British Royal Family: ଆମେରିକାରେ ଛଅ ବର୍ଷ ଅତିବାହିତ କଲା ପରେ ୟୁକେ ଫେରୁଛନ୍ତି ପ୍ରିନ୍ସ ହ୍ୟାରି ଏବଂ ମେଘାନ

1 week ago 3
ARTICLE AD BOX

ଲଣ୍ଡନ: ବ୍ରିଟିଶ ରାଜପରିବାରରୁ ଅଲଗା ହେବାର ଛଅ ବର୍ଷ ପରେ, ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ପତ୍ନୀ ମେଘାନ ମାର୍କେଲଙ୍କ ୟୁକେ ଫେରିବା ଖବର ନୂତନ ବିତର୍କ ସୃଷ୍ଟି କରିଛି। ବ୍ରିଟିଶ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି, ଚଳିତ ମାସ ଶେଷ ସୁଦ୍ଧା ସେମାନେ ଆମେରିକା ଛାଡିବେ। ଏହି ଦମ୍ପତି ଲଣ୍ଡନ ବାହାରେ ଏକ ବ୍ୟକ୍ତିଗତ ବାସଭବନରେ ରହିବେ। ଯାହା କୌଣସି ସରକାରୀ ରାଜକୀୟ ସମ୍ପତ୍ତିର ଅଂଶ ନୁହେଁ।

ବିବିସି ସମେତ ଅନେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ ସେମାନଙ୍କର ଦୁଇ ସନ୍ତାନ, ସାତ ବର୍ଷୀୟ ପ୍ରିନ୍ସ ଆର୍ଚି ଏବଂ ପାଞ୍ଚ ବର୍ଷୀୟ ପ୍ରିନ୍ସସେସ୍ ଲିଲିବେଟ୍ ମଧ୍ୟ ବ୍ରିଟେନର ସ୍କୁଲରେ ନାମ ଲେଖାଇଛନ୍ତି।ପ୍ରିନ୍ସ ହ୍ୟାରି ଏବଂ ମେଘାନ ୨୦୨୦ ମସିହାରେ କାର୍ଯ୍ୟରତ ରାଜପରିବାର ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଉତ୍ତର ଆମେରିକା ଚାଲିଯାଇଥିଲେ ଏବଂ ପରେ କାଲିଫର୍ନିଆର ମୋଣ୍ଟେସିଟୋରେ ବାସ କରୁଥିଲେ। ରାଜପରିବାରରୁ ଅଲଗା ହେବା ପରେ, ହ୍ୟାରି ଏବଂ ମେଘାନ ଅନେକ ବିବାଦୀୟ ଏବଂ କଠୋର ସାର୍ବଜନୀନ ମନ୍ତବ୍ୟ ଦେଇଥିଲେ, ଯାହା ପରିବାର ମଧ୍ୟରେ ଉତ୍ତେଜନାକୁ ଯଥେଷ୍ଟ ବୃଦ୍ଧି କରିଥିଲା। ହ୍ୟାରିଙ୍କ ଆତ୍ମଜୀବନୀ, ‘ସ୍ପେୟାର’ ଏବଂ ଆମେରିକୀୟ ଟେଲିଭିଜନ ହୋଷ୍ଟ ଓପ୍ରା ୱିନଫ୍ରେଙ୍କ ସହିତ ତାଙ୍କର ସାକ୍ଷାତକାର ମଧ୍ୟ ଶିରୋନାମା ପାଲଟିଥିଲା।

କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ନାହିଁ

ପ୍ରେସ୍ ଆସୋସିଏସନ୍(ପିଏ)ରିପୋର୍ଟ କରିଛି ଯେ, ୭୭ ବର୍ଷୀୟ ରାଜା ଚାର୍ଲ୍ସ ତୃତୀୟଙ୍କୁ ରବିବାର ଏ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଥିଲା। ରିପୋର୍ଟରେ କୁହାଯାଇଥିଲା ଯେ, ରାଜା ଚାର୍ଲ୍ସ ପରିବାର ସଦସ୍ୟଙ୍କ ସହିତ ଅଧିକ ସାକ୍ଷାତ କରିବାର ସୁଯୋଗକୁ ସ୍ୱାଗତ କରୁଛନ୍ତି, ଯାହା ସମ୍ପର୍କରେ ଉନ୍ନତି ଆଣିପାରିବ।ହ୍ୟାରି ଏବଂ ମେଘାନଙ୍କ ଅଧିକାରୀକ ସ୍ଥିତିରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ନାହିଁ, ଏବଂ ସେମାନେ ଆଉ ରାଜପରିବାର ପକ୍ଷରୁ କୌଣସି ସାର୍ବଜନୀନ ଦାୟିତ୍ୱ ଗ୍ରହଣ କରିବେ ନାହିଁ । ହ୍ୟାରି ଏବଂ ମେଘାନ ଜୁଲାଇ ଆରମ୍ଭରେ ସେମାନଙ୍କ ପିଲାମାନଙ୍କ ସହିତ ବ୍ରିଟେନରେ ପହଞ୍ଚିଥିଲେ ଏବଂ ରାଜା ଚାର୍ଲ୍ସଙ୍କ ସହ ଏକାନ୍ତ ସାକ୍ଷାତ କରିଥିଲେ।

Rahul Gandhi: ପୁଣେରେ ରାହୁଲ ଗାନ୍ଧୀଙ୍କ ଛାତ୍ରଙ୍କ ଗୁଞ୍ଜ୍ କାର୍ଯ୍ୟକ୍ରମକୁ ଅନୁମତି: ୩୦ ସର୍ତ୍ତ ରଖିଲା ପୁଲିସ

ରାଜକୀୟ ବିଶେଷଜ୍ଞ ରିଚାର୍ଡ ଫିଜୱିଲିଆମ୍ସଙ୍କ ମତରେ, ଏହା ସମ୍ଭବ ଯେ ଏହି ଦମ୍ପତି ଆମେରିକାରେ ଆଶା କରିଥିବା ସଫଳତା ପାଇ ନାହାନ୍ତି। ୨୦୨୦ ମସିହାରେ ନେଟଫ୍ଲିକ୍ସ ସହିତ ହୋଇଥିବା ଚୁକ୍ତି ପରେ , ୨୦୨୫ ପର୍ଯ୍ୟନ୍ତ ନୂତନ ଚୁକ୍ତିନାମାକୁ ମଧ୍ୟ ଏକ ଅତ୍ୟନ୍ତ କଠୋର ଏବଂ ପ୍ରତିବନ୍ଧକମୂଳକ ବ୍ୟବସ୍ଥା ଭାବରେ ବିବେଚନା କରାଯାଉଛି। ଦମ୍ପତି କାଲିଫର୍ନିଆର ମୋଣ୍ଟେସିଟୋରେ ଥିବା ସେମାନଙ୍କର ବାସସ୍ଥାନ ଏବଂ ପର୍ତ୍ତୁଗାଲରେ ଥିବା ସମ୍ପତ୍ତିକୁ ବଜାୟ ରଖିବେ ବୋଲି ଆଶା କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.