Balianta Rinku Murder Case: ବାଲିଅନ୍ତା ରିଙ୍କୁ ହତ୍ୟା ମାମଲା: ମୃତଦେହ ରଖି ଥାନା ଘେରିଲେ ଗ୍ରାମବାସୀ

3 days ago 4
ARTICLE AD BOX

ବାଲିଅନ୍ତା ବଜାର: ମଙ୍ଗଳବାର ଅପରାହ୍ଣରେ ସ୍ଥାନୀୟ ପାଟଣା ଗ୍ରାମରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଏବଂ ଦୁଇ ଦିନ ପରେ ଗୁରୁବାର ଅପରାହ୍ଣରେ ମେଡିକାଲ୍‌ରେ ଚିକିତ୍ସାଧୀନ ସ୍ମୃତିରଞ୍ଜନ ମାର୍ଥା ଓରଫ ରିଙ୍କୁଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଲିସ ଉପରେ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଛି। ଏହି ମାମଲାରେ ଗତକାଲି ପୁଲିସ ଜଣେ ଅଭିଯୁକ୍ତ ମହେଶ ରାୟ ବାହାଦୁର ଓରଫ ଅସିତ ଜେନାକୁ କୋର୍ଟ ଚାଲାଣ କରିଛି। କିନ୍ତୁ ସେଦିନର ଗଣ୍ଡଗୋଳ ପରେ ପୁଲିସ ବିଳମ୍ବରେ ମାମଲା ରୁଜୁ କରିବା ତଥା ଅଭିଯୁକ୍ତମାନଙ୍କୁ ଫେରାର ହେବା ପାଇଁ ସୁଯୋଗ ମିଳିବା କାରଣରୁ ଆଜି ଉତ୍ତ୍ୟକ୍ତ ଗ୍ରାମବାସୀ ଥାନା ଘେରଉ କରିଥିଲେ। ରିଙ୍କୁଙ୍କ ମୃତଦେହକୁ ଥାନା ଆଗରେ ରଖି ଗ୍ରାମବାସୀମାନେ ଧାରଣା ଦେଇଥିଲେ। ଫେରାର ଅଭିଯୁକ୍ତ ଅଶୋକ ଜେନା ଓ ତାଙ୍କ ପୁଅ ଆଶିଷକୁ ୭ଦିନ ଭିତରେ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ଧାରଣାରୁ ହଟିଥିଲେ। 

Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍‌

ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ୭ଦିନିଆ କଣ୍ଟ

ଆଜି କ୍ୟାପିଟାଲ ହସ୍ପିଟାଲରେ ରିଙ୍କୁଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ପରିବାର‌ ଲୋକେ ମୃତଦେହକୁ ଆମ୍ବୁଲାନ୍‌ସରେ ନେଇ ବାଲିଅନ୍ତା ପାଟଣା ଗାଁକୁ ଆସିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଗାଁ ଲୋକେ ମୃତଦେହ ଆଣି ଆସିଥିବା ଆମ୍ବୁଲାନ୍‌ସକୁ ନେଇ ବାଲିଅନ୍ତା ଥାନାକୁ ଯାଇଥିଲେ। ଶତାଧିକ ମହିଳା ଓ ପୁରୁଷ ଥାନା ଆଗରେ ନାରାବାଜି କରିଥିଲେ। ବାଲିଅନ୍ତା ଥାନା ଆଇଆଇସି ରଶ୍ମିତା ବେହେରା ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିଲେ ହେଁ ସେମାନେ ବୁଝିବା ଅବସ୍ଥାରେ ନଥିଲେ। ମୃତ ରିଙ୍କୁଙ୍କ ପରିବାର ଓ ଥାଲାସେମିଆ ଆକ୍ରାନ୍ତ ପୁଅର ଭବିଷ୍ୟତକୁ ନେଇ ପତ୍ନୀ ମାମାଲି ମାର୍ଥାଙ୍କ ବୁକୁଫଟା କ୍ରନ୍ଦନ ଲୋକଙ୍କ ଭିତରେ ଉତ୍ତେଜନା ବଢ଼ାଇଥିଲା। କିଛି ଲୋକ ମୃତଦେହକୁ ଧରି ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହା ପୂର୍ବରୁ ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ଏସିପି ଅଭିମନ୍ୟୁ ନାୟକ, ପାହାଳ ଥାନା ଅଧିକାରୀ ଅଶ୍ବିନୀ କୁମାର ଜେନା ଓ ୩ ପ୍ଲାଟୁନ୍‌ ପୁଲିସ ମୁତୟନ କରିଥିଲେ। ‌ପୁଲିସ ବୁଝାସୁଝା କରି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ଥାନା ଭିତରକୁ ପଶିବାକୁ ଦେଇନଥିଲା। ଗ୍ରାମବାସୀଙ୍କ ଦାବି ମୁତାବକ ଫେରାର ଅଭିଯୁକ୍ତ ଅଶୋକ ଜେନା, ତାଙ୍କ ପତ୍ନୀ ଓ ପୁଅ ଆଶିଷକୁ ୭ଦିନ ଭିତରେ ଗିରଫ କରାଯିବ ବୋଲି ଏସିପି ଶ୍ରୀ ନାୟକ ପ୍ରତିଶ୍ରୁତି ଦେଇଥିଲେ। ପୁଲିସର ୭ଦିନିଆ କଣ୍ଟ କଥା ଶୁଣିବା ପରେ ଲୋକେ ଶାନ୍ତ ହୋଇଥିଲେ ଏବଂ ମୃତଦେହ ନେଇ ଗାଁକୁ ଫେରିଥିଲେ।    

