ARTICLE AD BOX
ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଗାଡ଼ି ଉପରକୁ ଗୁଳିଚାଳନା ଘଟଣା ପରେ ଏବେ ଗାଡ଼ିର ସୁରକ୍ଷାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଆକ୍ରମଣ ପରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଜଣେ ସାଧାରଣ ନାଗରିକ ନିଜ ଗାଡ଼ିକୁ ବୁଲେଟ୍ପ୍ରୁଫ୍ କରିପାରିବେ କି? ଏହା ପାଇଁ ଆଇନଗତ ନିୟମ କ’ଣ ଏବଂ ଏଥିରେ କେତେ ଖର୍ଚ୍ଚ ହୁଏ?
ଆହୁରି ପଢନ୍ତୁ :B Harish: ୧୩ ଲକ୍ଷ ଅନୁଗାମୀ, ୫ ବର୍ଷର ପରିଶ୍ରମ ଓ ଗୋଟିଏ ଭିଡିଓ.... ଫାଇନାନ୍ସ ଇନଫ୍ଲୁଏନ୍ସର୍ଙ୍କ ରହସ୍ୟମୟ ମୃତ୍ୟୁ
ବୁଲେଟ୍ପ୍ରୁଫ୍ କରିବା ପାଇଁ ଆଇନଗତ ନିୟମ
ଭାରତୀୟ ଆଇନ ଅନୁଯାୟୀ, ଜଣେ ନାଗରିକ ନିଜ ସୁରକ୍ଷା ପାଇଁ ଗାଡ଼ିକୁ ବୁଲେଟ୍ପ୍ରୁଫ୍ରେ ପରିଣତ କରିପାରିବେ। କିନ୍ତୁ ଏହା କୌଣସି ସାଧାରଣ ମେକାନିକ୍ ପାଖକୁ ଯାଇ ସିଧାସଳଖ କରିହେବ ନାହିଁ। ଗାଡ଼ିରେ ଏପରି ପରିବର୍ତ୍ତନକୁ ଏକ ବଡ଼ ଗଠନମୂଳକ ପରିବର୍ତ୍ତନ ଭାବେ ଗ୍ରହଣ କରାଯାଏ।
ଆହୁରି ପଢନ୍ତୁ :Boat Capsized: ଦୁର୍ଗା ମୂର୍ତ୍ତି ବିସର୍ଜନବେଳେ ଡଙ୍ଗା ବୁଡ଼ିଗଲା: ୨ ମୃତ, ୨ ନିଖୋଜ
ଏଥିପାଇଁ ଏକ ଜଟିଳ ଆଇନଗତ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ
୧. ପ୍ରଥମେ ସ୍ଥାନୀୟ ପୁଲିସ ପ୍ରଶାସନ ଠାରୁ ଏନଓସି ନେବାକୁ ପଡ଼େ।
୨. ଏହାପରେ ଜିଲ୍ଲାପାଳ, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଗୃହ ମନ୍ତ୍ରଣାଳୟରୁ ଆନୁଷ୍ଠାନିକ ଅନୁମତି ନେବା ଅନିବାର୍ଯ୍ୟ।
୩. ଆବେଦନକାରୀଙ୍କ ଜୀବନ ପ୍ରତି ଥିବା ବିପଦର ଆକଳନ କରିବା ପରେ ହିଁ ସରକାର ଏହାର ମଞ୍ଜୁରୀ ଦିଅନ୍ତି।
୪. ଅନୁମତି ମିଳିବା ପରେ ଗାଡ଼ିର ଆରସିକୁ ଆରଟିଓରେ ଅପଡେଟ୍ କରିବାକୁ ପଡ଼ିଥାଏ।
ବୁଲେଟ୍ପ୍ରୁଫ୍ କରିବାରେ କେତେ ଖର୍ଚ୍ଚ ହୁଏ?
ଗାଡ଼ିର ଆକାର, ମଡେଲ ଏବଂ ସୁରକ୍ଷାର ସ୍ତର (BR4 କିମ୍ବା BR6 ରେଟିଂ) ଉପରେ ଏହାର ଖର୍ଚ୍ଚ ନିର୍ଭର କରେ |ହ୍ୟାଚବ୍ୟାକ୍ (ସାଧାରଣ କାର୍)କୁ ବୁଲେଟପ୍ରୁଫ କରିବାକୁ ୨୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏସୟୁଭି (ଫର୍ଚ୍ୟୁନର/ସ୍କୋର୍ପିଓ) ପାଇଁ ୩୫ ଲକ୍ଷରୁ ୬୦ ଲକ୍ଷ ଟଙ୍କା, ପ୍ରିମିୟମ କାର୍ (ମର୍ସିଡିଜ୍/ବିଏମଡବ୍ଲୁ) ପାଇଁ ୭୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ |
ଆହୁରି ପଢନ୍ତୁ :Good Job: ମାସକୁ ଲକ୍ଷେ ଟଙ୍କା ଦରମା, ତଥାପି ଚଲାଉଛନ୍ତି ରାପିଡୋ ବାଇକ୍!
କାହିଁକି ଏତେ ଖର୍ଚ୍ଚ ହୁଏ?
ଗାଡ଼ିକୁ ବୁଲେଟ୍ପ୍ରୁଫ୍ କରିବା ସମୟରେ ଏହାର ଓଜନ ପ୍ରାୟ ୮୦୦ କିଲୋରୁ ୧ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ପାଏ। ସାଧାରଣ କାଚ ବଦଳରେ ୩୦ ରୁ ୪୦ ମିଲିମିଟର ମୋଟାର ବୁଲେଟ୍ପ୍ରୁଫ୍ ଗ୍ଲାସ୍ ଲଗାଯାଏ, ଯାହାର ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ। ଗୁଳି ବାଜିବା ପରେ ବି ୧୦୦ କିମି/ଘଣ୍ଟା ବେଗରେ ଗାଡ଼ି ଗଡ଼ିପାରୁଥିବା ବିଶେଷ ଟାୟାରର ଦାମ୍ ୨ ରୁ ୫ ଲକ୍ଷ ଟଙ୍କା। ବିଦେଶରୁ ଅଣାଯାଇଥିବା ସ୍ପେଶାଲ ଷ୍ଟିଲ୍ ଗାଡ଼ିର ବଡିରେ ବ୍ୟବହୃତ ହୁଏ ଏବଂ ଫ୍ୟୁଏଲ୍ ଟ୍ୟାଙ୍କକୁ ବ୍ଲାଷ୍ଟ-ପ୍ରୁଫ୍ କରାଯାଏ। ଏହାସହ ବର୍ଦ୍ଧିତ ଓଜନ ସମ୍ଭାଳିବା ପାଇଁ ସସପେନ୍ସନ୍ ଓ ବ୍ରେକ୍ ସିଷ୍ଟମକୁ ମଧ୍ୟ ଅପଗ୍ରେଡ୍ କରାଯାଏ।

6 days ago
6


