Bhubaneswar Bali Jatra: ବଢ଼ିବ ଭୁବନେଶ୍ୱର ବାଲିଯାତ୍ରାର କଳେବର: ୧୫ ଏକର ଜାଗାରେ ପଡ଼ିବ ହଜା‌ରେ ଷ୍ଟଲ୍‌, ପାର୍କିଂ ସ୍ଥାନ ବୃଦ୍ଧି, ନୂଆ ରାସ୍ତା ନିର୍ମାଣ ହେବ

2 days ago 5
ARTICLE AD BOX

ବାରଙ୍ଗ: ଭୁବନେଶ୍ବର ବାଲିଯାତ୍ରାର କଳେବର ବଢ଼ିବ। ଐତିହାସିକ ପଟିଆବନ୍ଧ ପାର୍ଶ୍ବ କୁଆଖାଇ ନଦୀପଠାରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବାଲିଯାତ୍ରାର ଷ୍ଟଲ୍‌ ସଂଖ୍ୟା ଏକ ହଜାରକୁ ବୃଦ୍ଧି ସହ ସୁପରିଚାଳନା ପାଇଁ ଭିତ୍ତିଭୂମି ବିକାଶ କରାଯିବ। ରାଜଧାନୀଓ ଉପକଣ୍ଠବାସୀଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏଥରକ ପ୍ରାୟ ୧୫ ଏକର ପରିମିତ ଅଞ୍ଚଳରେ ମେଳା ଆୟୋଜିତ ହେବ। ଏଥିପାଇଁ ଆଜି ବାଲିଯାତ୍ରା ମହୋତ୍ସବ ପଡ଼ିଆର ଅନୁକୂଳ ହୋଇଛି। ନଭେମ୍ବର ୨୪ରୁ ଡିସେମ୍ବର ୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବ ପାଇଁ ବରିମୁଣ୍ଡ କୁଆଖାଇ ପଠାରେ ନଡ଼ିଆ ଭାଙ୍ଗି ଜେସିବି ମେସିନ୍ ସହାୟତାରେ ସମତଳ କାର୍ଯ୍ୟ ଆରମ୍ଭ ହୋଇଛି। ହାତରେ ଏକ ମାସ ସମୟ ରହିଥିବାରୁ ତା’ପୂର୍ବରୁ ମେଳା ପଡ଼ିଆକୁ ଠିକ୍‌ କରିବାକୁ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟି ନିଷ୍ପତ୍ତି ନେଇଛି।

Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ

ବାଲିଯାତ୍ରାରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ଭିଡ଼ କମାଇବାକୁ ଏଥରକ ୩ଟି ବଦଳରେ ୪ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ। ପଟିଆ ପଟୁ ବାଲିଯାତ୍ରା ପଡ଼ିଆକୁ ଯାଉଥିବା ଲୋକଙ୍କ ପାଇଁ ବରିମୁଣ୍ଡଠାରେ ୧୯ ଗୁଣ୍ଠ ପଡ଼ିଆରେ ଗାଡ଼ି ପାର୍କିଂ ବ୍ୟବସ୍ଥା ହେବ। ସେହିପରି ହା‌ଇଟେକ୍‌ ପାର୍ଶ୍ବ ଜାତୀୟ ରାଜପଥ ଆଡ଼ୁ ବାଲିଯାତ୍ରା ପଡ଼ିଆକୁ ଯାଉଥିବା ଗାଡ଼ିଗୁଡ଼ିକ ଏସ୍‌କେପ୍‌ ଗଡ଼ାର ଡାହାଣ ପାର୍ଶ୍ବରେ ପାର୍କିଂ କରିବେ। ଗଣ୍ଡରପୁର, ବାରଙ୍ଗ ଓ କଟକର ପ୍ରତାପନଗରୀ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ବରିମୁଣ୍ଡ ଲକ୍ଷେଶ୍ବର ମନ୍ଦିର ନିକଟରେ ହେବାକୁ ଥିବା ପାର୍କିଂ ସ୍ଥଳରେ ରହିବ। ଏହା ବ୍ୟତୀତ ବାଲିଯାତ୍ରା ପଡ଼ିଆ ନିକଟରେ କମିଟି ପକ୍ଷରୁ ଆଉ ଏକ ବଡ଼ ପାର୍କିଂ ବ୍ୟବସ୍ଥା କରାଯିବ। ବାଲିଯାତ୍ରାର ସୁପରିଚାଳନା ପାଇଁ କମିଟିର ୪ଶହ ସ୍ବେଚ୍ଛାସେବୀଙ୍କ ସହ ପୁଲିସ ମିତ୍ର, ରିଜର୍ଭ ପୁଲିସ, କମିସନରେଟ୍‌ ପୁଲିସର କର୍ମଚାରୀ ସାମିଲ ହେବେ। ସମ୍ପୂର୍ଣ୍ଣ ପଡ଼ିଆରେ ପ୍ରାୟ ଶହେ ସିସି କ୍ୟାମେରା ଲାଗିବ। ଚଳିତବର୍ଷ ମହୋତ୍ସବରେ ରାମ ଦୋଳି ସମେତ ଅନ୍ୟ ସମସ୍ତ ପ୍ରକାର ଦୋଳି ଲଗାଯିବ ଏବଂ ସେଠାକାର ସୁରକ୍ଷା ଉପରେ ନଜର ରଖିବାକୁ ସିସିଟିଭିର ବ୍ୟବସ୍ଥା ହେବ।

