Binance Crypto: ବାଇନାନ୍ସ କ୍ରିପ୍ଟୋ ଚୋରି ମାମଲାରେ ଏଫବିଆଇ ତଦନ୍ତ ଉତ୍ତର କୋରିଆ ଉପରେ ଉଠାଇଲା ଅଙ୍ଗୁଳି: କିମ୍‌ଙ୍କ ଭଉଣୀ ଅଭିଯୋଗକୁ ନିନ୍ଦା କଲେ

1 hour ago 2
ARTICLE AD BOX

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆ ବିଶ୍ୱର ସର୍ବବୃହତ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ବାଇନାନ୍ସରେ ହୋଇଥିବା ସାମ୍ପ୍ରତିକ ଚୋରିରେ କୌଣସି ଭୂମିକାକୁ ଅସ୍ୱୀକାର କରିଛି ଏବଂ ଏହି ଘଟଣା ପଛରେ ଉତ୍ତର କୋରିଆର ହ୍ୟାକର୍ସଙ୍କ ହାତ ଥିବା ଆମେରିକାର ଦାବିକୁ ନିନ୍ଦା କରି ଏହାକୁ ଏକ ଉତ୍ତେଜନା ସୃଷ୍ଟିକାରୀ ଘଟଣା ବୋଲି କହିଛି। ବାଇନାନ୍ସ ଏକ୍ସଚେଞ୍ଜ ଘୋଷଣା କରିଥିଲା ​​ଯେ, ହ୍ୟାକର୍ସମାନେ ୬ ବିଲିୟନ ଡଲାରରୁ ଅଧିକ କ୍ରିପ୍ଟୋକରେନ୍ସି ଚୋରି କରିଛନ୍ତି। ଏହାକୁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ କ୍ରିପ୍ଟୋକରେନ୍ସି ଚୋରି ବୋଲି ଅନୁମାନ କରାଯାଉଛି। 

ପରବର୍ତ୍ତୀ ସମୟରେ ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ଏଫବିଆଇ) କହିଛି, ଏହି ଚୋରି ଉତ୍ତର କୋରିଆର ହ୍ୟାକର୍ସ ଦ୍ୱାରା କରାଯାଇଥିଲା। ଏଫବିଆଇ ଏହି ଆକ୍ରମଣ ପାଇଁ ଟ୍ରେଡରଟ୍ରେଟର ନାମକ ଏକ ହ୍ୟାକିଂ ଗୋଷ୍ଠୀକୁ ଦାୟୀ କରିଛି। ଏହି ଗୋଷ୍ଠୀ ଗତ ବର୍ଷ ବାଇବିଟ୍ ଏକ୍ସଚେଞ୍ଜରୁ ୧.୫ବିଲିୟନ ଡଲାରର କ୍ରିପ୍ଟୋକରେନ୍ସି ଚୋରି କରିଥିଲା।

ଅଯଥା ଭାଷଣବାଜି: କିମ୍ ୟୋ ଜଙ୍ଗ
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍‌ଙ୍କ ପ୍ରଭାବଶାଳୀ ଭଉଣୀ କିମ୍ ୟୋ ଜଙ୍ଗ ଏଫବିଆଇର ଅଭିଯୋଗକୁ ଖଣ୍ଡନ କରି ଅଯଥା ଭାଷଣବାଜି ବୋଲି କହିଛନ୍ତି। ସେ ଏକ ବିବୃତିରେ କହିଛନ୍ତି,ଆମେରିକା ଆନ୍ତର୍ଜାତୀୟ ସ୍ତରରେ ଉତ୍ତର କୋରିଆ ବିଷୟରେ ଭୁଲ୍ ସୂଚନା ପ୍ରସାର କରିବାକୁ ଚେଷ୍ଟା କରୁଛି। ପୂର୍ବରୁ ମଧ୍ୟ ଆମେରିକା ଏଭଳି ଅଭିଯୋଗ ଆଣିଛି। ଯେତେବେଳେ ଆନ୍ତର୍ଜାତୀୟ ସ୍ତରରେ ସାଇବର ଅପରାଧ ଘଟଣା ଘଟେ, ସେତେବେଳେ ଆମେରିକା କୌଣସି ଠୋସ୍ ପ୍ରମାଣ ବିନା ଉତ୍ତର କୋରିଆକୁ ସେମାନଙ୍କ ସହିତ ଲିଙ୍କ୍ କରିବାକୁ ଅପପ୍ରୟାସ କରିଥାଏ। ଏହି ଘଟଣା ପୁଣି ଥରେ ଉତ୍ତର କୋରିଆ ପ୍ରତି ୱାସିଂଟନର ଶତ୍ରୁତା ମନୋଭାବକୁ ପ୍ରମାଣିତ କରିଛି। 

