Behaves like an Animal: ମଣିଷ ଖାଉଛି କୁଣ୍ଡା-ତୋରାଣୀ!  ଭିଡିଓ ହେଉଛି ଭାଇରାଲ

1 week ago 4
ARTICLE AD BOX

ନୂଆଦିଲ୍ଲୀ: ଜଣେ ମଣିଷ… ହଠାତ୍ ପାଲଟିଯାଆନ୍ତି ପଶୁ! ଗାଈ-ମଇଁଷିଙ୍କ ପରି କୁଣ୍ଡରୁ ପାଣି ପିଅନ୍ତି, କୁଟା-ଘାସ ଖାଆନ୍ତି । ଆଉ ଏହି ଦୃଶ୍ୟ ଦେଖିବାକୁ ଜମେ ହଜାର ହଜାର ଲୋକଙ୍କ ଭିଡ଼। ଘଟଣାଟି ଉତ୍ତରପ୍ରଦେଶର ମହାରାଜଗଞ୍ଜର। ଗ୍ରାମବାସୀଙ୍କ ବିଶ୍ୱାସ ନାଗପଞ୍ଚମୀ ଦିନ ୭୦ ବର୍ଷୀୟ ବୁଦ୍ଧିରାମଙ୍କ ଶରୀରରେ ‘ମହିଷାସୁର’ଙ୍କ ପ୍ରବେଶ  ହୁଏ। ତେବେ ଏହା ଆସ୍ଥା, ଅନ୍ଧବିଶ୍ୱାସ ନା ଏହା ପଛରେ ରହିଛି କୌଣସି ମାନସିକ କାରଣ? ଜାଣନ୍ତୁ ପୂରା ଘଟଣା... ଗାଁର ୭୦ ବର୍ଷୀୟ ବୁଦ୍ଧିରାମଙ୍କୁ ନେଇ ରହିଛି ଏକ ଅଦ୍ଭୁତ ବିଶ୍ୱାସ। ଗ୍ରାମବାସୀଙ୍କ ଦାବି ନାଗପଞ୍ଚମୀ ଦିନ ତାଙ୍କ ଶରୀରରେ ‘ମହିଷାସୁର’ଙ୍କ ସବାରୀ ହୁଏ। ଏହା ପରେ କିଛି ସମୟ ପାଇଁ ତାଙ୍କ ବ୍ୟବହାର ବଦଳିଯାଏ। କୁହାଯାଏ, ଏହି ପରମ୍ପରା ୧୯୭୫ ମସିହାରୁ ଚାଲିଆସୁଛି। ପ୍ରତି ୩ ବର୍ଷରେ ଥରେ ନାଗପଞ୍ଚମୀ ଦିନ ଗାଁର ‘ସମୟ ମାତା’ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ବୁଦ୍ଧିରାମଙ୍କ ଏହି ଅବସ୍ଥା ଆରମ୍ଭ ହୁଏ ବୋଲି ସ୍ଥାନୀୟ ଲୋକେ କହନ୍ତି।

 ସବୁଠାରୁ ଚର୍ଚ୍ଚିତ ଦୃଶ୍ୟ ହେଉଛି ବୁଦ୍ଧିରାମ ପଶୁଙ୍କ ପରି କୁଟା ଓ ଘାସ ଖାଉଥିବା ଦେଖିବାକୁ ମିଳନ୍ତି। ଏପରିକି ପଶୁମାନଙ୍କ ପାଇଁ ରଖାଯାଇଥିବା କୁଣ୍ଡରୁ ପାଣି ପିଉଥିବାର ଦାବି ମଧ୍ୟ କରନ୍ତି ଗ୍ରାମବାସୀ। ତାଙ୍କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ମଧ୍ୟ ଲୋକଙ୍କ ଭିଡ଼ ଜମିଥାଏ। କେବଳ ଘାସ ଓ କୁଟା ନୁହେଁ, କେତେକ ଲୋକ ତାଙ୍କୁ କଦଳୀ, ଲଡୁ ଭଳି ଖାଦ୍ୟ ମଧ୍ୟ ଖୁଆଇଥାନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଗଭୀର ଆସ୍ଥା ରହିଛି। କେହି କେହି ଏଠାରେ ମାନସିକ କଲେ ତାହା ପୂରଣ ହୁଏ ବୋଲି ବିଶ୍ୱାସ କରନ୍ତି।

Trump’s ‘Economic D-Day’ : ବିଫଳ ହୋଇଥିବା ନୀତି ପୁଣିଥରେ ଲାଗୁ କରିବା ଆମେରିକା ପାଇଁ ପରାଜୟ ଆଣିବ: ତେହରାନ

ତେବେ ପ୍ରଶ୍ନ ଉଠୁଛି ପ୍ରକୃତରେ ଜଣେ ମଣିଷଙ୍କ ଶରୀରରେ କୌଣସି ଅଶରୀରୀ ଶକ୍ତି ପ୍ରବେଶ କରିପାରେ କି? ବିଜ୍ଞାନ ଏପର୍ଯ୍ୟନ୍ତ ଏଭଳି ଦାବିକୁ ପ୍ରମାଣିତ କରିନାହିଁ। ମଣିଷର ବ୍ୟବହାରରେ ହଠାତ୍ ପରିବର୍ତ୍ତନ ହେବାର ପଛରେ ମାନସିକ ଓ ଚିକିତ୍ସା ସମ୍ବନ୍ଧୀୟ କାରଣ ଥାଇପାରେ। ତେଣୁ ଏଭଳି ଘଟଣାକୁ କେବଳ ଅଲୌକିକ ଘଟଣା ବୋଲି ମାନିନେବା ପୂର୍ବରୁ ବୈଜ୍ଞାନିକ ଓ ଚିକିତ୍ସା ଦୃଷ୍ଟିକୋଣରୁ ଯାଞ୍ଚ କରିବା ଜରୁରୀ। ରୁଦଲାପୁରର ବୁଦ୍ଧିରାମଙ୍କ ଘଟଣାକୁ ନେଇ ଗାଁରେ ଆସ୍ଥା ଯେତିକି, ରହସ୍ୟ ମଧ୍ୟ ସେତିକି। ପ୍ରତି ୩ ବର୍ଷରେ ଘଟୁଥିବା ଏହି ଘଟଣା ଆଜି ବି ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ଛାଡ଼ିଯାଉଛି । ଏହା ଚମତ୍କାର ନା ମଣିଷର ମନର ଏକ ଅଜଣା ରହସ୍ୟ?
  

Read Entire Article
LEFT SIDEBAR AD

Hidden in mobile, Best for skyscrapers.