୧୫ ଏକର ଜାଗାରେ ପଡ଼ିବ ହଜା‌ରେ ଷ୍ଟଲ୍‌
ପାର୍କିଂ ସ୍ଥାନ ବୃଦ୍ଧି, ନୂଆ ରାସ୍ତା ନିର୍ମାଣ ହେବ
ମହୋତ୍ସବ ପଡ଼ିଆରେ ଅନୁକୂଳ ଆରମ୍ଭ

Narendra Modi: ଓଡ଼ିଶାରେ ଆଜି ଆରବିଆଇ ଡାଟା ସେଣ୍ଟର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ମହୋତ୍ସବକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରିବାକୁ କମିଟି ନିଷ୍ପତ୍ତି ନେଇଛି। ପ୍ରତିଦିନ ହଜାର ହଜାର ଲୋକଙ୍କ ଚଳପ୍ରଚଳ ହେବା ଦ୍ବାରା ବାଲି ଉଡ଼ିବାରୁ ପ୍ରଦୂଷଣ ବଢ଼ୁଛି। ତେଣୁ ଏଥରକ ପଡ଼ିଆ ସାରା ଦରି ପକାଯିବ। ବାଲିଯାତ୍ରା ପଡ଼ିଆକୁ ଯିବାକୁ ଏବେ ଦୁଇଟି ମାତ୍ର ଗଡ଼ାଣି ରାସ୍ତା ରହିଛି। ତେବେ ମଞ୍ଚେଶ୍ବର ପାର୍ଶ୍ବରୁ ବହୁ ଲୋକ ଯିବାଆସିବା କରୁଥିବାରୁ ଆଉ ଗୋଟିଏ ରାସ୍ତା ଖୋଲାଯିବ। ଏହାବ୍ୟତୀତ ୪ ନମ୍ବର ୱାର୍ଡ ତଥା କୁଆଖାଇ ନଦୀର ଅପରପାର୍ଶ୍ବରୁ ଆସୁଥିବା ଲୋକଙ୍କ ଯିବାଆସିବା ପାଇଁ ପ୍ରତିବର୍ଷ ପରି ଏଥର ମଧ୍ୟ କୋଠ ପୋଲ କରାଯିବ। ବାଲିଯାତ୍ରାର ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍, ଅଗ୍ନିଶମ, ଓଡ୍ରାଫ, ପରିମଳ ଆଦି ବିଷୟରେ ଆଲୋଚନା ପାଇଁ ଖୁବ୍‌ଶୀଘ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ବୈଠକ ଡାକିବାକୁ କମିଟି ପ୍ରସ୍ତାବ ଦେଇଛି। ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ସୁବାସ ଚ଼ନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଭୟ କୁମାର ବଡ଼ଜେନା, ଜୀବନ କୁମାର ବଡୁ, ଅନ୍ନପୂର୍ଣ୍ଣା ମିଶ୍ର, ଅଶୋକ ପାତ୍ର, ମିହିର ରାଉତ, ଜ୍ଞାନରଞ୍ଜନ ରାଉତ, ଅନୁପ ଖୁଣ୍ଟିଆ, ନିର୍ମଳ ଚନ୍ଦ୍ର ରାଉତ, ସୁଶୀଲ କାସ୍ତ, ସନ୍ତୋଷ ନାଥ, ସଞ୍ଜୟ ସାହୁ, ପ୍ରଦୀପ୍ତ ପରିଡ଼ା, ଲକ୍ଷ୍ମୀଧର ପରିଡ଼ା, ଯୋଗେଶ ତ୍ରିପାଠୀ, ପବିତ୍ର ନାୟକ, ହେମନ୍ତ ପରିଡ଼ା, ଅକ୍ଷୟ ବେହେରା, ବିନୋଦ ସାହୁ, ଅକ୍ଷୟ ପାତ୍ର, ଦିବାକର ସାହୁ, ନିର ସ୍ୱାଇଁ, ଗଜେନ୍ଦ୍ର ବାରିକ ଓ ନିରଞ୍ଜନ ସାହୁଙ୍କ ସମେତ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.