ପରମାଣୁ କାର୍ଯ୍ୟକ୍ରମକୁ ପାଣ୍ଠି ଯୋଗାଣ
ଆମେ ଆମ ଦେଶ ବିରୋଧରେ ଆମେରିକାର ଚାଲିଥିବା ବିଭିନ୍ନ ଉତ୍ତେଜନାମୂଳକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛୁ। ବାହ୍ୟ ବିଶେଷଜ୍ଞଙ୍କ ମତରେ ଉତ୍ତର କୋରିଆ ବୈଦେଶିକ ମୁଦ୍ରା ସଂଗ୍ରହ ପାଇଁ କ୍ରମଶଃ କ୍ରିପ୍ଟୋକରେନ୍ସି ଚୋରି ଏବଂ ଅନ୍ୟାନ୍ୟ ଅବୈଧ ସାଇବର କାର୍ଯ୍ୟକଳାପର ଆଶ୍ରୟ ନେଉଛି। ଏହା ଦ୍ବାରା ଦେଶର ଦୁର୍ବଳ ଅର୍ଥନୀତି ସୁଦୃଢ଼ ହେବା ସହିତ ​​ପରମାଣୁ କାର୍ଯ୍ୟକ୍ରମକୁ ପାଣ୍ଠି ଯୋଗାଣ ସହଜ ହୋଇପାରିବ। ଆମେରିକା ପକ୍ଷରୁ କଡ଼ା ଅନ୍ତର୍ଜାତୀୟ ପ୍ରତିବନ୍ଧକ ଏବଂ ଅନ୍ୟାନ୍ୟ ଚ୍ୟାଲେଞ୍ଜ ମଧ୍ୟରେ ଉତ୍ତର କୋରିଆ ପାଇଁ ବିଦେଶୀ ମୁଦ୍ରା ସଂଗ୍ରହ କରିବା କ୍ରମଶଃ କଷ୍ଟକର ହୋଇପଡୁଛି। 

ଅଭିଯୋଗକୁ ଅସ୍ୱୀକାର କରିଛି ଉତ୍ତର କୋରିଆ
ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ଡିସେମ୍ବର ୨୦୨୨ରେ ଆକଳନ କରିଥିଲା ​​ଯେ, ଉତ୍ତର କୋରିଆର ହ୍ୟାକର୍ସମାନେ ଗତ ପାଞ୍ଚ ବର୍ଷ ମଧ୍ୟରେ ୧.୫ ଟ୍ରିଲିୟନ ୱାନ୍ ଅର୍ଥାତ୍ ୧.୧ ବିଲିୟନ ଡଲାରର କ୍ରିପ୍ଟୋକରେନ୍ସି ଏବଂ ଅନ୍ୟାନ୍ୟ ଭର୍ଚୁଆଲ୍ ସମ୍ପତ୍ତି ଚୋରି କରିଛନ୍ତି। ଉତ୍ତର କୋରିଆ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ଯଦିଓ ଉତ୍ତର କୋରିଆ ପ୍ରାୟତଃ ସାଇବର ଆକ୍ରମଣରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରି ଆସୁଛି। ଅତୀତରେ ଅନେକ ବଡ଼ ସାଇବର ଆକ୍ରମଣ ସହ ପ୍ୟୋଙ୍ଗୟାଙ୍ଗକୁ ଜଡିତ କରାଯାଇଛି। ସେଥିମଧ୍ୟରେ ୨୦୧୩ ସାଇବର ଆକ୍ରମଣ ଅନ୍ତର୍ଭୁକ୍ତ ଯାହା ଦକ୍ଷିଣ କୋରିଆର ଆର୍ଥିକ ପ୍ରତିଷ୍ଠାନର ସର୍ଭରଗୁଡ଼ିକୁ ଠପ୍ କରିଦେଇଥିଲ। ସେହିପରି ୨୦୧୪ରେ ସୋନି ପିକଚର୍ସ ଟେଲିଭିଜନର ହ୍ୟାକିଂ ଏବଂ ୨୦୧୭ରେ ୱାନାକ୍ରାଇ ମାଲୱେର୍ ଆକ୍ରମଣ କରାଯାଇଥିଲା।

