Black magic: ଦେଓଗାଁ ନରବଳି ଘଟଣା: ଅଭିଯୁକ୍ତ ଗିରଫ, ଧାରୁଆ ଅସ୍ତ୍ର ଜବତ

5 days ago 4
ARTICLE AD BOX

ବଲାଙ୍ଗୀର/ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ବଗଡ଼ା ଗାଁର ବହୁଚର୍ଚ୍ଚିତ ନରବଳି ଘଟଣାରେ ଦେଓଗାଁ ପୁଲିସ ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଶତ୍ରୁଘ୍ନର ସ୍ତ୍ରୀ ୧୦ ବର୍ଷ ହେଲା ଅଲଗା ରହୁଛନ୍ତି। ଗୁଣିଗାରେଡ଼ି ଉପରେ ଶତ୍ରୁଘ୍ନର ବିଶ୍ୱାସ ଥିବାରୁ ନରବଳି ଦେଲେ ସ୍ତ୍ରୀ ଫେରିବ ଏବଂ ସଂସାର ପୁଣି ଖୁସିରେ ଚାଲିବ ଆଶାରେ ସେ ତୁଷୁରା ଥାନା ଟେବଡ଼ାମୁଁଣ୍ଡା ଗାଁର ସନ୍ତୋଷ ଖର୍ସେଲ (୪୦)ଙ୍କୁ ବଳି ଚଢ଼ାଇଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅଭିଳାଷ ଜି ସୂଚନା ଦେଇ ରହସ୍ୟ ଉପରୁ ପରଦା ହଟାଇଛନ୍ତି। ଅଭିଯୁକ୍ତର ଘରୁ ବଳିରେ ବ୍ୟବହାର ହୋଇଥିବା ରକ୍ତଲଗା ଧାରୁଆ ଅସ୍ତ୍ରକୁ ଜବତ କରାଯାଇଛି। ଏଥିସହ କିଭଳି ଭାବେ ବଳି ଚଢ଼ାଇଥିଲା ତାହାର ସିନ୍‌ ରିକ୍ରିଏସନ୍ କରିଥିଲା ପୁଲିସ। ଅପରପକ୍ଷରେ ମାନସିକ ପୂରଣ ହେବା ସହ ପରିିବାର ଶାନ୍ତିରେ ରହିବା ପାଇଁ ବଳି ଦେଇ ଦେବତାକୁ ରକ୍ତ ଅର୍ପଣ କରିଥିବା ଅଭିଯୁକ୍ତ ସ୍ୱୀକାର କରିଛି।

Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’

ସ୍ତ୍ରୀକୁ ଫେରି ପାଇବା ଆଶାରେ ବଳି ଦେଇଥିଲା: ଏସ୍‌ପି

ଏହି ଘଟଣାର ୬ ବର୍ଷ ପୂର୍ବରୁ ଦେଓଗାଁ ଥାନା ସିଲେଟକାନି ଗାଁର ବବୁଲୁ ବଗର୍ତ୍ତି (୧୧)ଙ୍କୁ ବଳି ଦିଆଯାଇଥିବାବେଳେ ଏବେ ଜଣେ ୪୦ ବର୍ଷୀୟ ଯୁବକଙ୍କୁ ମାନସିକ ପୂରଣ ପାଇଁ ବଳି ଦେବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଦେଓଗାଁ ଥାନା ବଗଡ଼ା ଗାଁର ଶତ୍ରୁଘ୍ନ ସାହୁ ତୁଷୁରା ଥାନା ଟେବଡ଼ାମୁଣ୍ଡା ଗାଁର ସନ୍ତୋଷ ଖର୍ସେଲଙ୍କୁ ଡାକି ନେଇଥିଲା। ଘରେ ଖୁଆଇବା ପରେ ତାଙ୍କୁ ଅର୍ଦ୍ଧରାତ୍ରିରେ ବଳି ଦେଇ ମୁଣ୍ଡକୁ ପୂଜା ଘରେ ପୋତି ଦେଇଥିଲା ଏବଂ ମୃତଦେହକୁ ୫୦ ମିଟର ଦୂରରେ ଫିଙ୍ଗି ଦେଇଥିଲା। ଘଟଣାକୁ ନେଇ ଦେଓଗାଁ ପୁଲିସ ଖୋଳତାଡ଼ କରିବା ପରେ ୫ ଜଣକୁ ଅଟକ ରଖି ପଚରାଉଚରା କରିଥିଲା। ତେବେ ଏହି ମାମଲାରେ କେବଳ ଶତ୍ରୁଘ୍ନକୁ କୋର୍ଟଚାଲାଣ କରାଯାଇଥିବାରୁ ହତ୍ୟାକାଣ୍ଡକୁ ନେଇ ସନ୍ଦେହ ଦେଖାଦେଇଛି। ରାତି ଅଧରେ ଘର ଭିତରେ ସମସ୍ତେ ଥିବାବେଳେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଦିଗରେ ଅଧିକ ତଦନ୍ତ କରି ଦୋଷୀଙ୍କୁ ଗିରଫ କରାଯିବାକୁ ଦାବି ହେଉଛି। 

Protest: ଯନ୍ତର-ମନ୍ତରରେ ‘ଆରକ୍ଷଣ ହଟାଅ’ ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ

କେବେ ଖୋଲିବ ସିଲେଟକାନି ବଳି ରହସ୍ୟ?
ବଗଡ଼ା ଗାଁରେ ହୋଇଥିବା ନରବଳିର ରହସ୍ୟ ଉନ୍ମୋଚନ ହୋଇ ହତ୍ୟାକାରୀ ଧରାପଡ଼ିଛି। ଏହି ଘଟଣା ପରେ ସିଲେଟକାନି ଘଟଣାର ରହସ୍ୟ କେବେ ଖୋଲିବ ବୋଲି ପ୍ରଶ୍ନ ଉଠିଛି। ପ୍ରକାଶଥାଉକି, ୨୦୨୦ ଜାନୁଆରି ୨୧ ତାରିଖରେ ବଡ଼ବନ୍ଧ ପଞ୍ଚାୟତ ସିଲେଟକାନି ଗାଁର ଏକ ଇଟାଭାଟିରୁ ବବୁଲୁ ବଗର୍ତ୍ତି ନାମକ ଜଣେ ୧୧ ବର୍ଷୀୟ ବାଳକ ନିଖୋଜ ହୋଇ ଯାଇଥିଲା। ନିଖୋଜର ୧୫ ଦିନ ପରେ ନଦୀ ଭିତରୁ ନାବାଳକର ନରକଙ୍କାଳ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ଏବେ ୬ ବର୍ଷ ପୂରିଛି। ହେଲେ ଏବେ ବି ହତ୍ୟାକାରୀ ଧରାପଡ଼ି ନାହାନ୍ତି। ଏହି ଘଟଣାର ରହସ୍ୟ କେବେ ଖୋଲିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.