Bombay HighCourt: ଇମ୍ରାନ ଖାନ୍‌ଙ୍କୁ ବଡ଼ ଆଶ୍ୱସ୍ତି! ‘ଭାରତ ଛାଡ଼’ ନୋଟିସ୍‌ ଉପରେ ରୋକ୍‌, ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି

5 hours ago 5
ARTICLE AD BOX

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ବମ୍ବେ ହାଇକୋର୍ଟ। ଇମ୍ରାନଙ୍କୁ ଜାରି ହୋଇଥିବା ‘ଭାରତ ଛାଡ଼’ ନୋଟିସ୍‌ ଉପରେ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରୋକ୍‌ ଲଗାଇଛନ୍ତି ଅଦାଲତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟ ନଭେମ୍ବର ୨ରେ ହେବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିକ୍ଷୋଭରେ ସାମିଲ ହେବା ପରେ ଇମ୍ରାନଙ୍କୁ ଏହି ନୋଟିସ୍‌ ମିଳିଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ଆୟୋଜିତ ବିକ୍ଷୋଭରେ ଇମ୍ରାନ ଖାନ୍‌ ସାମିଲ ହୋଇଥିଲେ। ଏହାପରେ ମୁମ୍ବାଇ ପୁଲିସ ତାଙ୍କୁ ଅଟକ ରଖିଥିବା ବେଳେ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସ୍‌ ଜାରି ହୋଇଥିଲା। ଏହି ନୋଟିସ୍‌କୁ ଚ୍ୟାଲେଞ୍ଜ କରି ଅଭିନେତା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Divorce: ଇମ୍ରାନ ଖାନଙ୍କଠାରୁ ଅଲଗା ହେବାକୁ ଚାହୁଁନଥିଲେ ଅବନ୍ତିକା ମଲିକ, ଛାଡ଼ପତ୍ରକୁ ନେଇ କଲେ ବଡ଼ ଖୁଲାସା

ମଙ୍ଗଳବାର ମୁଖ୍ୟ ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠୀ ଏବଂ ବିଚାରପତି ଅଦ୍ୱୈତ ସେଠନାଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ। ଅଦାଲତ ନୋଟିସ୍‌ ଉପରେ ଅନ୍ତରୀଣ ରୋକ୍‌ ଲଗାଇବା ସହ ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨ ତାରିଖ ଧାର୍ଯ୍ୟ କରିଛନ୍ତି । ଇମ୍ରାନ ଖାନ୍‌ଙ୍କ ପାଖରେ ଆମେରିକାର ନାଗରିକତା ରହିଛି। ସେ ଭାରତୀୟ ନାଗରିକ ନୁହନ୍ତି, ବରଂ ଓଭରସିଜ୍‌ ସିଟିଜେନ୍‌ ଅଫ୍‌ ଇଣ୍ଡିଆ (OCI) କାର୍ଡଧାରୀ। ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି ହୋଇଛି। ତାଙ୍କର OCI ମାନ୍ୟତା କାହିଁକି ରଦ୍ଦ କରାଯିବ ନାହିଁ, ସେନେଇ ଜବାବ ମଗାଯାଇଛି ।

ଅନ୍ୟପଟେ, ଇମ୍ରାନଙ୍କ ଆବେଦନରେ ନୋଟିସ୍‌କୁ ବେଆଇନ ଓ ଅନ୍ୟାୟପୂର୍ଣ୍ଣ ବୋଲି ଦର୍ଶାଯାଇଛି। ଶାନ୍ତିପୂର୍ଣ୍ଣ ବିକ୍ଷୋଭରେ ସାମିଲ ହେବା ନେଇ ତାଙ୍କୁ ସ୍ପଷ୍ଟ କାରଣ ଦିଆଯାଇନଥିବା ଏବଂ ନିଜ ପକ୍ଷ ରଖିବାର ସୁଯୋଗ ମିଳିନଥିବା ଯୁକ୍ତି ରଖିଛନ୍ତି ଅଭିନେତା। ଏବେ ସମସ୍ତଙ୍କ ନଜର ନଭେମ୍ବର ୨ର ଶୁଣାଣି ଉପରେ। ସେହିଦିନ ମାମଲାରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେଇ ସ୍ପଷ୍ଟତା ମିଳିପାରେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.