Bandana parab: ଜାତୀୟ ବାନ୍ଦନା-୨୦୨୬ ପାଇଁ ପ୍ରସ୍ତୁତି ସମାବେଶ

3 weeks ago 7
ARTICLE AD BOX

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲାରାଇରଙ୍ଗପୁର କୁଡୁମି ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ପ୍ରତିଷ୍ଠାନ ଗୃହରେ ବେତନଟୀ ଅଞ୍ଚଳର ଆଗୁଆଡ଼ ଗ୍ରାମରେ ଆଗାମୀ ନଭେମ୍ବର ୧୧, ୧୨ ଏବଂ ୧୩ ତାରିଖ ଦିନ ଆୟୋଜିତ ହେବାକୁ ଥିବା କୁଡୁମି ପରମ୍ପରାର ସୁରକ୍ଷା ଓ ପ୍ରକୃତି ସୁରକ୍ଷା ପାଇଁ ଜାତୀୟ ବାନ୍ଦନା ପରବ -୨୦୨୬ ଉପଲକ୍ଷେ ଏକ ପ୍ରସ୍ତୁତି ସମାବେଶ ଓଡିଶା କୁଡୁମି ସମାଜର ସାଧାରଣ ସମ୍ପାଦକ ମନୋଜ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମରେ ଓଡିଶା କୁଡୁମି ସମାଜର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ମହାନ୍ତ,କୋଷାଧକ୍ଷ ପ୍ରଭାସ ମହାନ୍ତ, ଜନ୍ମେଜୟ ମହାନ୍ତ, ଉମେଶ ମହାନ୍ତ, ବିକାଶ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କୁଡୁମି ସମ୍ପ୍ରଦାୟର ବାନ୍ଦନା ପରବକୁ କିପରି ଜାତୀୟ ସ୍ତରରେ ଭାଷା, ସାହିତ୍ୟ ଓ ଲୋକସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ ତା ଉପରେ ନିଜନିଜର ମତାମତ ରଖିଥିଲେ। 

କୁଡୁମି ସମ୍ପ୍ରଦାୟର କୃଷିଭିତ୍ତିକ ସମ୍ପନ୍ନଶାଳୀ ପ୍ରମୁଖ ପର୍ବ ମଧ୍ୟରେ ବାନ୍ଦନା ପରବ ଅନ୍ୟତମ ବର୍ତ୍ତମାନର ଯୁବପିଢ଼ିଙ୍କ ମଧ୍ୟରେ ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣିର ମହତ୍ତକୁ ବଜାୟ ରଖିବାପାଇଁ ବେତନଟୀ ବ୍ଲକ ଅନ୍ତର୍ଗତ ଅଗୁଆଡ଼ ଗ୍ରାମରେ ଜାତୀୟ ବାନ୍ଦନା ପରବ -୨୦୨୬ ଆୟୋଜନ ହେଉଅଛି ଏହି କାର୍ଯ୍ୟକ୍ରମ ଅବସରରେ ଆସାମ, ବେଙ୍ଗଲ, ଝାରଖଣ୍ଡ,ବିହାର, ଓଡିଶା, ଛତିଶଗଡ ରାଜ୍ୟର ଜନ ପ୍ରତିନିଧି ମାନେ ଯୋଗ ଦେଇ ବାନ୍ଦନା ପରବର ସମସ୍ତ ରୀତିନୀତି ଉପରେ ଗବେଷଣାତ୍ମକ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଅଛି। 

