Bangladeshi Migrants: ପଶ୍ଚିମବଙ୍ଗ ଛାଡ଼ିଲେଣି ୧ ଲକ୍ଷ ବାଂଲାଦେଶୀ, ୨୦ ଲକ୍ଷଙ୍କୁ ମିଳି ନ ପାରେ ସରକାରୀ ଯୋଜନାର ଲାଭ

3 weeks ago 7
ARTICLE AD BOX

କୋଲକାତା: ଭାରତ-ବାଂଲାଦେଶ ସୀମାରେ କଡ଼ା ନଜରଦାରି, ସୀମା ବାଡ଼ ନିର୍ମାଣର ଗତି ବୃଦ୍ଧି ଏବଂ ଅବୈଧ ଅନୁପ୍ରବେଶକାରୀଙ୍କ ବିରୋଧରେ ଚାଲିଥିବା ଅଭିଯାନ ମଧ୍ୟରେ ପଶ୍ଚିମବଙ୍ଗରୁ ପ୍ରାୟ ୧ ଲକ୍ଷ ବାଂଲାଦେଶୀ ନାଗରିକ ଫେରିଯାଇଥିବା ଦାବି କରାଯାଇଛି। ଏହାସହ ସ୍ପେସାଲ୍‌ ଇଣ୍ଟେନ୍ସିଭ୍‌ ରିଭିଜନ୍‌ (ଏସ୍‌ଆଇଆର୍‌) ପ୍ରକ୍ରିୟାର ପ୍ରଭାବରେ ପ୍ରାୟ ୨୦ ଲକ୍ଷ ଲୋକଙ୍କ ଉପରେ ପ୍ରଭାବ ପଡ଼ିପାରେ ବୋଲି କୁହାଯାଇଛି।

ସୂଚନା ଅନୁସାରେ, ନୂତନ ରାଜ୍ୟ ସରକାର କ୍ଷମତାକୁ ଆସିବା ପରେ ଭାରତ-ବାଂଲାଦେଶ ସୀମାରେ ବାଡ଼ ନିର୍ମାଣ କାମକୁ ତ୍ବରାନ୍ବିତ କରାଯାଇଛି। ବିଶେଷକରି ମୁର୍ଶିଦାବାଦ, ଉତ୍ତର ୨୪ ପ୍ରଗଣା, କୁଚବିହାର ଓ ଅନ୍ୟ ସୀମାବର୍ତ୍ତୀ ଜିଲ୍ଲାରେ ବିଏସ୍‌ଏଫ୍‌କୁ ଜମି ହସ୍ତାନ୍ତର ଏବଂ ସୁରକ୍ଷା ଭିତ୍ତିଭୂମି ନିର୍ମାଣ କାମ ତ୍ୱରାନ୍ୱିତ ହୋଇଛି। ଏହା ଫଳରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ଆତଙ୍କ ବଢ଼ିଥିବା କୁହାଯାଉଛି।

BSF ଅନୁପ୍ରବେଶକାରୀଙ୍କୁ ବାଂଲାଦେଶକୁ ତଡ଼ିବା ବେଳେ ସୀମାରେ ଉତ୍ତେଜନା

ରିପୋର୍ଟରେ କୁହାଯାଇଛି, ସୀମାବର୍ତ୍ତୀ ହକିମପୁର ଭଳି ଚେକ୍‌ପୋଷ୍ଟ ଦେଇ ଗତ କିଛି ସପ୍ତାହ ହେଲା ବାଂଲାଦେଶ ଫେରୁଥିବା ଲୋକଙ୍କ ସଂଖ୍ୟା ବଢ଼ିଛି। ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ମଧ୍ୟ ଏପରି ଗତିବିଧିରେ ବୃଦ୍ଧି ହୋଇଥିବା ସୂଚନା ଦେଇଛି। ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନେଇ ମଧ୍ୟ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏସ୍‌ଆଇଆର୍‌ରେ ଯେଉଁମାନଙ୍କ ନାମ କଟିଛି ଏବଂ ଯେଉଁମାନେ ପୁନର୍ବାର ନାମ ଯୋଡ଼ିବା ପାଇଁ ବୈଧ କାଗଜପତ୍ର ସହ ଆବେଦନ କରିନାହାନ୍ତି, ସେମାନଙ୍କୁ ସରକାରୀ ଯୋଜନାରୁ ବଞ୍ଚିତ ହେବାକୁ ପଡ଼ିପାରେ। ଏହି ଲୋକଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ ହେବ ବୋଲି କୁହାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.