Azam Khan: ଇଡି ମାମଲାରେ ଆଜମ୍‌ ଖାନ୍‌ଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ‌ଲେ କୋର୍ଟ

51 minutes ago 1
ARTICLE AD BOX

ଲକ୍ଷ୍ନୌ: ଗାଜିଆବାଦର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ରବିବାର ସମାଜବାଦୀ ପାର୍ଟି (ଏସ୍‌ପି) ନେତା ଆଜମ ଖାନଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର କଡ଼ା ସୁରକ୍ଷା ମଧ୍ୟରେ ଆଜମଙ୍କୁ କୋର୍ଟରେ ହାଜର କରିଥିଲା। ଇଡି ଟିମ୍ ସହିତ ସିଆର୍‌ପିଏଫ୍‌ ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ, ତାଙ୍କୁ ଡାସନା ଜେଲକୁ ନିଆଯିବ। 

ମନି ଲଣ୍ଡରିଂ ମାମଲାରେ ଶନିବାର ସନ୍ଧ୍ୟାରେ ରାମପୁର ଜେଲରୁ ମୁକ୍ତ ହେବା ମାତ୍ରେ ଇଡି ଆଜମ ଖାନଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କୁ ଇଡି ମୁଖ୍ୟାଳୟକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ରାତିସାରା ପଚରାଉଚରା କରାଯାଇଥିଲା।ଏହି ମାମଲା ଜୌହର ବିଶ୍ୱବିଦ୍ୟାଳୟ ନିର୍ମାଣରେ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗ ସହିତ ଜଡିତ। ଆଜମ୍‌ ଖାନ ୧୧ ମାସ ପରେ ତାଙ୍କ ପୁଅ ଅବଦୁଲ୍ଲାଙ୍କ ସହିତ ଶନିବାର ସନ୍ଧ୍ୟାରେ ରାମପୁର ଜେଲରୁ ବାହାରକୁ ଆସିଥିଲେ। ଅକ୍ଟୋବର ୨୯ ତାରିଖରେ ହାଇକୋର୍ଟ ଦୁଇଟି ପାନ କାର୍ଡ ମାମଲାରେ ତାଙ୍କ ୧୦ ବର୍ଷର ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ।

Congress meeting: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଖୁବ ଶୀଘ୍ର କଂଗ୍ରେସ-ସମାଜବାଦୀ ପାର୍ଟିର ଆସନ ବୁଝାମଣା?

ଏହାପୂର୍ବରୁ ଶନିବାର ସନ୍ଧ୍ୟାରେ ଆଜମ ଖାନ ରାମପୁର ଜେଲରୁ ବାହାରକୁ ଆସିବା ମାତ୍ରେ, ଇଡି ତାଙ୍କୁ ମୌଲାନା ମହମ୍ମଦ ଅଲି ଜୌହର ଟ୍ରଷ୍ଟ ଓ ଜୌହର ବିଶ୍ୱବିଦ୍ୟାଳୟରେ ଅନିୟମିତତା ମାମଲାରେ ଗିରଫ କରିଥିଲା। ଇଡି ବର୍ତ୍ତମାନ ଆଜମ ଖାନଙ୍କ ବିରୋଧରେ ୪୦ଟି ମାମଲାର ତଦନ୍ତ କରୁଛି। ରାମପୁର ଜିଲ୍ଲା ଜେଲରେ ବନ୍ଦୀ ଥିବା ଆଜମ ଖାନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଶନିବାର ସନ୍ଧ୍ୟା ପ୍ରାୟ ୭ଟାରେ ଆଜମ ଖାନଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା, ଯେତେବେଳେ ବାହାରେ ପୂର୍ବରୁ ଉପସ୍ଥିତ ଥିବା ଲକ୍ଷ୍ନୌର ଇଡିର ଜୋନାଲ ଅଫିସରୁ ଏକ ଦଳ ତାଙ୍କୁ ସେମାନଙ୍କ ମାମଲାରେ ଗିରଫ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.