Brown sugar: seize: ୧୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

2 weeks ago 5
ARTICLE AD BOX

ବ୍ରଜରାଜନଗର (ଉପେନ ସାହୁ): ଝାରସୁଗୁଡା ଜିଲ୍ଲାରେ ଅପରେସନ ‘ନେତ୍ର’ ଅଭିଯାନ ଜାରି ରହିଥିବା ବେଳେ ବ୍ରଜରାଜନଗର ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ୧୦ ଗ୍ରାମ ବ୍ରାଉନସୁଗାର ଏବଂ ୨କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ  ଅଭିଯୁକ୍ତମାନେ ହେଲେ ଓରିଏଣ୍ଟ ଥାନା ମଣ୍ଡଳିଆ ଏଲସି ଏଚ୍‌ କଲୋନିର  ମୃଣାଳ କାନ୍ତି ଭୋଇ (୪୨) ଓ ବ୍ରଜରାଜନଗର ଥାନା, ନୂଆଡିହି ର ପଞ୍ଚାନନ୍ଦ ପାଣ୍ଡେ ଓରଫ ମଣିରାମ (୬୩)।

ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଏସ୍‌ଆଇ ମଦନ ମୋହନ ନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍ ବିଶ୍ୱସ୍ତ ସୂଚନା ପାଇ ଖଲିଆକାନି ପୋଲ ନିକଟରେ ଏକ ସ୍କୁଟରକୁ ଅଟକାଇ ଥିଲା। ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କ ମଝିରେ ଏକ ପ୍ଲାଷ୍ଟିକ ବସ୍ତା ଥିବା ଦେଖିବାକୁ ମିଳିଥିଲା। ଏନ୍‌ଡିପିଏସ୍‌ ଆକ୍ଟ ଅନୁଯାୟୀ ସମସ୍ତ ପ୍ରକ୍ରିୟା ପାଳନ କରି ପୁଲିସ ଯାଞ୍ଚ କରିଥିଲେ। ଏଥିରୁ ୨କିଲୋ ୩୦୦ ଗ୍ରାମ୍‌ ଗଞ୍ଜେଇ ଓ ୧୦ ଗ୍ରାମ ସନ୍ଦିଗ୍ଧ ବ୍ରାଉନସୁଗାର, ଗୋଟିଏ  ସ୍କୁଟର (ଓଡି ୨୩କ୍ୟୁ ୧୨୩୦), ଦୁଇଟି ମୋବାଇଲ ଫୋନ୍ ଓ ନଗଦ ୮୨୦ ଟଙ୍କା  ଜବତ କରିଥିଲେ। ପୁଲିସ କହିଛି ମୃଣାଳ କାନ୍ତି ଭୋଇ ନାମରେ ଓରିଏଣ୍ଟ ଥାନାରେ ୪ଟି ମାମଲା ରହିଛି।

Drug Seizure: ୮୧୮ କିଲୋ ଗଂଜେଇ ଜବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.