ARTICLE AD BOX
କଣ୍ଟାବାଞ୍ଜି ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଭାଲୁଟିକୁ ସୁରକ୍ଷିତ ଭାବେ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ଶେଷରେ ଗତକାଲି ରାତିରେ ପିଞ୍ଜରା ବସାଇ ଭାଲୁଟିକୁ ଟ୍ରାପ୍ କରି କାବୁ କରିବାରେ ସଫଳ ହୋଇଛନ୍ତି।
Bear Captured After Five Days Photograph: (Sambad.in)କଣ୍ଟାବାଞ୍ଜି: ବଲାଙ୍ଗୀରଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କନ୍ଧବାହାଲ ଗାଁରେ ଗତ ୫ ଦିନ ଧରି ଭାଲୁଆତଙ୍କଲାଗି ରହିଥିଲା। ଗାଁ ଆଖପାଖରେ ଏକ ଭାଲୁ ବୁଲୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଭାଲୁଟି ବାରମ୍ବାର ଜନବସତି ନିକଟକୁ ଆସୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଥିଲେ। ବିଶେଷକରି ସକାଳ ଓ ସନ୍ଧ୍ୟା ସମୟରେ ଲୋକଙ୍କ ଯାତାୟତକୁ ନେଇ ଚିନ୍ତା ବଢ଼ିଥିଲା। ଛୋଟ ପିଲା ଓ ମହିଳାଙ୍କ ସୁରକ୍ଷାକୁ ନେଇ ଗ୍ରାମବାସୀ ଆଶଙ୍କା ପ୍ରକାଶ କରିବା ସହ ଭାଲୁକୁ ଧରିବା ପାଇଁ ବନ ବିଭାଗର ହସ୍ତକ୍ଷେପ ଲୋଡ଼ିଥିଲେ। ଶେଷରେ ଗ୍ରାମବାସୀଙ୍କ ଆଶ୍ୱସ୍ତି ଆଣିଛି ବନବିଭାଗର ସଫଳ ଉଦ୍ୟମ।
ଗ୍ରାମବାସୀ ଆଶ୍ୱସ୍ତ
କଣ୍ଟାବାଞ୍ଜି ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଭାଲୁଟିକୁ ସୁରକ୍ଷିତ ଭାବେ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ଶେଷରେ ଗତକାଲି ରାତିରେ ପିଞ୍ଜରା ବସାଇ ଭାଲୁଟିକୁ ଟ୍ରାପ୍ କରି କାବୁ କରିବାରେ ସଫଳ ହୋଇଛନ୍ତି। ଭାଲୁ କାବୁ ହେବା ପରେ କନ୍ଧବାହାଲ ଗ୍ରାମବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ବନ ବିଭାଗର ଏହି ପଦକ୍ଷେପକୁ ନେଇ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି।
Suspended: ଆବାସ ଯୋଜନାରେ ଜାଲିଆତି ଅଭିଯୋଗ: ଖଟଖଟିଆ ପଞ୍ଚାୟତ ଏଡିଇଓ ନିଲମ୍ବିତ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2

