ARTICLE AD BOX
ଆଲିଗଡ଼: ବହୁଜନ ସମାଜ ପାର୍ଟି (ବିଏସ୍ପି)ର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ ନେଇ ଏକ ନୂଆ ଦାବି ରାଜନୈତିକ ପରିୁବେଶରେ ଚର୍ଚ୍ଚା ସୃଷ୍ଟି କରିଛି। ଆର୍ଟିଆଇ କର୍ମୀ ତଥା ଦୁର୍ନୀତି ବିରୋଧୀ ସେନାର ଜାତୀୟ ଅଧ୍ୟକ୍ଷ ପଣ୍ଡିତ କେଶବ ଦେବ ଗୌତମ ମାୟାବତୀଙ୍କ ସମ୍ମାନରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଗୌତମଙ୍କ କହିବା ଅନୁଯାୟୀ, ଆଲିଗଡ଼ର ବନ୍ନାଦେବୀ ଥାନା ଅଞ୍ଚଳରେ ରହୁଥିବା ସେ ନିଜସ୍ୱ ଜମିରେ ମାୟାବତୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ମନ୍ଦିର ନିର୍ମାଣ କରିବାକୁ ଚାହୁଁଛନ୍ତି। ଏନେଇ ସେ ମାୟାବତୀଙ୍କ ଅନୁମତି ଓ ଆଶୀର୍ବାଦ ଲୋଡ଼ି ଏକ ପ୍ରାର୍ଥନାପତ୍ର ପଠାଇଛନ୍ତି। ଖୈର ତହସିଲ ଅଞ୍ଚଳରେ ଏହି ମନ୍ଦିର ନିର୍ମାଣ କରିବାକୁ ସେ ଇଚ୍ଛୁକ ବୋଲି ଜଣାପଡ଼ିଛି।
ଅନୁମତି ମାଗିଲେ ଆର୍ଟିଆଇ କର୍ମୀ
ପଣ୍ଡିତ କେଶବ ଦେବ ଗୌତମ କହିଛନ୍ତି ଯେ, ମାୟାବତୀ ବର୍ଷ ବର୍ଷ ଧରି ପୀଡ଼ିତ ଓ ଶୋଷିତ ବର୍ଗ ସମେତ ସମାଜରେ ଅନେକଙ୍କ ପାଇଁ କାମ କରିଛନ୍ତି। ତାଙ୍କ ସଂଘର୍ଷ, ତ୍ୟାଗ ଓ ସମର୍ପଣରୁ ସେ ପ୍ରେରଣା ପାଇଥିବା ଦାବି କରିଛନ୍ତି। ଏହି କାରଣରୁ ଜଣେ ବ୍ରାହ୍ମଣ ହୋଇ ମଧ୍ୟ ମାୟାବତୀଙ୍କୁ ଦେବୀ ସ୍ୱରୂପ ଭାବେ ସମ୍ମାନ ଜଣାଇ ତାଙ୍କ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିବା ସେ କହିଛନ୍ତି। ଗୌତମଙ୍କ ମତରେ, ଏହା ତାଙ୍କର ବ୍ୟକ୍ତିଗତ ଆସ୍ଥା ଓ ଚିନ୍ତାଧାରା। ଆଗାମୀ ପିଢ଼ି ମାୟାବତୀଙ୍କ ସଂଘର୍ଷ ଓ ତ୍ୟାଗରୁ ପ୍ରେରଣା ପାଇବା ଉଦ୍ଦେଶ୍ୟରେ ସେ ଏଭଳି ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିବା କହିଛନ୍ତି। ଏହା ମାଧ୍ୟମରେ ସମାଜରେ ସଚେତନତା ସୃଷ୍ଟି ହେବ ବୋଲି ମଧ୍ୟ ସେ ଦାବି କରିଛନ୍ତି। ମାୟାବତୀଙ୍କୁ ପଠାଇଥିବା ପ୍ରାର୍ଥନାପତ୍ର ସମ୍ପର୍କରେ ଗୌତମ କହିଛନ୍ତି ଯେ, ଦେଶ ଓ ରାଜ୍ୟ ପାଇଁ ମାୟାବତୀ ନିଜ ଜୀବନକୁ ସମର୍ପିତ କରିଛନ୍ତି। ତାଙ୍କ ଜୀବନର ସଂଘର୍ଷ ଓ ତ୍ୟାଗ ତାଙ୍କୁ ପ୍ରଭାବିତ କରିଥିବା ସେ କହିଛନ୍ତି। ମାୟାବତୀଙ୍କୁ ‘ତ୍ୟାଗର ଦେବୀ’ ଭାବେ ଅଭିହିତ କରି ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ମନ୍ଦିର ନିର୍ମାଣ ପାଇଁ ଅନୁମତି ମାଗିଛନ୍ତି। ଗୌତମ ଆହୁରି କହିଛନ୍ତି ଯେ, ମାୟାବତୀ ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ଭାବନାରେ କାମ କରିଥିବାରୁ ସେ ତାଙ୍କଠାରୁ ପ୍ରେରଣା ପାଇଛନ୍ତି। ତେବେ ଏହି ମନ୍ଦିର ନିର୍ମାଣ ପାଇଁ ମାୟାବତୀଙ୍କ ପକ୍ଷରୁ କୌଣସି ଅନୁମତି ମିଳିଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।
Business man shot dead: ପାକିସ୍ତାନର ବେଲୁଚିସ୍ତାନରେ ଯୁବ ହିନ୍ଦୁ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

4 days ago
3


