙ୍କ ତୀର ମାଡ଼ରେ ଝିଆରୀ ଗୁରୁତର

6 days ago 3
ARTICLE AD BOX

ରାଉରକେଲା: ରାଉରକେଲାରେ ଜଣେ ମହିଳାଙ୍କୁ ତୀର ମାରି ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଜମିବିବାଦକୁ କେନ୍ଦ୍ର କରି ମହିଳାଙ୍କ ଉପରେ ତୀର ମାଡ଼ କରାଯାଇଛି। ଏହି ଘଟଣା ରାଉରକେଲା ସହରର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜାମସେରା ପଞ୍ଚାୟତର ଦଲପୋଷ ଗାଁରେ ଘଟିଛି।

ପୁଲିସର ତଦନ୍ତରୁ ଜଣାପଡ଼ିଛି ଯେ କକା ନିଜ ଝିଆରୀଙ୍କୁ ତୀର ମାଡ଼ କରିଛନ୍ତି। ଏହି ଆକ୍ରମଣରେ ଗୁରୁତର ଆହତ ମହିଳାଙ୍କ ପରିଚୟ ରଜନୀ ଟପ୍ପନ ବୋଲି ଜଣାପଡ଼ିଛି।ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କକାଙ୍କୁ ଅଟକ ରଖିବା ସହ ମାମଲାର ଅଧିକ ତଦନ୍ତ ଆରମ୍ଭ କରିଛି।

ମହିଳାଙ୍କ ପେଟରେ ତୀର ବାଜିଛି

ଅନ୍ୟପଟେ, ତୀର ମାଡ଼ରେ ଗୁରୁତର ଆହତ ଝିଆରୀଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଗୁରୁତର ଅବସ୍ଥାକୁ ଦେଖି ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ପେଟରେ ତୀର ବାଜିଛି। ବର୍ତ୍ତମାନ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Book Released: ବିଶ୍ବଭୂଷଣ ହରିଚନ୍ଦନଙ୍କ ବାସଭବନରେ କବିତା ସଙ୍କଳନ "ଅନ୍ଧାରର ପାରିଧି" ଉନ୍ମୋଚିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.