କୁଡୁମି ସମ୍ପ୍ରଦାୟର ଖାଦ୍ୟପ୍ରଣାଳୀ ଓ ପୁସ୍ତକାଳୟ ଷ୍ଟଲ ବସିବା ସହ ୧୫ ହଜାର ଗାଁ ରୁ କୁଡୁମି ସମ୍ପ୍ରଦାୟର ଲୋକମାନେ ଆସିବାର ଯୋଜନା ପ୍ରସ୍ତୁତ ହୋଇଅଛି। ବିଭିନ୍ନ ରାଜ୍ୟରୁ ଆସିବାକୁ ଥିବା ୧ ହଜାର ପାନ୍ତାଶାଳିଆ ଝୁମର ଦଳ ସହ ୩ ହଜାର ମାଦଳ ବାଜିବାର ବିଶେଷ କାର୍ଯ୍ୟକ୍ରମ ସହ ୧ ହଜାର ଦେଶମାହାତୋ ଦେହୁରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଛି । ସାମୁହିକ ଗୋବନ୍ଦାଣ/ଗୋପୂଜନ ସହ ଗୋସମ୍ପଦର ଗୁରୁତ୍ୱ, ଗୋ ସମ୍ପଦର ସୁରକ୍ଷା ଓ ପରିବେଶ ସୁରକ୍ଷା ସମ୍ବନ୍ଧିତ ଜନସଚେତନ କାର୍ଯ୍ୟକ୍ରମ ମଧ୍ୟ ହେବାର ବ୍ୟବସ୍ଥା କରାଯାଇଛି। 

କୁଡୁମି ସମ୍ପ୍ରଦାୟର ବାନ୍ଦନା ପରବରେ ଆୟୋଜିତ ହେଉଥିବା ଧୀଙ୍ଗୁଆଁନ କାର୍ଯ୍ୟକ୍ରମର ମହତ୍ୱ ତଥା କୁଡୁମି ସମାଜର କୁଡୁମାଲି ଭାଷା,ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଜାତୀୟ ସ୍ତରରେ ଉପସ୍ଥାପନା କରାଯିବା ସହ ସମ୍ପ୍ରଦାୟର ନୂତନ ପୀଢ଼ି କିପରି ପର୍ବପର୍ବାଣି, ଭାଷା, ସଂସ୍କୃତି ପ୍ରତି ଆଗାମୀ ଦିନ ମାନଙ୍କରେ ବିଶେଷ ରୁଚି ରଖିବେ ତାକୁନେଇ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି। 

President to Visit Rairangpur ରାଇରଙ୍ଗପୁର ମେଗା ଚକ୍ଷୁ ଚିକିତ୍ସା ଶିବିରରେ ଯୋଗଦେବେ ରାଷ୍ଟ୍ରପତି

ଏହି କାର୍ଯ୍ୟକ୍ରମରେ ଅ ଆ ଯୁବକ ସଙ୍ଘର ସଭାପତି ଶରତ ମହାନ୍ତ, ସକ୍ରିୟ ସଦସ୍ୟ ବୁଲୁ ମହାନ୍ତ, ସ୍ନେହାଶିଷ ମହାନ୍ତ ମନୋଜ ମହାନ୍ତ, ଧନଞ୍ଜୟ ମହାନ୍ତ, ଧୀମନ୍ତ ମହାନ୍ତ, ରବୀନ୍ଦ୍ର ମହାନ୍ତ, ସିଦ୍ଧେଶ୍ୱର ମହାନ୍ତ, ପଙ୍କଜ ମହାନ୍ତଙ୍କ ସମେତ କୁଡମି ସାମାଜିକ ଗଣମାଧ୍ୟମ ପରିବାରର ସଦସ୍ୟ ମାନେ ଉପସ୍ଥିତ ରହି ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର, ପ୍ରସାର ପାଇଁ ଉଦ୍ୟମ ଜାରି ରଖିବାର ସହ କାର୍ଯ୍ୟକ୍ରମକୁ କିପରି ସଫଳ ରୂପାୟନ କରାଯିବ ତା ଉପରେ ବିଶେଷ ମତାମତ ରଖିଥଲେ। ଏହି ସମାବେଶରେ ପ୍ରାୟ ଶତାଧିକ କୁଡୁମି ସମ୍ପ୍ରଦାୟର ବୁଦ୍ଧିଜୀବି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.