Ayodhya Ram Mandir: ରାମ ମନ୍ଦିର ପୂଜକଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍; ବୈଷ୍ଣବ ପରମ୍ପରାର ହଳଦିଆ ଉତ୍ତରୀୟ ପିନ୍ଧିବେ

1 week ago 4
ARTICLE AD BOX

ଅଯୋଧ୍ୟା : ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ପୂଜକମାନଙ୍କ ପାଇଁ ଶୁକ୍ରବାରଠାରୁ ଏକ ନୂତନ ଡ୍ରେସ୍ କୋଡ୍ ବା ପୋଷାକ ନିୟମ ଲାଗୁ ହୋଇଛି । ନୂଆ ନିୟମ ଅନୁସାରେ, ମନ୍ଦିରର ସମସ୍ତ ପୂଜକ ଦୈନନ୍ଦିନ ପୂଜାପାଠ, ଆରତି ଏବଂ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ବୈଷ୍ଣବ ତଥା ରାମାନନ୍ଦାଚାର୍ଯ୍ୟ ପରମ୍ପରା ଅନୁଯାୟୀ ହଳଦିଆ ରଙ୍ଗର ଉତ୍ତରୀୟ ଧାରଣ କରିବା ବାଧ୍ୟତାମୂଳକ କରାଯାଇଛି । ଦ୍ଵିତୀୟ ପାଳିର ରୀତିନୀତିରୁ ଏହି ନିୟମ କାର୍ଯ୍ୟକାରୀ ହୋଇଥିବା ବେଳେ ଏହା ପୂଜକମାନଙ୍କ ବେଶଭୂଷାରେ ଏକସମାନତା ଏବଂ ଶୃଙ୍ଖଳା ଆଣିଦେଇଛି ।

Trump Tariffs: ଭୂମିକମ୍ପ ଯୋଗୁଁ ଶୁଳ୍କ ସ୍ଥଗିତ ରଖିବାକୁ ଟ୍ରମ୍ପଙ୍କୁ ଅନୁରୋଧ କଲେ କଲମ୍ବିଆ ରାଷ୍ଟ୍ରପତି

ମନ୍ଦିରର ଧାର୍ମିକ କମିଟି ଦ୍ଵାରା ନିର୍ଦ୍ଧାରିତ ଏହି ବ୍ୟବସ୍ଥା ମାଧ୍ୟମରେ ମନ୍ଦିରର ଆଧ୍ୟାତ୍ମିକ ଗାମ୍ଭୀର୍ଯ୍ୟ ଓ ମର୍ଯ୍ୟାଦାକୁ ଅଧିକ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଚାଲିଥିବା ଝୁଲଣୋତ୍ସବ ସମୟରେ ପୂଜକମାନେ ଏହି ହଳଦିଆ ପୋଷାକ ପିନ୍ଧି ପ୍ରଭୁ ରାମଲାଲାଙ୍କ ବିଜେ ପ୍ରତିମାକୁ ଫୁଲରେ ସଜ୍ଜିତ ଦୋଳିରେ ବିରାଜମାନ କରାଇ ସମସ୍ତ ବୈଦିକ କାର୍ଯ୍ୟସମ୍ପାଦନ କରିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ଯେ, ଆଗାମୀ ଦିନରେ ଉତ୍ସବ ଓ ପୂଜାପଦ୍ଧତିକୁ ଆହୁରି ସୁସଂଗଠିତ କରିବା ପାଇଁ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ନୂତନ ନିୟମ ମଧ୍ୟ କାର୍ଯ୍ୟକାରୀ କରାଯିବ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.