ଅସ୍ତ୍ରଶସ୍ତ୍ର ପରୀକ୍ଷଣ ବୃଦ୍ଧି
ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଉତ୍ତର କୋରିଆର ବେଆଇନ ସାଇବର କାର୍ଯ୍ୟକଳାପ ବିଶ୍ୱ ଡିଜିଟାଲ୍ ଅର୍ଥନୀତି ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି। ମନ୍ତ୍ରଣାଳୟ ଅନୁଯାୟୀ, ସିଓଲ ଏହି ବିପଦର ମୁକାବିଲା ପାଇଁ ଆମେରିକା ଏବଂ ଅନ୍ୟ ଅନ୍ତର୍ଜାତୀୟ ସମ୍ପ୍ରଦାୟ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ଏହି ସମୟରେ ବାଇନାନ୍ସରୁ ଚୋରି ଉତ୍ତର କୋରିଆ ନିଜର ଅସ୍ତ୍ରଶସ୍ତ୍ର ପରୀକ୍ଷଣକୁ ବୃଦ୍ଧି କରିଥିବାରୁ ଘଟିଛି। ଅନୁମାନ କରାଯାଉଛି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ ଜୋଙ୍ଗ ଉନଙ୍କ ସହିତ କୂଟନୈତିକ ଆଲୋଚନା ପୁନର୍ବାର ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିବା ପରେ ଉତ୍ତର କୋରିଆ ସମ୍ଭାବ୍ୟ ଆଲୋଚନାରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି।

ସାମରିକ କ୍ଷେତ୍ରରେ ଆତ୍ମନିର୍ଭରତା ଭାରତ ପାଇଁ ଜରୁରୀ: ନୌସେନା ମୁଖ୍ୟ

ମଙ୍ଗଳବାର ଦିନ ଉତ୍ତର କୋରିଆ ରଣନୈତିକ କ୍ରୁଜ୍ କ୍ଷେପଣାସ୍ତ୍ର ପାଇଁ ଏକ ନୂତନ କ୍ଲଷ୍ଟର ୱାରହେଡ୍ ପରୀକ୍ଷଣ କରିଥିବା ଦାବି କରିଛି। ଫ୍ଲୋରିଡାରେ ତାଙ୍କ ମାର୍-ଏ-ଲାଗୋ ଇଷ୍ଟେଟରେ ଏକ ହାଲୋୱିନ୍ ପାର୍ଟି ସମୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ, ତଦନ୍ତକାରୀମାନେ ସାଇବର ଚୋରି ପଛରେ ଉତ୍ତର କୋରିଆର ହାତ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି। ଟ୍ରମ୍ପ କହିଛନ୍ତି, ମୁଁ ଏହା ବିଷୟରେ ଚିନ୍ତିତ ନୁହେଁ। ଆମେ ସୂଚନା ସଂଗ୍ରହ କରୁଛୁ। ଆମେ ଜାଣିନାହୁଁ, ଉତ୍ତର କୋରିଆ ଏଥିରେ ସାମିଲ ଅଛି କି ନାହିଁ। ତଦନ୍ତ ଏହା ନିଶ୍ଚିତ କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.