ARTICLE AD BOX
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି, ଭୋଟର ତାଲିକା ସଂଶୋଧନରେ ଅନିୟମିତତାକୁ ବିରୋଧ କରି ଆସନ୍ତା ନଭେମ୍ବର ୧ ତାରିଖରେ ଡକାଯାଇଥିବା ‘ଚଲୋ ଦିଲ୍ଲୀ ପଦଯାତ୍ରା’ ହେଉଛି ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ, ଭୋଟ୍ ଚୋରି ବନ୍ଦ କରିବାପାଇଁ ଏବଂ ସମ୍ବିଧାନକୁ ସୁରକ୍ଷା ଦେବାପାଇଁ ଏକ ଯାତ୍ରା । ପୁଲିସ ଏବଂ ଲାଠିକୁ ନେଇ ଚିନ୍ତା କରିବାର କିଛି ଆବଶ୍ୟକ ନାହିଁ ବୋଲି ରାହୁଲ କହିଛନ୍ତି । ସେ କହିଛନ୍ତି, ଏହି ପଦଯାତ୍ରା କୌଣସି ରାଜନୈତିକ ଦଳ ପାଇଁ ନୁହେଁ ବରଂ ଏହା ଭାରତର ଆତ୍ମା ପାଇଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନେଇ ଯେଉଁମାନେ ଅତିଷ୍ଠ ହୋଇପଡ଼ିଲେଣି ସେମାନେ ସମସ୍ତେ ଏଥିପାଇଁ ଆଗେଇ ଆସିବାକୁ ରାହୁଲ ଆହ୍ବାନ କରିଛନ୍ତି ।
ରାହୁଲ କହିଛନ୍ତି, କେବଳ ଗୋଟିଏ ଆନ୍ଦୋଳନ ହେବ ଏବଂ ଏହା ଦେଶ ପାଇଁ ହେବ । ଆମ ସହ ଆସି ପଦଯାତ୍ରାରେ ଯୋଗ ଦିଅନ୍ତୁ । ସମ୍ବିଧାନକୁ ସୁରକ୍ଷା ଦେବାପାଇଁ ଏବଂ ଭାରତୀୟ ରାଷ୍ଟ୍ରକୁ ସୁରକ୍ଷା ଦେବାପାଇଁ ଆମେ ଏକାଠି ଚାଲିବା । ଏହା ଅତ୍ୟନ୍ତ ଚମତ୍କାର ପଦଯାତ୍ରା ହେବ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଇଣ୍ଡିମେଣ୍ଟର ରାମଲୀଳା ରାଲି ପାଇଁ ଦିଲ୍ଳୀ ପୁଲିସ ବ୍ୟାପକ ପ୍ରସ୍ତୁତି କରିଥିବାବେଳେ ରାହୁଲ ଆଜି ରାମଲୀଳା କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କ ଯୋଗଦାନ ପାଇଁ ଆହ୍ବାନ କରିଛନ୍ତି ।

48 minutes ago
2


