BJP Gen Z Strategy: ‘ଜେନ୍‌ ଜି’କୁ ଆକର୍ଷିତ କରିବାକୁ ବିଜେପିର ନୂଆ ରଣନୀତି: ସ୍ମୃତି ଇରାନୀ, ନୀତିନ ନବୀନ ଓ ବିନୋଦ ତାୱଡ଼େଙ୍କୁ ବଡ଼ ଦାୟିତ୍ବ

5 days ago 3
ARTICLE AD BOX

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ଦେଶର ଯୁବପିଢ଼ି ଓ ‘ଜେନ୍‌ ଜି’ ସହିତ ନିଜର ସମ୍ପର୍କ ଦୃଢ଼ କରିବାକୁ ସ୍ବତନ୍ତ୍ର ଆଉଟରିଚ୍‌ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଦଳ ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍‌ ଗଠନ କରିଛି। ଦଳୀୟ ସୂତ୍ର ଅନୁଯାୟୀ, ଏହି ବିଶେଷ ଆଉଟରିଚ୍‌ ଅଭିଯାନର ନେତୃତ୍ବ‌ ନେବାକୁ ଥିବା ଟିମ୍‌ ସଙ୍ଗଠନାତ୍ମକ ଅନୁଭବ ଓ ଯୁବ ନେତୃତ୍ବର ସମାବେଶ ବୋଲି ଜଣାପଡ଼ିଛି। ଏହି ଟିମ୍‌ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ବ୍ୟତୀତ ରା‌ଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ ଓ ବିନୋଦ ତାୱଡ଼େ ମଧ୍ୟ ସାମିଲ ଅଛନ୍ତି। ଗୁଜରାଟ ସରକାରରେ ମନ୍ତ୍ରୀ ଥିବା ହର୍ଷ ସାଂଘଭୀ ଓ ଛତିଶଗଡ଼ ସରକାରରେ ମନ୍ତ୍ରୀ ଥିବା ଓପି ଚୌଧୁରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।

ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍‌ ଗଠନ

ଟିମ୍‌ର ମୁଖ୍ୟ ଉଦ୍ଦେଶ୍ୟ ଯୁବପିଢ଼ିଙ୍କ ଆକାଂକ୍ଷା, ଚିନ୍ତା ଓ ଆାଶାକୁ ବୁଝିବା ଓ ଏହାକୁ ସିଧାସଳଖ ବିଜେପିର ଶୀର୍ଷ ନେତୃତ୍ବ ସହିତ ସମ୍ବାଦ ସ୍ଥାପିତ କରିବାକୁ ଏକ ପ୍ଲାଟଫର୍ମ ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯୁବ ଭୋଟରଙ୍କୁ ଓ ପ୍ରଥମ ଥର ଭୋଟ ଦେବାକୁ ଥିବା ନାଗରିକଙ୍କ ସହିତ କଥାବାର୍ତ୍ତା, ଚର୍ଚ୍ଚା ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବା। ଆଉଟରିଚ୍‌ ଅଭିଯାନ ମାଧ୍ୟମରେ ନିଯୁକ୍ତି, ବୈଷୟିକ ଜ୍ଞାନ, ଷ୍ଟାର୍ଟଅପ୍‌ ଓ ଶିକ୍ଷା ପରି ପ୍ରସଙ୍ଗରେ ଯୁବପିଢ଼ିଙ୍କ ବିଚାରକୁ ନିଜ ଏଜେଣ୍ଡାରେ ସାମିଲ କରିବା। ଏହାସହିତ ନୂଆ ଓ ଯୁବ ଭୋଟରଙ୍କ ମଧ୍ୟରେ ନିଜ ଦଳର ସ୍ଥିତିକୁ ମଜଭୁତ କରିବା। ବିଜେପି ଅଧ୍ୟକ୍ଷ ନୀତିନ ନବୀନ ନିଜ ନୂଆ ଟିମ୍‌ ଘୋଷଣା କରିବା ପରେ ଶନିବାର ଏହାର ପ୍ରଥମ ବୈଠକ ପରେ ତୁରନ୍ତ ଏହା ଜଣାପଡ଼ିଛି।

Maharashtra Tragedy: ମହାରାଷ୍ଟ୍ରରେ ଦୁଃଖଦ ଘଟଣା: ପୁଅକୁ ବଞ୍ଚାଇବାକୁ ଯାଇ ବାପା-ମା’ଙ୍କ ମୃତ୍ୟୁ

ବୈଠକରେ ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି, ବୁଥ୍‌ ସ୍ତରରେ ଦଳକୁ ମଜଭୁତ କରିବା ଓ ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦଳର ନବଗଠିତ ଜାତୀୟ ଦଳର ପ୍ରଥମ ପରିଚୟ ବୈଠକର ଅଧ୍ୟକ୍ଷତା କରିଥିଲେ। ବୈଠକ ପୂର୍ବରୁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ସମସ୍ତ ଛଅଟି ପଦ ପାଠ କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.