ARTICLE AD BOX
ନୂଆଦିଲ୍ଲୀ: ଫ୍ଲାଇଦୁବାଇର ଫ୍ଲାଇଟ୍ ଏଫଜେଡ୧୦୭୩ରେ ନିଜ ଜୀବନକୁ ବିପଦରେ ପକାଇ ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଛ୍ଛାରଙ୍କ ସାହସ ଚର୍ଚ୍ଚାର ବିଷୟ ପାଲଟିଛି। କଠିନ ପରିସ୍ଥିତିରେ ବିମାନକୁ ନିୟନ୍ତ୍ରଣରେ ରଖିଥିବା ସ୍ମିତଙ୍କୁ ଏବେ ପ୍ରଶଂସା ଓ ସମ୍ମାନ ସହିତ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି।ସ୍ମିତଙ୍କ ସାହସ, ଧୈର୍ଯ୍ୟ ଏବଂ ବିପଦ ସମୟରେ ନେଇଥିବା ନିଷ୍ପତ୍ତିକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ମ୍ୟାନକାଇଣ୍ଡ ଫାର୍ମା ସହିତ ଗୁଜରାଟ ସରକାର ଏବଂ ଜଣେ ରାଜ୍ୟସଭା ସାଂସଦ ମଧ୍ୟ ତାଙ୍କ ପାଇଁ ନଗଦ ପୁରସ୍କାର ଘୋଷଣା କରିଛନ୍ତି।
ମ୍ୟାନକାଇଣ୍ଡ ଫାର୍ମା ଦେଲା ୧ କୋଟି ଟଙ୍କା
ସ୍ମିତ ମଛ୍ଛାରଙ୍କୁ ସବୁଠାରୁ ବଡ଼ ନଗଦ ପୁରସ୍କାର ମ୍ୟାନକାଇଣ୍ଡ ଫାର୍ମା ପକ୍ଷରୁ ମିଳିଛି। କମ୍ପାନି ତାଙ୍କ ଏବଂ ତାଙ୍କ ପରିବାର ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି। କମ୍ପାନି କହିଛି ଯେ ସ୍ମିତ ନିଜ ଜୀବନର ଚିନ୍ତା ନକରି କ୍ରୁ ସଦସ୍ୟ ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି। ଏହା ତାଙ୍କ ଦାୟିତ୍ୱବୋଧର ଏକ ଉଦାହରଣ ।
ଗୁଜରାଟ ସରକାର ଦେବ ୨୫ ଲକ୍ଷ ଟଙ୍କା
ସ୍ମିତ ମଛ୍ଛାର ମୂଳତଃ ଗୁଜରାଟର ବାସିନ୍ଦା। ତାଙ୍କ ସାହସକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ତାଙ୍କୁ ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ସରକାର ତାଙ୍କୁ ୨୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଦେବାକୁ ମଧ୍ୟ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅକ୍ଟୋବର ୧ ତାରିଖରେ ଏନେଇ ସୂଚନା ଦେଇଛନ୍ତି।
ରାଜ୍ୟସଭା ସାଂସଦ ମଧ୍ୟ ଘୋଷଣା କଲେ ୨୫ ଲକ୍ଷ
ଏହା ବ୍ୟତୀତ ରାଜ୍ୟସଭା ସାଂସଦ ବିକ୍ରମଜିତ ସିଂହ ସାହନୀ (ସନ୍ ଫାଉଣ୍ଡେସନ୍) ମଧ୍ୟ ସ୍ମିତ ମଛ୍ଛାରଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ‘ସ୍ମିତ ମଛ୍ଛାର ଶୌର୍ଯ୍ୟ ପୁରସ୍କାର’ ଘୋଷଣା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ମିତଙ୍କୁ ଜାତୀୟ ସ୍ତରର ବୀରତା ପୁରସ୍କାର ଦେବାକୁ ମଧ୍ୟ ଦାବି କରିଛନ୍ତି। ଏହା ସହିତ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ପାଇଲଟ୍ସ ଏବଂ ଅନ୍ୟ ଜନପ୍ରତିନିଧିମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ମିତଙ୍କୁ ଜାତୀୟ ବୀରତା ପୁରସ୍କାର କିମ୍ବା ଅଶୋକ ଚକ୍ର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।
ମଧ୍ୟାହ୍ଣ ଭୋଜନ ବିଲ୍ ପାଇଁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ, ମାଡ଼ିବସିଲା ଭିଜିଲାନ୍ସ

3 weeks ago
4


