ARTICLE AD BOX
କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟର ଏକ ବେଆଇନ ସୁନା ଖଣିରେ କାମ କରୁ୍ଥିବା ଶହ ଶହ ଶ୍ରମିକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି। ହଠାତ୍ ଭୂସ୍ଖଳନ ଯୋଗୁଁ ଅତି କମରେ ଘଟଣାସ୍ଥଳଳରେ ୧୦୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି।
/sambad/media/media_files/2026/08/20/90a79cd1-ed53-4207-bef9-7708f5f35049-2026-08-20-17-52-45.jpg)
ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକୀୟ ଦେଶରେ ଏକ ବେଆଇନ ସୁନା ଖଣିରେ କାମ କରୁ୍ଥିବା ଶହ ଶହ ଶ୍ରମିକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି। ହଠାତ୍ ଭୂସ୍ଖଳନ ଯୋଗୁଁ ଅତି କମରେ ଘଟଣାସ୍ଥଳଳରେ ୧୦୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ବର୍ତ୍ତମାନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଉଦ୍ଧାରକାରୀ ଦଳଗୁଡ଼ିକ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ଜାମ୍ବୋୟେ ଖଣି ସାଇଟରେ ଘଟିଛି । ଯାହା ମଧ୍ୟ ଆଫ୍ରିକୀୟ ସହର ବାବୋଆଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ । ଯେଉଁଠାରେ ଶହ ଶହ ଶ୍ରମିକ ଖଣିରେ ଖୋଲା ଗର୍ତ୍ତରେ କାମ କରୁଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
4


