Bahuda Yatra 2026: ଜଗନ୍ନାଥ ମନ୍ଦିର ଅଭିମୁଖେ ବାହୁଡି ଆସିିଲେ ବିଶ୍ୱନିୟନ୍ତା

1 month ago 11
ARTICLE AD BOX

ଢେଙ୍କାନାଳ (ସ୍ବର୍ଣ୍ଣପ୍ରଭା ସେଠୀ): ବିଶ୍ୱନିୟନ୍ତା ମହାବାହୁ ଜଗତରନାଥ ଜଗନ୍ନାଥ ଆଜି ବାହୁଡ଼ାଯାତ୍ରାରେ ବାହୁଡ଼ି ଆସି ରଥଖଳା ଠାରେ ପହଂଚିଛନ୍ତି। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ହଟିଆ ଠାକୁର ଜଗନ୍ନାଥ ମନ୍ଦିରକୁ ବାହୁଡିବା ପାଇଁ ବଡଦାଣ୍ଡରେ ବିଜେ ହୋଇଛନ୍ତି। 

ଭକ୍ତଙ୍କ ଗହଳରେ ଝୁଲିଝୁଲି ମହାପ୍ରଭୁ ଅପରାହ୍ନ ୩ଟାରେ ବାହାରିଥିଲେ। ବାଜିଚୌକସ୍ଥିତ ଜନ୍ମବେଦି(ଆଡପ ମଣ୍ଡପ) ଠାରୁ ଶ୍ରଦ୍ଧାଳୁମାନେ ଉଭୟ ରଥକୁ ଶ୍ରଦ୍ଧାର ସହ ଟାଣିଥିଲେ। ରଥର ଘର ଘର ଶବ୍ଦ, ହରିବୋଲ, ହୁଳହୁଳି ଏବଂ ଜୟଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ ପ୍ରକମ୍ପିତ ହୋଇଥିଲା। ନିୟମ ଉଲଂଘନ କରି ସନ୍ଧ୍ୟାପରେ ରଥ ଟାଣାହୋଇଥିଲା। ଉଭୟ ରଥ ସଂଧ୍ୟାରେ ରଥଗଡ଼ାଠାରେ  ପହଂଚିଯାଇଛନ୍ତି। 

ଆସନ୍ତାକାଲି ୨୫ ତାରିଖରେ ରଥ ଉପରେ ମହାପ୍ରଭୁ, ହରିଶୟନ ଏକାଦଶୀ ବ୍ରତ ପାଳନ କରି  ସନ୍ଧ୍ୟାରେ ସୁନାବେଶରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆସନ୍ତା ଦ୍ୱାଦଶୀ ତିଥି ୨୬ ତାରିଖ ସଂଧ୍ୟାରେ ମହାପ୍ରଭୁ ପୁନର୍ବାର ପହଣ୍ଡିବିଜେରେ ମନ୍ଦିର ରତ୍ନବେଦୀକୁ ପ୍ରତ୍ୟାବର୍ତନ କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.