CBI Officer: ସୀତା ମାତା ପରେ ସିବିଆଇ ଅଫିସର୍‌

56 minutes ago 2
ARTICLE AD BOX

‘ରାମାୟଣ’ରେ ମାଆ ସୀତାଙ୍କ ଭୂମିକାରେ ପରଦାକୁ ଆସିବାକୁ ଯାଉଥିବା ସାଇ ପଲ୍ଲବୀଙ୍କୁ ଏକ ନୂଆ ଅବତାରରେ ଦେଖିବେ ଦର୍ଶକ। ଦକ୍ଷିଣ ଭାରତୀୟ ସିନେମାର ଏହି ଲୋକପ୍ରିୟ ଅଭିନେତ୍ରୀ ତାଙ୍କର ଆଗାମୀ ଆକ୍ସନ୍ ଥ୍ରିଲର୍ ଚଳଚ୍ଚିତ୍ର ‘ଓମ୍‌- ଚାପ୍ଟର ୧: ଉଦ୍ଧିରମ୍- ଦ ବ୍ଲଡ୍‌ ଉଡ୍‌’ରେ ନିଭାଇଥିବା ଚରିତ୍ର ସାମ୍ନାକୁ ଆସିଛି। ଏହି ସିନେମାରେ ସେ ନିତ୍ୟା ରେଡ୍ଡୀ ନାମ୍ନୀ ଜଣେ ଦକ୍ଷ ସିବିଆଇ ଅଧିକାରୀ ଭାବେ ନଜର ଆସିବେ।

Cyclone Arnab: ଆରମ୍ଭ ହେଲା ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା

ଏହି ଚଳଚ୍ଚିତ୍ରର ନିର୍ମାତା ସୋମବାର ସାଇ ପଲ୍ଲବୀଙ୍କ ଚରିତ୍ରର ପ୍ରଥମ ଝଲକ ଜାରି କରିଛନ୍ତି। ଏଥିରେ ସେ ଜଣେ ସାହସୀ, ବୁଦ୍ଧିମତୀ ଓ ଅଭିଜ୍ଞ ଅଧିକାରୀ ଭାବେ ଅଭିନୟ କରିଛନ୍ତି। ନିତ୍ୟା ରେଡ୍ଡୀ ଜଣେ ସହିଦ ଭାରତୀୟ ବନ ସେବା ଅଧିକାରୀଙ୍କ ଝିଅ। ସେ ଆନ୍ଧ୍ରପ୍ରଦେଶରେ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ ଭାବେ କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇଛନ୍ତି। ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଅପରାଧର ତଦନ୍ତ ଦାୟିତ୍ୱ ମିଳିଛି। ରାଜକୁମାର ପେରିୟାସାମୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଧନୁଷ ଓ ମାମୁଟିଙ୍କ ଭଳି ଅଭିନେତା ମଧ୍ୟ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ୨୦ ନଭେମ୍ବର ୨୦୨୬ରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ସାଇ ପଲ୍ଲବୀଙ୍କ ଏହି ନୂଆ ଅବତାର ଓ ଚଳଚ୍ଚିତ୍ରର ରହସ୍ୟମୟ କାହାଣୀକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା

Read Entire Article
LEFT SIDEBAR AD

Hidden in mobile, Best for skyscrapers.