BJP’s Satish Patel: ଗୁଜରାଟର ମାଞ୍ଜଲପୁର ଆସନରେ ବିଜେପି ପ୍ରାର୍ଥୀ ସତୀଶ ପଟେଲ ବିଜୟୀ

2 months ago 17
ARTICLE AD BOX

ଗୁଜରାଟର ବଡୋଦରା ଜିଲ୍ଲାର ମାଞ୍ଜଲପୁର ବିଧାନସଭା ଆସନରେ ବିଜେପିର ସତୀଶ ପଟେଲ ୩୦୦୦୦ ରୁ ଅଧିକ ଭୋଟ ଅନ୍ତରରେ ଜିତିଛନ୍ତି। ମାଞ୍ଜଲପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରବାରୀଙ୍କୁ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

 ଗୁଜରାଟର ମାଞ୍ଜଲପୁର ଆସନରେ ବିଜେପି ପ୍ରାର୍ଥୀ ସତୀଶ ପଟେଲ ବିଜୟୀ

ବଡୋଦରା: ଗୁଜରାଟର ବଡୋଦରା ଜିଲ୍ଲାର ମାଞ୍ଜଲପୁର ବିଧାନସଭା ଆସନରେ ବିଜେପିର ସତୀଶ ପଟେଲ ୩୦୦୦୦ ରୁ ଅଧିକ ଭୋଟ ଅନ୍ତରରେ ଜିତିଛନ୍ତି। ମାଞ୍ଜଲପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରବାରୀଙ୍କୁ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୩୦ ଜୁଲାଇରେ ଅନୁଷ୍ଠିତ ଉପନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୭.୫ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଭୋଟ ଗଣନା ଶେଷ ହୋଇଛି। ଭୋଟ ଗଣତି ଆରମ୍ଭ ହେବା ପରଠାରୁ ବିଜେପି ପ୍ରାର୍ଥୀ ଆଗରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ କୌଣସି ରାଉଣ୍ଡରେ ବି ଆଗକୁ ବଢ଼ି ପାରିନଥିଲେ। ବିଜେପି ପ୍ରାର୍ଥୀ ସତୀଶ ପଟେଲଙ୍କୁ ମୋଟ ୫୫୪୮୧ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରବାରୀଙ୍କୁ ୨୪୮୫୧ ଭୋଟ ମିଳିଥିଲା। ନୋଟାରେ ୨୨୪୭ ଭୋଟ ପଡ଼ିଥିଲା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.