ARTICLE AD BOX
ମଣିଷ ଯେପରି ଭାଷା ଶିଖେ, ସେହିପରି ଅନେକ ପକ୍ଷୀ ଅନ୍ୟ ପକ୍ଷୀଙ୍କଠାରୁ ଗୀତ ଶିଖନ୍ତି। ଛୋଟ ପକ୍ଷୀମାନେ ନିଜ ମାଆ, ବାପା କିମ୍ବା ଆଖପାଖର ପକ୍ଷୀଙ୍କ ଗୀତ ଶୁଣି ଗାଇବା ଶିଖନ୍ତି। ଗୋଟିଏ ଅଞ୍ଚଳର ପକ୍ଷୀଙ୍କ ଗୀତ ଅନ୍ୟ ଅଞ୍ଚଳର ପକ୍ଷୀଙ୍କ ଗୀତଠାରୁ ଅଲଗା ହୋଇଥାଏ। ଏହାକୁ ଆଞ୍ଚଳିକ ସ୍ୱରଭେଦ କୁହାଯାଏ। କୌଣସି ଅଞ୍ଚଳରେ ପକ୍ଷୀଙ୍କ ସଂଖ୍ୟା କମିଗଲେ, ଛୋଟ ପକ୍ଷୀମାନେ ପୁରୁଣା ଗୀତ ବା ସ୍ବର ଶିଖିବାର ସୁଯୋଗ ପାଆନ୍ତିନାହିଁ। ଫଳରେ ସେହି ଅଞ୍ଚଳର ପୁରୁଣା ସ୍ବର ଧୀରେ ଧୀରେ ହଜିଯାଏ। ଏହି ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ପୁରୁଣା ରେକର୍ଡିଂରୁ ପକ୍ଷୀଙ୍କ ଗୀତକୁ ଏଆଇ ସାହାଯ୍ୟରେ ପୁଣି ପ୍ରସ୍ତୁତ କରୁଛନ୍ତି। ଏହି ଗୀତ ଶୁଣାଇ ପକ୍ଷୀମାନଙ୍କୁ ପୁରୁଣା ସ୍ବର ଶିଖାଇବାକୁ ଚେଷ୍ଟା କରାଯାଉଛି।
Israel: ଇସ୍ରାଏଲରେ ଆଜି ମତଦାନ: ନେତାନ୍ୟାହୁଙ୍କ ପାଇଁ ବଡ଼ ଚାଲେଞ୍ଜ
ଆର୍ଜେଣ୍ଟିନାର ଏକ ପାର୍କରେ ପୁରୁଣା ରେକର୍ଡିଂରୁ ଗୋଟିଏ ପକ୍ଷୀର ଗୀତ ପୁଣି ଶୁଣାଯାଇଥିଲା। ପରେ ସେହି ଅଞ୍ଚଳର ଗୋଟିଏ ପକ୍ଷୀ ସେହି ଗୀତର କିଛି ଅଂଶ ଅନୁକରଣ କରିଥିଲା। ଏହା ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଛି। ସେହିପରି, ଅଷ୍ଟ୍ରେଲିଆରେ ବିଲୁପ୍ତ ହେବାର ଆଶଙ୍କା ଥିବା ରିଜେଣ୍ଟ ହନିଇଟର୍ ନାମକ ପକ୍ଷୀକୁ ଗୀତ ଶିଖାଇବା ପାଇଁ ମଧ୍ୟ ଉଦ୍ୟମ କରାଯାଇଛି। ଏଥିରୁ ଜଣାପଡୁଛି ଯେ ଏଆଇ ପକ୍ଷୀଙ୍କ ପୁରୁଣା ଗୀତକୁ ବଞ୍ଚାଇବାରେ ସାହାଯ୍ୟ କରିପାରିବ। ତେବେ କେବଳ ଏଆଇ ବ୍ୟବହାର କରିପକ୍ଷୀଙ୍କ ସ୍ବରକୁ ବଞ୍ଚାଇ ହେବ ନାହିଁ। ସେମାନଙ୍କ ପାଇଁ ଗଛ, ଜଙ୍ଗଲ ଓ ସୁରକ୍ଷିତ ବାସସ୍ଥାନ ରହିବା ଜରୁରି। ଗଛ କାଟିବା ବନ୍ଦ କରିବା, ଅଧିକ ଗଛ ଲଗାଇବା ଓ ପରିବେଶର ସୁରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ। ପକ୍ଷୀଙ୍କ ଗୀତ ପ୍ରକୃତିର ଏକ ସୁନ୍ଦର ଉପହାର। ଏଆଇ ସାହାଯ୍ୟରେ ହଜିଯାଉଥିବା ଗୀତକୁ ଫେରାଇ ଆଣିବାର ଆଶା ସୃଷ୍ଟି ହୋଇଛି। ଆମେ ଯଦି ଆଜିଠାରୁ ପ୍ରକୃତିର ଯତ୍ନ ନେବା ଓ ପକ୍ଷୀଙ୍କ ବାସସ୍ଥାନକୁ ସୁରକ୍ଷିତ ରଖିବା, ତେବେ ଆଗାମୀ ପିଢ଼ି ମଧ୍ୟ ପକ୍ଷୀଙ୍କ ମଧୁର ଗୀତ ଶୁଣିପାରିବେ।

1 hour ago
1