Pollution: ଦିଲ୍ଲୀରେ ଏକ୍ୟୁଆଇ ୩୩୭କୁ ବୃଦ୍ଧି, ଗ୍ରାପ୍-୧ ପଦକ୍ଷେପ ସତ୍ତ୍ୱେ ପ୍ରଦୂଷଣ କମୁନି

ସୂଚନାଯୋଗ୍ୟ ଯେ ମଙ୍ଗଳବାର ଅପରାହ୍ଣରେ ବାଲିଅନ୍ତା ପାଟଣା ଗାଁ ଛକ ଲକ୍ଷ୍ମୀ ଆପାର୍ଟମେଣ୍ଟ ନିକଟରେ ଅଶୋକ ଜେନାଙ୍କ ଦୋକାନ ସମ୍ମୁଖରେ ଏହି ଗଣ୍ଡଗୋଳ ହୋଇଥିଲା। ମୃତକ ରିଙ୍କୁଙ୍କ ସାନଭାଇ ପିଙ୍କୁ ଓ ତାଙ୍କ ଟ୍ରାକ୍ଟର ଚାଳକ ଝୁମର ଦାସଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଦୋକାନ ଆଗରେ ପାଟିତୁଣ୍ଡ ନ କରିବାକୁ ବାରଣ କରି ଅଶୋକ ଜେନା ସେମାନଙ୍କୁ ଗାଳି କରିବା ସହ ସେଠାରୁ  ଚାଲିଯିବାକୁ ଧମକ ଦେଇଥିଲେ। ଏହି କଥାକୁ କେନ୍ଦ୍ରକରି ପିଙ୍କୁ ଓ ଅଶୋକଙ୍କ ମଧ୍ୟରେ ବଚସା ବଢ଼ିଥିଲା। ପାଟିତୁଣ୍ଡ ଶୁଣି ଦୋକାନୀ ଅଶୋକଙ୍କ ଦୁଇ ପୁଅ ଓ ପତ୍ନୀ ସେଠାରେ ପହଞ୍ଚିଥିଲେ ଏବଂ ଏହାପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଖବର ପାଇ ରିଙ୍କୁ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳ ରୋକିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପ୍ରତିପକ୍ଷର ସଂଘବଦ୍ଧ ଆକ୍ରମଣରେ ସେ ଗୁରୁତର ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ରାଜଧାନୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗତକାଲି କୋର୍ଟ ଚାଲାଣ ହୋଇଥିବା ମହେଶ ଜଣେ ଯୁବ ଦନ୍ତ ଡାକ୍ତର। ସାମାନ୍ୟ ବଚସାକୁ ନେଇ ଘଟିଯାଇଥିବା ଏହି ଅଭାବନୀୟ ଘଟଣାରେ ରିଙ୍କୁଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବ ଡାକ୍ତର ମହେଶଙ୍କ ଭବିଷ୍ୟତ ନଷ୍ଟ ହୋଇଗଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଚିନ୍ତାବ୍ୟକ୍ତ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.